ETV Bharat / state

ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ଥାର୍ଡ ଡିଗ୍ରୀ ଅଭିଯୋଗ

author img

By

Published : Oct 13, 2020, 9:56 PM IST

ପୋଲିସ ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନାରେ ଘଟିଛି । ଯୁବକ ଜଣକ ଚିକିତ୍ସାଧୀନ ଅବସ୍ଥାରେ ଆସି ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ଅଧିକ ପଢନ୍ତୁ...

ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ଥାର୍ଡ ଡିଗ୍ରୀ ଅଭିଯୋଗ
ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ଥାର୍ଡ ଡିଗ୍ରୀ ଅଭିଯୋଗ

ରାଇରଙ୍ଗପୁର: ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀ ଯୁବକକୁ ଘରୁ ଥାନାକୁ ଉଠାଇ ନେଇ ନିର୍ଧୁମ ପିଟିଲା ପୋଲିସ । ପୁଣି ଦେଖିବାକୁ ମିଳିଛି ଖାକିର ଦାଦାଗିରି । ମାନବିକତା ଭୁଲି ଥାର୍ଡ ଡିଗ୍ରୀ ପ୍ରୟୋଗ କରିଛି ପୋଲିସ। ଯଶୀପୁର ଥାନା ଆଇଆଇସି ନିର୍ଦ୍ଦୋଷ ଯୁବକଙ୍କ ସମ୍ପର୍କୀୟ ସହ ମୋବାଇଲ କଥାବାର୍ତାରୁ ପୋଲିସ ଘଟଣାକୁ ସ୍ବୀକାର କରୁଥିବାବେଳେ ସେମିତି ବେଶୀ ମାଡ଼ ହୋଇନଥିବା ପ୍ରକାଶ କରିଛି । ସେପଟେ ଯୁବକ ଜଣକ ଚିକିତ୍ସାଧୀନ ଅବସ୍ଥାରେ ଆସି ସମ୍ପୃକ୍ତ ଥାନାଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ।

ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ଥାର୍ଡ ଡିଗ୍ରୀ ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଯାଉଁରିପୋଷି ଗାଁ ନିକଟରେ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଏକ ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲି ଥିଲା । ଯେଉଁଠାରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ତେଣୁ ସେଠାରେ ବିଭିନ୍ନ ଦୋକାନବଜାର ଲାଗିବା ସହିତ ଜୁଆ ଖେଳ ମଧ୍ୟ ଜୋରସୋରରେ ଚାଲିଥିଲା। ଯଶୀପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ସାଦା ପୋଷାକରେ ଯାଇ ଅତର୍କିତ ଚଢ଼ାଉ କରି ୨ ହଜାର ଟଙ୍କା ସହ ୩ ଜଣ ଜୁଆଡିଙ୍କୁ ଉଠାଇ ଆଣୁଥିବା ସମୟରେ ହଠାତ ସେଠାରେ ଥିବା ଲୋକେ ପୋଲିସ ଉପରକୁ ଢେଲା ମାଡ଼ କରିଥିଲେ। ଘଟଣାସ୍ଥଳରେ ୩ ଜଣ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୋଲିସ ଗାଡିଟିର କାଚ ଢେଲା ମାଡରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୩ ଜଣକୁ ଉଠାଇ ପଚରାଉଚରା କରିବା ସହ ୫୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ଆଉ ୫ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସକୁ ଆକ୍ରମଣ ଘଟଣା ପରେ ବିଭିନ୍ନ ଜାଗାରେ ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି ରଖିଥିଲା କିନ୍ତୁ ପୋଲିସ ଏତେ ହିଂସ୍ର ହୋଇ ଯାଇଥିଲା ଯେ କିଏ ଅଭିଯୁକ୍ତ କିଏ ନିର୍ଦ୍ଦୋଷ ଜାଣି ପାରୁନଥିଲା। ସେହି ଯାଉଁରିପୋଷି ଗାଁର ଜଗଦୀଶ ହେମ୍ବ୍ରମ ବୋଲି ଜଣେ ନିରୀହ ଆଦିବାସୀ ଯୁବକଙ୍କୁ ୪ ତାରିଖ ରାତିରେ ଘରୁ ଉଠାଇ ଆଣି ନିର୍ଧୁମ ପିଟିଥିଲା ଏବଂ ସେ ନିର୍ଦ୍ଦୋଷ ବୋଲି ଜାଣି ସକାଳୁ ଯୁବକକୁ ଛାଡି ଦେଇଥିଲା।

ମାନବିକତା ଭୁଲିଗଲା ପୋଲିସ, ନିରୀହ ନିର୍ଦ୍ଦୋଷ ଆଦିବାସୀକୁ ଥାର୍ଡ ଡିଗ୍ରୀ ଅଭିଯୋଗ

ଯୁବକ ଜଣକ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ହେବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଚିକିତ୍ସା ହୋଇ ଫେରିବା ପରେ ଆଜି ଉପଯୁକ୍ତ ନ୍ୟାୟ ପାଇଁ ସମ୍ପୃକ୍ତ ଥାନାଧିକାରୀଙ୍କ ନାମରେ କରଞ୍ଜିଆ କୋର୍ଟରେ ଏକ ମାମଲା ଦାଏର କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.