ETV Bharat / state

ବିଦେଶ ଯିବେ SHG ମହାସଂଘ ସଭାନେତ୍ରୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

author img

By

Published : May 13, 2023, 1:37 PM IST

ସୁଦୂର ଦୁବାଇ ଯିବେ ମୟୂରଭଞ୍ଜର ଏସଏଚଜି ମହାସଂଘ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ । ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ବିନୀତ ଭରଦ୍ବାଜ । ଅଧିକ ପଢନ୍ତୁ

ବିଦେଶ ଯିବେ ଏସଏଚଜି ମହାସଂଘ ସଭାନେତ୍ରୀ
ବିଦେଶ ଯିବେ ଏସଏଚଜି ମହାସଂଘ ସଭାନେତ୍ରୀ

ରାଇରଙ୍ଗପୁର: ବିଦେଶ ଯିବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ । ଆସନ୍ତା ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ଏସଏଚଜି ମହାସଂଘର ୧୦ ଜଣ ସଭାନେତ୍ରୀଙ୍କୁ ଦୁବାଇ ପଠାଯିବ । ଯାହାଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଏସଏଚଜି ମହାସଂଘ ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ । ୧୦ ଜଣଙ୍କ ମଧ୍ୟରେ ସେ ମଧ୍ୟ ବିଦେଶ ଯିବେ ବୋଲି ସ୍ଥିର ହୋଇଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ବିଷ୍ଣୁ ପ୍ରିୟାଙ୍କୁ ନିଜ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଛନ୍ତି ଓ ତାଙ୍କ ଯାତ୍ରାର ସଫଳତା କାମନା କରିଛନ୍ତି ।

ସୂଚନା ମୁତାବକ, ଓଡ଼ିଶାର ମିଶନ ଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ୧୦ ଜଣ ସଭାନେତ୍ରୀ ବିଦେଶ ଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁ ପ୍ରିୟା ଦାସଙ୍କୁ ଦୁବାଇ ଯିବା ପାଇଁ ସ୍ଵୀକୃତି ମିଳିଛି । ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ସାରା ଓଡିଶାରୁ ୧୦ ଜଣ ମହିଳାଙ୍କୁ ବଛାଯାଇଛି । ସେଥିମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଷ୍ଣୁ ପ୍ରିୟା ଦାସ ମଧ୍ୟ ରହିଛନ୍ତି । ଚଳିତ ମେ' ମାସ ୧୫ ତାରିଖ ଦିନ ୧୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଭୁବନେଶ୍ବରୁ ଦୁବାଇ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: President Speech Power Outage: ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କଲେ କୁଳପତି

ଏନେଇ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ତାଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର ଉପସ୍ଥିତିରେ ସଭାନେତ୍ରୀ ବିଷ୍ଣୁ ପ୍ରିୟା ଦାସଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାସହିତ ତାଙ୍କ ଯାତ୍ରାର ସଫଳତା କାମନା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ ମହାସଂଘରୁ ଜଣେ ସଭାନେତ୍ରୀ ବିଷ୍ଣୁ ପ୍ରିୟା ଦାସ ଦୁବାଇ ଯିବାର ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାର ଏସଏଚଜି ମହିଳାଙ୍କ ମଧ୍ୟରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଛି । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ରାଜ୍ୟ ମିଶନ ଶକ୍ତି ବିଭାଗର ସଚିବ ସୁଜାତା କେ. ପାଣ୍ଡିଆନଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ।

ଏହାମଧ୍ୟ ପଢନ୍ତୁ : ଚଳନ୍ତା ସ୍କୁଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଯୁବକ

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.