ETV Bharat / state

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

author img

By

Published : Apr 11, 2023, 10:19 PM IST

ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ । ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

Mayurbhanj rape case
ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲା

ରାଇରଙ୍ଗପୁର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏଥିସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କୋର୍ଟ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସିଭିଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ମଙ୍ଗଳବାର ପ୍ରକାଶ ପାଇଛି । ପାରିପାର୍ଶ୍ବିକ ସ୍ଥିତି, ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାମଲାର ଶୁଣାଣି କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ଅପ୍ରେଲ ମାସ ୨୦ ତାରିଖ ସନ୍ଧ୍ୟା ସମୟରେ ବିଶୋଇ ଥାନା ଅଞ୍ଚଳର ହେକୁଲୁ ଧଳ ଜନୈକା ଭିନ୍ନକ୍ଷମ ଯୁବତୀଙ୍କୁ ଏକୁଟିଆ ପାଇ ଜୋର ଜବରଦସ୍ତ ଗାଁ ଠାରୁ କିଛି ଦୂରରେ ଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଉକ୍ତ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ ହେକୁଲୁ ଧଳ । ଘଟଣା ସମ୍ପର୍କରେ ଇଙ୍ଗିତ ମାଧ୍ୟମରେ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ବିଶୋଇ ଥାନାରେ ପରିବାର ଲୋକେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ କେସ ନଂ ୩୭/୨୦ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ମାମଲାର ତଦନ୍ତ ସମୟରେ ହେକୁଲୁକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ପୋଲିସ । ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ ଓ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି କୋର୍ଟ ଦୋଷୀକୁ ୧୦ ବର୍ଷା ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଆସାମୀ ଜଣକ ହେଲେ ବିଶୋଇ ଥାନା ଅନ୍ତର୍ଗତ ମାଣିଚ ଗ୍ରାମର ‌ହେକୁଲୁ ଧଳ। ରାୟ ପ୍ରକାଶ ପାଇବା ପରେ ଆସାମୀ ହେକୁଲୁ ଧଳକୁ ରାଇରଙ୍ଗପୁର ଉପ କାରାଗାରକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାଟିକୁ ଅତିରିକ୍ତ ପିପି ପଙ୍କଜ କୁମାର ଦାସ ପରିଚାଳନା କରୁଥିଲେ ।



ଗତ ଗୁରୁବାର ଦିନ ଜଣେ ନାବାଳିକା ଦୁଷ୍କର୍ମ ଉଦ୍ୟମକାରୀକୁ ତିନି ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଥିଲେ ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ କୋର୍ଟର ଜଜ ସୁମିତା ଜେନା । ୨୦୨୧ ମସିହା ଏପ୍ରିଲ ୨୫ ତାରିଖରେ ଜନୈକା ନାବାଳିକା ଜଣକ ପଡୋଶୀ ଘରୁ ଟିଭି ଦେଖି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲା ବେଳେ ବିଶୋଇ ଥାନା ଅନ୍ତର୍ଗତ ଫୁଲଝରି ଗ୍ରାମର ସମ୍ବର ସରେନ ବାଟରୁ ତାକୁ ଜୋର ଜବରଦସ୍ତ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ ଉଦ୍ୟମ କରୁଥିଲେ । ଏହି ସମୟରେ ନାବାଳିକା ଜଣକ ଜୋରରେ ପାଟି କରିବାରୁ ସ୍ଥାନୀୟ ଲୋକେ ପୀଡିତା ନାବାଳିକାକୁ ଦୋଷୀ କବଳରୁ ଉଦ୍ଧାର କରିବା ସହ ପୋଲିସର ଜିମା ଦେଇଥିଲେ । ଏନେଇ ପୀଡିତାଙ୍କ ବାପା ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ଦୋଷୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ବିଚାର ସମୟରେ ୧୬ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ଓ ପୋଲିସର ରିପୋର୍ଟକୁ ଭିତ୍ତି କରି ଜଜ୍ ଦଣ୍ଡ ଶୁଣାଣି କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.