ETV Bharat / state

ମୟୂରଭଞ୍ଜରେ ବନ ବିଭାଗର ଚଢାଉ: 2 ଗିରଫ

author img

By

Published : Feb 24, 2021, 5:30 PM IST

Updated : Feb 24, 2021, 6:13 PM IST

ହାତୀଦାନ୍ତ ବିକ୍ରି ପାଇଁ ଡିଲ ବେଳେ ଧରାପଡିଲେ ଦୁଇ ହାତୀଦାନ୍ତ ବେପାରୀ । ମୟୂରଭଞ୍ଜ ଜିଲ୍ଲା ଅଙ୍ଗାରପଡା ନିକଟରେ ଚଢାଉ କରି ବନ ବିଭାଗ 2 ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜରେ ବନ ବିଭାଗର ଚଢାଉ: 2 ଗିରଫ
ମୟୂରଭଞ୍ଜରେ ବନ ବିଭାଗର ଚଢାଉ: 2 ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଙ୍ଗାରପୋଡା ଗାଁ ନିକଟରେ ବନ ବିଭାଗର ଚଢାଉ । ଚଢାଉ ସମୟରେ ୪୫ କେଜି ହାତୀଦାନ୍ତ ଜବତ ହୋଇଛି । ଏଥିସହ ମାମଲାରେ ସମ୍ପୃକ୍ତ ଦୁଇ ହାତୀଦାନ୍ତ ବେପାରୀଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ହାତୀଦାନ୍ତ ବିକ୍ରି ପାଇଁ ମୂଲଚାଲ ସମୟରେ ବନବିଭାଗ ଚଢ଼ାଉ କରିଥିଲା ।

ମୟୂରଭଞ୍ଜରେ ବନ ବିଭାଗର ଚଢାଉ: 2 ଗିରଫ
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅନ୍ତର୍ଗତ ଅଙ୍ଗାରପୋଡା ଗାଁ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ଗିରଫ କରିଛି ବନବିଭାଗ । ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା, ଉଦଳା ଓ ଅନ୍ୟ ବନ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ହାତୀଦାନ୍ତ ବେପାରୀଙ୍କ ଠାରୁ ବନବିଭାଗ କର୍ମଚାରୀ ନିଜେ ଗ୍ରାହକ ହୋଇ ଅଠର ଲକ୍ଷ ଟଙ୍କାରେ ମୁଲ ଚାଲ କରି ଏହି ଚୋରା ହାତୀଦାନ୍ତ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଜବତ ହାତୀଦାନ୍ତର ଓଜନ ୪୫ କେଜି ହେବ । ଅନ୍ୟପଟେ ଗିରଫ ଦୁଇ ବ୍ୟକ୍ତି ଅଙ୍ଗାରପୋଡା ଗ୍ରାମର ହୋଇଥିବା ବନବିଭାଗ ସୂଚନା ଦେଇଛି । ବନ ବିଭାଗ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 24, 2021, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.