ETV Bharat / state

ଭିଜିଲାନ୍ସ ପଞ୍ଝାରେ ଠାକୁରମୁଣ୍ଡା ବ୍ଲକର କନିଷ୍ଠ ଯନ୍ତ୍ରୀ

author img

By

Published : Aug 25, 2020, 9:33 PM IST

ଭିଜିଲାନ୍ସ ଜାଲରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରକ୍ତସିନ୍ଧୁ ସେଠୀ ଏକ ବିଲ୍ କରାଇଦେବା ନାଁରେ 40 ହଜାର ଲାଞ୍ଚ ନେବା ବେଳେ ଧରାପଡିଥିଲେ । ଅଧିକ ଖବର ପଢନ୍ତୁ...

ଭିଜିଲାନ୍ସ ପଞ୍ଝାରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ପଞ୍ଝାରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ

ରାଇରଙ୍ଗପୁର: ଭିଜିଲାନ୍ସ ଜାଲରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରକ୍ତସିନ୍ଧୁ ସେଠୀ ଜଣେ ସ୍ଥାନୀୟ ଯୁବକଙ୍କ ନିକଟରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣର ବିଲ ବାବଦକୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଜାଲରେ ଧରା ପଡିଛନ୍ତି ।

ଭିଜିଲାନ୍ସ ପଞ୍ଝାରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ

ସାଲେଇବେଡା ପଞ୍ଚାୟତ ଅଧୀନରେ ଥିବା ଡଙ୍ଗାପାଣି ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଥିବା ମାର୍କେଟ କମ୍ପ୍ଲେକ୍ସ କାମର ବିଲ ପାସ ପାଇଁ ନିର୍ମାଣ କାମ ବୁଝାସୁଝା କରୁଥିବା ରଣଜିତ ମହାନ୍ତଙ୍କୁ ୪୦ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ରଣଜିତ ଏ ନେଇ ବାରିପଦା ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ।

ଆଜି ଭିଜିଲାନ୍ସ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବାକୁ ଯୋଜନା କରିଥିଲେ। ଆଜି କନିଷ୍ଠ ଯନ୍ତ୍ରୀ ଭଡାଘରେ ଥିବା ବେଳେ ରଣଜିତ ତାଙ୍କୁ ୪୦ ହଜାର ଟଙ୍କା ନେଇ ଦେଇଥିଲେ। ଏହି ସମୟରେ ପୂର୍ବରୁ ଯୋଜନା କରିଥିବା ଭିଜିଲାନ୍ସ ବିଭାଗ କର୍ମଚାରୀ ମାନେ ତାଙ୍କୁ ଧରି ନେଇଥିଲେ। ବାରିପଦା ଭିଜିଲାନ୍ସ ଡିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ବରେ ବାରିପଦା ଓ ବାଲେଶ୍ଵର ଜିଲ୍ଲାର ଭିଜିଲାନ୍ସ କର୍ମଚାରୀ ମାନେ ଉକ୍ତ ଚଢ଼ାଉରେ ସାମିଲ ଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.