ETV Bharat / state

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ, ଏସପି ଓ କୁଳପତିଙ୍କ ନିଲମ୍ବନ ଦାବି

author img

By

Published : May 7, 2023, 5:29 PM IST

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ । ଏଭଳି ଅବହେଳା ଲାଗି ଏସପି ଓ ବିଶ୍ବବିଦ୍ୟାଳୟର କୁଳପତି ଉଭଯଙ୍କୁ ନିଲମ୍ବନ କରିବା ଲାଗି ବିଜେପି ଦାବି କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ପ୍ରସଙ୍ଗ

ରାଇରଙ୍ଗପୁର: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଭାଷଣ ସମୟରେ ବିଦ୍ୟୁତ ବିଭ୍ରାଟ ଘଟିବା ଏକ ଲଜ୍ୟାଜନକ ଘଟଣା । ଯାହାକୁ ନେଇ ବିଜେପି ପକ୍ଷରୁ ବାରିପଦାର ବଜାର ଇଣ୍ଡିଆଠାରେ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏଭଳି ଅବହେଳା ଲାଗି ଏସପି ଓ ବିଶ୍ବବିଦ୍ୟାଳୟର କୁଳପତି ଉଭଯଙ୍କୁ ନିଲମ୍ବନ କରିବା ଲାଗି ବିଜେପି ଦାବି କରିଛି ।

ଶନିବାର ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଦିବସ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନେକ ମାତ୍ରାରେ ଅବହେଳା ହୋଇଥିବାର ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସରେନ ଅଭିଯୋଗ କରିଛନ୍ତି । ଅଭିଭାଷଣ ଦେଉଥିବା ବେଳେ ଅଚାନକ ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ ଯାଏଁ ଦୀର୍ଘ ୯ ମିନିଟ ପାଇଁ ବିଦ୍ୟୁତ ବିଭ୍ରାଟ ହେବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କଲାଭଳି ଘଟଣା । ବିଜୁଳି ନଥିବାରୁ ସାରା ଅଡିଟୋରିୟମ ଅନ୍ଧାର ରହିଥିଲା।

ଏହା ବି ପଢନ୍ତୁ: Power outage: ଭାଷଣ ଦେବା ବେଳେ କଟିଲା ଲାଇନ, ଅନ୍ଧାରରେ ଭାଷଣ ଦେଲେ ରାଷ୍ଟ୍ରପତି

ଉକ୍ତ ସମୟରେ ସୁରକ୍ଷାରେ ଥିବା କର୍ମଚାରୀମାନେ ଏପଟ ସେପଟ ହେବା ତଥା କାର୍ଯ୍ୟ ତୁଲାଇବାରେ ମଧ୍ୟ ଅସୁବିଧା ସୃଷ୍ଟି କରିଥିଲା । ଏଥି ସହିତ ୨୦ଗୋଟି ନକଲି ପାସ ପ୍ରଦାନ କରିବା ସହ ହେଲିପ୍ୟାଡ଼ରେ କର୍ମଚାରୀ ନିୟୋଜିତ କରିବା ମଧ୍ୟ ଠିକ ଭାବେ ହୋଇନାହିଁ। ଯାହାକି ଦେଶର ସର୍ବୋଚ୍ଚ ନାଗରିକଙ୍କୁ ଅସମ୍ମାନିତ କରାଯାଇଛି। ଓଡ଼ିଶା ସମେତ ସାରା ଦେଶରେ ମୟୂରଭଞ୍ଜ ଜିଲ୍ଲାକୁ ଲଜ୍ଜିତ କରିଛି ବୋଲି ବିଜେପି କହିଛି । ଏଭଳି ଅବହେଳା ପ୍ରଦର୍ଶନର କାର୍ଯ୍ୟାନୁଷ୍ଠାନ ସ୍ବରୂପ ବିଶ୍ବବିଦ୍ୟାଳୟର କୁଳପତି ସନ୍ତୋଷ ତ୍ରିପାଠୀ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଋଷିକେଶ ଡି ଖିଲାରୀଙ୍କୁ କାର୍ଯ୍ୟରୁ ଅବିଳମ୍ବେ ନିଲମ୍ବିତ କରିବାକୁ ବିଜେପି ଦାବି କରିଛି ।

ଆଗାମୀ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ବନ୍ଦ କରିବା ସହ ଜିଲ୍ଲା, ରାଜ୍ୟ ଓ ସଂସଦ ଭବନରେ ଦାବି ଉପସ୍ଥାପନ ପୂର୍ବକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି ସରେନ। ସାମ୍ବାଦିକ ସମ୍ମିଳନୀରେ ବାରିପଦା ବିଧାୟକ ପ୍ରକାଶ ସରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି କବି ବିଷ୍ଣୁ ଶତପଥୀ, ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.