ETV Bharat / state

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ଜବତ, ୧୫ ଜଣ ଅଟକ

author img

By

Published : Nov 19, 2021, 7:22 PM IST

କରଞ୍ଜିଆ ଥାନା ପୋଲିସକୁ ବଡ଼ ସଫଳତା । ବଜ୍ରକାପ୍ତା କାତି ଜବତ କରିବା ସହ ଏହି କାରବାରରେ ଲିପ୍ତ ଥିବା ପାଖାପାଖି ୧୫ ଜଣକୁ ବର୍ତ୍ତମାନ ଅଟକ ରଖି ତଦନ୍ତକୁ ଜୋରଦାର କରିଛି ବନବିଭାଗ । ଅଧିକ ପଢନ୍ତୁ

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ସହ ୧୫ ଜଣ ଅଟକ
ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ସହ ୧୫ ଜଣ ଅଟକ

ରାଇରଙ୍ଗପୁର: କରଞ୍ଜିଆ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ବେଆଇନ ବଜ୍ରକାପ୍ତା କାରବାର ହେଉଥିବାର ସୂଚନା ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ସହ ୧୫ ଜଣ ଅଟକ

ତେବେ ବଜ୍ରକାପ୍ତା କାତି ଜବତ କରିବା ସହ ଏହି କାରବାରରେ ଲିପ୍ତ ଥିବା ପାଖାପାଖି ୧୫ ଜଣକୁ ବର୍ତ୍ତମାନ ଅଟକ ରଖି ତଦନ୍ତକୁ ଜୋରଦାର କରିଛି ବନବିଭାଗ । ସେହିପରି ଏହି କାରବାର ପଛରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ନେଇ ଅନୁମାନ କରୁଛି ବନବିଭାଗ । ସେପଟେ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଅଟକ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ କେନ୍ଦୁଝର ଜିଲ୍ଲାର, ଜଣେ ଯାଜପୁର ଜିଲ୍ଲାର ଓ ୩ ଜଣ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର ହୋଇଥିବା ବେଳେ ବାକି ୩ ଜଣ ସ୍ଥାନୀୟ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏନେଇ ବନବିଭାଗ ପକ୍ଷରୁ କରଞ୍ଜିଆ ଏସିଏଫ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.