ETV Bharat / state

ବନ୍ୟଜନ୍ତୁ ଶିକାର ନେଇ ଚଢାଉ: ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ

author img

By

Published : Nov 29, 2022, 6:35 PM IST

Updated : Nov 29, 2022, 11:00 PM IST

ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ । ବନ୍ୟଜନ୍ତୁ ଶିକାର ହୋଇଥିବା ଖବର ପାଇ ଗ୍ରାମରେ ତଲାସୀ କରୁଥିଲେ ବନ ବିଭାଗ କର୍ମଚାରୀ । ରେଞ୍ଜର ଓ ବନ କର୍ମଚାରୀଙ୍କୁ ଅଟକ ରଖିବା ସହିତ ବାଡେଇ ଲହୁ ଲୁହାଣ କଲେ ଗ୍ରାମବାସୀ । ଜୀବନ ଭୟରେ ଜଙ୍ଗଲରେ ଲୁଚିଥିଲେ ବନ କର୍ମଚାରୀ । ଜଙ୍ଗଲରୁ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କରୁଥିଲେ ତଲାସୀ, ବନ କର୍ମଚାରୀଙ୍କୁ ବାଡେଇ ଲହୁ ଲୁହାଣ କଲେ ଗ୍ରାମବାସୀ
ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କରୁଥିଲେ ତଲାସୀ, ବନ କର୍ମଚାରୀଙ୍କୁ ବାଡେଇ ଲହୁ ଲୁହାଣ କଲେ ଗ୍ରାମବାସୀ

ରାଇରଙ୍ଗପୁର: ବନ୍ୟଜନ୍ତୁ ଶିକାର ହୋଇଥିବା ଖବର ପାଇ ଗ୍ରାମରେ ତଲାସୀ ବେଳେ ଉତ୍ତେଜନା । ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ । କେନ୍ଦୁମୁଣ୍ଡି ରେଞ୍ଜର ଓ ବନ କର୍ମଚାରୀଙ୍କୁ ଅଟକ ରଖିବା ସହିତ ବାଡେଇ ଲହୁ ଲୁହାଣ କଲେ ଗ୍ରାମବାସୀ । ଜୀବନ ଭୟରେ ଜଙ୍ଗଲରେ ଲୁଚିଥିଲେ ବନ କର୍ମଚାରୀ । ଖବର ପାଇ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର କରିବା ପରେ ବନ ବିଭାଗ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ । ଗୁରୁତର ଆହତ ହୋଇଥିବା ରେଞ୍ଜର ଦୁର୍ଗାଚରଣ ବାସ୍କେଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ବନ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ

ସୂଚନା ଅନୁସାରେ ବନ୍ୟଜନ୍ତୁ ଶିକାରର ଖବର ପାଇ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଦେଲବେଡା ଗ୍ରାମରେ ଗତକାଲି (ସୋମବାର) ଚଢାଉ କରାଯାଇଥିଲା । କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜର ଓ ବନ ବିଭାଗ କର୍ମଚାରୀ ରାତିରେ ଘରେ ଘରେ ପଶି ଚଢ଼ାଉ କରିଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ୨ଟି ଗାଡ଼ିରେ ଯାଇଥିବା ବିଭଗର କର୍ମଚାରୀମାନଙ୍କୁ ଗ୍ରାମରେ ଅଟକ ରଖିବା ସହ ନିର୍ଦ୍ଧୁମ ପିଟି ଲହୁ ଲୁହାଣ କରିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ କିଛି ସମୟ ଚାପା ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ରାତି ପ୍ରାୟ ୮ଟା ସମୟରେ ଠାକୁରମୁଣ୍ଡା ଓ କରଞ୍ଜିଆ ବନ କର୍ମଚାରୀ ଏବଂ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ରେଞ୍ଜର ଏବଂ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ଗ୍ରାମରେ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ଉଦ୍ଧାର ହୋଇଥିଲେ ବନ କର୍ମଚାରୀ । ଘଟଣାସ୍ଥଳରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟାପିଟି କରୁଥିବା ବେଳେ କିଛି କର୍ମଚାରୀ ଘଟଣାସ୍ଥଳରୁ ନିଜର ଜୀବନ ବଞ୍ଚାଇବା ପାଇଁ କୁଆଡେ ଚାଲି ଯାଇଥିବାବେଳେ ବନବିଭାଗ ଏବଂ ପୋଲିସ ତାଙ୍କୁ ଖୋଜାଖୋଜି କରି ପାଇଥିଲେ । ତେବେ ସମସ୍ତ ଆହତ ହୋଇଥିବା ବନ କର୍ମଚାରୀମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଆହତ ହୋଇଥିବା ରେଞ୍ଜର ଦୁର୍ଗାଚରଣ ବାସ୍କେଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଜଣାପଡିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Nov 29, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.