ETV Bharat / state

ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

author img

By

Published : Jul 14, 2021, 10:45 PM IST

ଦୀର୍ଘ ଦିନ ଧରି କାର୍ଯ୍ୟ କରି ନିଜ ଜନ୍ମମାଟିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ । ଅଧିକ ପଢନ୍ତୁ...

ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ
ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର: ଅବସର ପରେ ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ । ଝାଡଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ସଫଳତାର ସହ ନିଜ କାର୍ଯ୍ୟକାଳ ଶେଷ କରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ତାଙ୍କ ବାସଭବନକୁ ଫେରିଛନ୍ତି । ଝାଡଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁରସ୍ଥିତ କଚେରୀ ପଡିଆରେ ଅବତରଣ କରିଛନ୍ତି । ସେଠାରେ ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳଙ୍କୁ ରାଇରଙ୍ଗପୁର ଏସପି ମନୋରଞ୍ଜନ ବିଶ୍ବାଳ ସ୍ବାଗତ କରିଥିଲେ ।

ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ

ସେଠାରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ଦିଆ ଯାଇଥିବାବେଳେ ରାଇରଙ୍ଗପୁର ବିଧାୟକ, ଜଶିପୁର ବିଧାୟକ, ସାରସକଣା ବିଧାୟକ ଓ ଅନ୍ୟାନ୍ୟ ବିଜେପିର ତୁଙ୍ଗ ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ସେପଟେ ଦ୍ରୌପଦୀ ମୁର୍ମୁଙ୍କ ସହିତ ଯୋଗାଯୋଗ କରିବାରୁ ସେ କାର୍ଯ୍ୟକାଳ ମଧ୍ୟରେ ପ୍ରଶାସନିକ ଅଧିକାରୀ ଓ ଜନସାଧାରଣଙ୍କ ସହଯୋଗରେ ସ୍ବଚାରୁରୂପେ ନିଜ ଦାୟିତ୍ୱ ସମ୍ପନ୍ନ କରିଥିଲେ । ତା ସହିତ ସେ ନିଜ ଜନ୍ମମାଟିକୁ ଫେରିଥିବାରୁ ବହୁତ ଖୁସି ଥିବା ପ୍ରକାଶ କରିଥିଲେ ।

ସମାଜସେବା ଲକ୍ଷ୍ୟ ରଖି ଆଗାମୀ ଦିନରେ ଲୋକଙ୍କ ସହିତ ଯୋଡି ହୋଇ ରହିବେ ଓ ସଂଗଠନ ତରଫରୁ କୌଣସି ଦାୟିତ୍ଵ ଦିଆଗଲେ ତାହା ମଧ୍ୟ ତୁଲାଇବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ । ଅନ୍ୟପଟେ ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ଦ୍ରୌପଦୀ ମୁର୍ମୁ ଜଣେ ବେଶ ଜଣାଶୁଣା ଚେହେରା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଜନ୍ମଗ୍ରହଣ କରିଥିବାବେଳେ କୁସୁମୀ ବ୍ଲକର ପାହାଡପୁର ଗ୍ରାମରେ ବିବାହ କରିଥିଲେ ।

ତେବେ ପରେ ସରକାରୀ ଚାକିରୀ ଛାଡ଼ି ରାଜନୀତିରେ ପାଦ ଥାପିଥିବାବେଳେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମଧ୍ୟ ପାଇଥିଲେ । ପରେ କେନ୍ଦ୍ରସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୧୫ ମସିହା ମେ ୧୮ ତାରିଖରେ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ତେବେ ସେ ଦେଶରେ ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.