ETV Bharat / state

ସାନିଟାଇଜ ହେଲା ରାଇରଙ୍ଗପୁର

author img

By

Published : May 15, 2021, 1:41 PM IST

କୋରୋନାରୁ ସହରବାସୀଙ୍କୁ ସୁରକ୍ଷିତ ଦେବା ପାଇଁ ରାଇରଙ୍ଗପୁର ଜିଲ୍ଲାରେ ଚାଲିଛି ରାସାୟନିକ ପାଣି ସିଞ୍ଚନ କାର୍ଯ୍ୟ । ଅଧିକ ପଢନ୍ତୁ...

ସାନିଟାଇଜ ପ୍ରକ୍ରିୟା ସହିତ କୋଭିଡ ସେଣ୍ଟରରେ ମକଡ୍ରିଲ ଟ୍ରେନିଂ
ସାନିଟାଇଜ ପ୍ରକ୍ରିୟା ସହିତ କୋଭିଡ ସେଣ୍ଟରରେ ମକଡ୍ରିଲ ଟ୍ରେନିଂ

ରାଇରଙ୍ଗପୁର: ସାରା ମୟୂରଭଞ୍ଜ ଜିଲ୍ଲାରେ କୋରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦିନ କୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ସଟଡାଉନ ସହ ଶନିବାର ଓ ରବିବାର ଦିନ ରାଇରଙ୍ଗପୁର ସହରରେ ସାନିଟାଇଜିଂ ପ୍ରକ୍ରିୟା ଜାରି ରହିଛି। ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ରାସାୟନିକ ପାଣି ସିଞ୍ଚନ କରାଯାଉଛି।

ସାନିଟାଇଜ ପ୍ରକ୍ରିୟା ସହିତ କୋଭିଡ ସେଣ୍ଟରରେ ମକଡ୍ରିଲ ଟ୍ରେନିଂ

ରାଇରଙ୍ଗପୁର ସହରକୁ କୋରୋନା ମୁକ୍ତ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ରାସ୍ତାଘାଟ, ବଜାର ଗଳିକନ୍ଦି ବିଭିନ୍ନ ସ୍ଥାନରେ ବିଶୋଧକ ସ୍ପ୍ରେ କରାଯାଉଛି। ରାଇରଙ୍ଗପୁର ସ୍ଥିତ କୋଭିଡ କେୟାର ସେଣ୍ଟର ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି।

ସେପଟେ କୋଭିଡ କେୟାର ସେଣ୍ଟରରେ ନିଆଁ ଲାଗିଲେ କିପରି ନିଆଁକୁ ଆୟତ୍ତ କରିବା ସହିତ କୋଭିଡରେ ଆକ୍ରାନ୍ତ ଥିବା ରୋଗୀଙ୍କୁ ଉଦ୍ଧାର କରାଯିବ ସେନେଇ କୋଭିଡ ସେଣ୍ଟର କର୍ମଚାରୀ ମାନଙ୍କୁ ମକଡ୍ରିଲ ମାଧ୍ୟମରେ ଅଗ୍ନିଶମ ବିଭାଗ ପକ୍ଷରୁ ଟ୍ରେନିଂ ଦିଆ ଯାଉଛି।

ଅନ୍ୟପଟେ ସପ୍ତାହନ୍ତ ସଟଡାଉନରେ ପୋଲିସ ଓ ପ୍ରଶାସନ ତରଫରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯାହା ଦ୍ବାରା ସମଗ୍ର ଅଞ୍ଚଳକୁ କୋରୋନା ସଂକ୍ରମଣରୁ ରୋକା ଯାଇପାରିବ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.