ETV Bharat / state

ଗାଁକୁ ପଶି ଆସିଲା ଆହତ ଭାଲୁ, ଆତଙ୍କିତ ଲୋକେ

author img

By

Published : Mar 25, 2022, 12:52 PM IST

Updated : Mar 25, 2022, 1:06 PM IST

ଗ୍ରାମରେ ପଶିଲା ଆହତ ଭାଲୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମରେ ଏକ ଆହତ ଭାଲୁ ଦେଖିବାକୁ ମିଳିଛି । ଗ୍ରାମରେ ଆହତ ଭାଲୁକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

injured bear enter the village in karanjia
ଗ୍ରାମରେ ପଶିଲା ଆହତ ଭାଲୁ, ଲୋକେ ଆତଙ୍କିତ

ରାଇରଙ୍ଗପୁର: ଗ୍ରାମରେ ପଶିଲା ଆହତ ଭାଲୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମରେ ଏକ ଆହତ ଭାଲୁ ଦେଖିବାକୁ ମିଳିଛି । ଗ୍ରାମରେ ଆହତ ଭାଲୁକୁ ଦେଖି ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।

ଗାଁକୁ ପଶି ଆସିଲା ଆହତ ଭାଲୁ, ଆତଙ୍କିତ ଲୋକେ

କୌଣସି ଏକ କାରଣରୁ ଭାଲୁଟି ଆହତ ଅବସ୍ଥାରେ ଗ୍ରାମରେ ପଶି ଆସିଥିଲା । କିଛି ଲୋକେ ଆହତ ଭାଲୁଟିକୁ ଟେକା ପଥର ମାରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଆହତ ଭାଲୁଟି ଜୀବନ ବଞ୍ଚାଇବା ପାଇଁ ଅନେକ ସମୟ ଧରି ଏଣେତେଣେ ଧାଁ ଦୌଡ଼ କରିବା ସତ୍ତ୍ବେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବନବିଭାଗ ଜଙ୍ଗଲ ସୁରକ୍ଷା ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି । ହେଲେ ପୁରୁଣାପାଣି ଗ୍ରାମରେ ପଶି ଆସିଥିବା ଆହତ ଭାଲୁଟିର ସୁରକ୍ଷା ନେଇ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Mar 25, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.