ETV Bharat / state

Presidents Event Blackout: ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚର ମୌନ ଧାରଣା

author img

By

Published : May 11, 2023, 7:30 AM IST

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣା । ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ମୌନ ଗଣଧାରଣା ଦେଲା ବାମନଘାଟି ନାଗରିକ ମଞ୍ଚ । ଅଧିକ ପଢନ୍ତୁ

Presidents Event Blackout
Presidents Event Blackout

Presidents Event Blackout

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣାର ପ୍ରତିବାଦରେ ବାମନଘାଟି ନାଗରିକ ମଞ୍ଚ ପକ୍ଷରୁ ମୌନ ଗଣଧାରଣା ଦିଆଯାଇଛି । ବୁଧବାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ଗାନ୍ଧୀ ପାର୍କ ଠାରେ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ଶାନ୍ତିପୂର୍ଣ୍ଣ ଭାବରେ ମୌନ ଗଣଧାରଣାରେ ବସିଛନ୍ତି ନାଗରିକ ମଞ୍ଚର ସଦସ୍ୟ । ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ୯ ମିନିଟ୍ ଧରି ଲାଇନ କଟିବା ଏହା ତାଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରି ଏହାର ପ୍ରତିବାଦରେ ସେମାନେ ମୁହଁରେ କଳା ମାସ୍କ ପିନ୍ଧି ଧାରଣା ଦେଇଛନ୍ତି । ପାଖାପାଖି ଦୁଇ ଘଣ୍ଟା ଧରି ମୌନ ପ୍ରତିବାଦ ସହ ଧାରଣା ପ୍ରଦର୍ଶନ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଗସ୍ତରେ ଆସିଥିଲେ । ଗତ ୪ ତାରିଖରେ ମହାମହିମ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପାହାଡପୁର, ସାତପୋଉଟିଆ ଓ ରାଇରଙ୍ଗପୁର ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୫ ତାରିଖ ଦିନ ସକାଳୁ ରାଇରଙ୍ଗପୁର ସହରର ମହାଦେବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଆସିବା ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ପରିଦର୍ଶନ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ସେଠାରୁ ରାଷ୍ଟ୍ରପତି ବାରିପଦା ଯାଇ ସେଠାରେ ରାତ୍ରିଯାପନ କରିଥିଲେ । ୬ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ମହାମହିମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ଅଭିଭାଷଣ ଚାଲିଥିବା ସମୟରେ ହଠାତ୍ ବିଜୁଳି କଟି ଯାଇଥିଲା । ତେବେ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ଦେଇ ଚାଲିଥିଲେ ରାଷ୍ଟ୍ରପତି ।

ଏହାମଧ୍ୟ ପଢନ୍ତୁ: ଆଇଟିଡିଏ ପକ୍ଷରୁ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଚାଷୀ

ଉକ୍ତ ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ବାମନଘାଟି ନାଗରିକ ମଞ୍ଚ । ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ହୋଇଥିବା କହିଛି ମଞ୍ଚ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ୯ ମିନିଟ ଧରି ଅନ୍ଧାର ହେବା ଏକ ଛୋଟ ଘଟଣା ନୁହଁ, ଏହା ଏକ ବଡ଼ ତ୍ରୁଟି ଏବଂ ଏଥିପାଇଁ ସେମାନେ ସିଧାସଳଖ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.