ETV Bharat / state

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

author img

By

Published : Jan 17, 2021, 5:52 PM IST

ଘର ଭିତରୁ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ବାପଘର ଲୋକେ । ଅଧିକ ପଢନ୍ତୁ...

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର
ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମଝିଗାଁ ଗ୍ରାମରେ ଅଭାବନୀୟ ଘଟଣା । ଘର ଭିତରୁ ଗର୍ଭବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅନ୍ୟପଟେ ମହିଳାଙ୍କ ବାପଘର ଲୋକେ ଶାଶୁଘର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର

ସୂଚନାଯୋଗ୍ୟ, ମୃତ ମହିଳା ସୀତା ମହାକୁଡ ଗତ ଦୁଇବର୍ଷ ତଳେ ମଝିଗାଁର ଅଭିଳାଷ ମହାକୁଡଙ୍କୁ ବିବାହ କରିଥିଲେ । ତାଙ୍କ ସ୍ବାମୀ ତାଙ୍କୁ ମାଡ ମାରୁଥିବା ସେ ଅଭିଯୋଗ କରି ଆସୁଥିଲେ ଏବଂ ଦୁଇ ଦିନ ତଳେ ବାପଘର ଲୋକଙ୍କୁ ଫୋନ ମାଧ୍ୟମରେ ମାଡ ସହି ହେଉନି ବୋଲି କହିଥିଲେ । ତେବେ ରବିବାର ଘର ଭିତରୁ ସୀତାଙ୍କ ଝୁଲାନ୍ତା ମୃତଦେହ ଉଦ୍ଧାର ହୋଇଛି । ସେ ସାତମାସର ଗର୍ଭବତୀ ଥିବା ଜଣାପଡିଛି ।

ଅନ୍ୟପଟେ ମହିଳା ଜଣକ ଘର କବାଟ ବନ୍ଦ କରି ଆତ୍ମହତ୍ୟା କରିଛନ୍ତି ଏବଂ ଘରର ଆଜବେଷ୍ଟସ ଭାଙ୍ଗି ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିବା ମହିଳାଙ୍କ ସ୍ବାମୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି । ପୋଲିସ ସ୍ବାମୀକୁ ଅଟକ ରଖି ପଚରାଉଚରା କରୁଛି ।

ରାଇରଙ୍ଗପୁରର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.