ETV Bharat / state

ଠାକୁରମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶାଶୁ ମୃତ, ଜ୍ବାଇଁ‌ ଗୁରୁତର

author img

By

Published : Nov 19, 2022, 1:29 PM IST

ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାରେ ବାଲି ବୋଝେଇ ହାଇଓ୍ବା ସହିତ ଟାଟା ଏସି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଶାଶୁର ମୃତ୍ୟୁ ହୋଇଥିବାବେଳେ ଜ୍ବାଇଁ ଗୁରୁତର । ଅଧିକ ପଢନ୍ତୁ

ମୁହାଁମୁହିଁ ଧକ୍କା
ମୁହାଁମୁହିଁ ଧକ୍କା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଲି ବୋଝେଇ ହାଇଓ୍ବା ସହିତ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ସମେତ ଜଣେ ଯୁବକ ଗୁରୁତର ଆହକ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଠାକୁରମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶାଶୁ ମୃତ, ଜ୍ବାଇଁ‌ ଗୁରୁତର

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବଜାର ଠାରୁ ୧ କିମି ଦୂର ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ବିଦ୍ୟୁତ କାର୍ଯ୍ୟାଳୟ ନିକଟରେ ଗତକାଲି ରାତିରେ ଏକ ବାଲି ବୋଝେଇ ଟ୍ରକ ସହିତ ଟାଟା ଏସି ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଟାଟା ଏସିରେ ବସି ଯାଉଥିବା ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ, ତାଙ୍କର ୨ ବର୍ଷ ନାତି ଗାଡି ଭିତରୁ ଛିଟିକି ପଡିଥିଲା । ଏହାସହ ଟାଟା ଏସି ଚାଳକ ଗାଡି ଭିତରେ ଚାପି ହୋଇଯାଇଥିଲେ ।

ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ସମୟରେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ଜଣକ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମର ରାନୁ ମାରାଣ୍ଡି ହୋଇଥିବାବେଳେ ଗୁରୁତର ଡ୍ରାଇଭର ଜଣକ ତାଙ୍କର ଜ୍ବାଇଁ ଗାନ୍ଧୀ ହେମ୍ବ୍ରମ, ଏବଂ ଆହତ ଶିଶୁ ଜଣକ ଡ୍ରାଇଭର ଗାନ୍ଧୀଙ୍କ ୨ ବର୍ଷ ର ପୁଅ ବୋଲି ଜଣା ପଡିଛି । ପୁଅ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: Kashi-Tamil Samagam: ଆଜି ବାରଣାସୀରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ସୂଚନା ଅନୁଯାୟୀ OD୧୧A ୪୦୧୮ ନମ୍ବର ବିଶିଷ୍ଟ ହାଇଓ୍ବା ଗାଡ଼ି ବାଲି ବୋଝେଇ କରି ଆନନ୍ଦପୁରରୁ ଠାକୁରମୁଣ୍ଡା ଆସୁଥିବାବେଳେ ଚକୁଳିଆ ଗ୍ରାମରୁ ପତ୍ରତୋଳା ଗ୍ରାମକୁ ଟାଟା ଏସି ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବାଲି ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.