ETV Bharat / state

ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ, ପାଞ୍ଚମାସ ଧରି ଦ୍ବିତୀୟ ପତ୍ନୀଙ୍କ ସହ ରହୁଛି ଅଭିଯୁକ୍ତ

author img

By

Published : Jul 18, 2021, 7:19 PM IST

ଟାଙ୍ଗିଆରେ ହାଣି ପୁଅକୁ ହତ୍ୟା କଲା ବାପ । ଘଟଣାସ୍ଥଳରେ ବଡସାହି ପୋଲିସ ଓ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି । ଅଧିକ ପଢନ୍ତୁ...

କାଳ ସାଜିଲା ପାରିବାରିକ କଳହ, ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ
କାଳ ସାଜିଲା ପାରିବାରିକ କଳହ, ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

ବାରିପଦା: ଦାଉ ସାଧିଲା ପାରିବାରିକ କଳହ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନରଣଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ରକରି ଵାପର ଟାଙ୍ଗିଆ ଚୋଟରେ ୨୫ବର୍ଷୀୟ ପୁଅର ମୃତ୍ୟୁ । ମୃତକ ପୁଅ ଜଣକ ହେଉଛନ୍ତି ପ୍ରମୋଦ କୁମାର ସିଂ । ହତ୍ୟାକାରୀ ବାପା ଅନିଲ ସିଂ ପୁଅକୁ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ସୂଚନା । ତେବେ ଖବର ପାଇ ବଡ଼ସାହି ପୋଲିସ ସମେତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କାଳ ସାଜିଲା ପାରିବାରିକ କଳହ, ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

ଏନେଇ ବଡ଼ସାହି ପୋଲିସ ହତ୍ୟାକାଣ୍ଡ ମାମଲା ରୁଜ୍ଜୁ କରି ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ ଜାରି ରଖିଛି । ଏହି ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୋଲିସ ଅଭିଯୁକ୍ତ ଅନିଲ ସିଂଙ୍କୁ ଖୋଜୁଥିବାର ସୂଚନା ମିଳିଛି ।

ତେବେ ପାରିବାରିକ କହଳକୁ ନେଇ ଗତ ପାଞ୍ଚ ମାସ ହେବ ଅନିଲ ସିଂ ଓ ତାଙ୍କର ଦ୍ବିତୀୟ ସ୍ତ୍ରୀ ବାରିପଦାରେ ଏକ ଭଡା ଘରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ କେଉଁ କାରଣରୁ ଆଜି ( ରବିବାର) ନିଜ ବଡ ପୁଅକୁ ବାପା ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ପାରିନି । ପୋଲିସର ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.