ETV Bharat / state

ବିଧାୟିକାଙ୍କ ମହାନତା: ସଡକ ଦୁର୍ଘଟଣାରେ ଗୁରୁତରଙ୍କୁ ମେଡିକାଲରେ କଲେ ଭର୍ତ୍ତି

author img

By

Published : Jun 24, 2021, 10:15 PM IST

ଦେଓ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀଙ୍କ ଗାଡି ଓ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରତର । ଗୁରୁତରଙ୍କୁ ନିଜ ଗାଡିରେ ଆଣି ମେଡ଼ିକାଲରେ ଭର୍ତ୍ତି କଲେ କରଞ୍ଜିଆ ବିଧାୟିକା । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଗୁରୁତରଙ୍କୁ ନିଜ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ ବିଧାୟିକା
ମର୍ମନ୍ତୁଦ ସଡକ ଦୁର୍ଘଟଣା; ଗୁରୁତରଙ୍କୁ ନିଜ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ ବିଧାୟିକା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ତାଟୋଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦେଓ ପ୍ରକଳ୍ପର ନିର୍ବାହୀଯନ୍ତ୍ରୀ ଇଂ ଅନୀଲ କୁମାର ପାଣିଗ୍ରାହୀଙ୍କ ଗାଡି ସହ ଏକ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା । ଗୁରୁତରଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ଭର୍ତ୍ତି କଲେ କରଞ୍ଜିଆ ବିଧାୟିକା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା; ଗୁରୁତରଙ୍କୁ ନିଜ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ ବିଧାୟିକା

ସୂଚନାଯୋଗ୍ୟ, ଆଜି(ଗୁରୁବାର) ଅପରାହ୍ନରେ ଏହି ଦୁର୍ଘଟଣା ଘଟିଥିଲା । ସେହି ସମୟରେ ଉକ୍ତ ରାସ୍ତା ଦେଇ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଯାଉଥିଲେ । ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଦେଖି ସେ ନିଜର ମହାନତା ଦେଖାଇ ନିଜ ଗାଡିରେ ତାଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ମୃତକ ଓ ଗୁରୁତରଙ୍କ ପରିଚୟ ଏ ଯାଏଁ ମିଳିପାରି ନାହିଁ । ଅନ୍ୟପଟେ ମୃତ ଯୁବକଙ୍କ ମୃତଦେହ ବହୁ ସମୟ ଧରି ରାସ୍ତାରେ ପଡିରହିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜେନା ପ୍ରକାଶ ପାଇଥିଲା । ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.