ETV Bharat / state

Panchayat Poll: ମତଦାନବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି ଓ ଜିଲ୍ଲାପାଳ

author img

By

Published : Feb 22, 2022, 9:00 PM IST

ରାଇରଙ୍ଗପୁର ଉପଖଣ୍ଡର ଚାରୋଟି ବ୍ଲକରେ ସରିଲା ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ । ଜାମଦା, ବହଳଦା ତିରିଂ ଓ ରାଇରଙ୍ଗପୁର ବ୍ଲକରେ ଥିବା ୫ଶହ ୭୬ଟି ବୁଥରେ ହୋଇଛି ମତଦାନ । ଅଧିକ ପଢନ୍ତୁ

Panchayat Poll: ମତଦାନ ବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି ଓ ଜିଲ୍ଲାପାଳ
Panchayat Poll: ମତଦାନ ବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି ଓ ଜିଲ୍ଲାପାଳ

ରାଇରଙ୍ଗପୁର: ରାଇରଙ୍ଗପୁର ଉପଖଣ୍ଡର ଚାରୋଟି ବ୍ଲକରେ ସରିଲା ପଞ୍ଚାୟତ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ । ଜାମଦା, ବହଳଦା ତିରିଂ ଓ ରାଇରଙ୍ଗପୁର ବ୍ଲକରେ ଥିବା ୫ଶହ ୭୬ଟି ବୁଥରେ ହୋଇଛି ମତଦାନ । ଏଥିମଧ୍ୟରୁ ୯୬ଟି ସମ୍ବେଦନଶୀଳ ବୁଥ ରହିଥିଲା ।

Panchayat Poll: ମତଦାନ ବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି ଓ ଜିଲ୍ଲାପାଳ

ପୋଲିସ ପ୍ରଶାସନ ପକ୍ଷରୁ ଏହି ସବୁ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତେବେ ମୋଟ ୨ ଲକ୍ଷ ୧୪ ହଜାର ୩ଶହ ୩୧ଜଣ ଭୋଟର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ, ପଞ୍ଚାୟତ ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଧାରଣ କରିବେ । ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଓ ମୟୂରଭଞ୍ଜ ଏସପି ରିଶିକେଶ ଖିଲାରୀ ଧ୍ୟାନଦେଓ ରାଇରଙ୍ଗପୁର ଉପଖଣ୍ଡ ଆସି ବୁଥ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହିତ ସମ୍ବେଦନଶୀଳ ବୁଥ ଗୁଡିକରେ କିପରି ଶାନ୍ତି ଶୃଙ୍ଖଳା ସହିତ ମତଦାନ ହୋଇପାରିବ ସେ ନେଇ ସ୍ଥିତି ପରଖୁଥିବା ଦେଖିବାକୁ ମିଳିଛି ।

ତେବେ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ଏନେଇ ସମସ୍ତ ବୁଥରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ମୋବାଇଲ୍ ପାର୍ଟି ମଧ୍ୟ ପର୍ଯ୍ୟବେକ୍ଷଣ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.