ETV Bharat / state

ଶ୍ମଶାନରେ ନବଜାତକ ଜୀବିତ ଘଟଣା: ହସ୍ପିଟାଲରେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା

author img

By

Published : Jan 20, 2022, 10:58 AM IST

Updated : Jan 20, 2022, 3:25 PM IST

ଶିଶୁର ମୃତ୍ୟୁ ପରେ କାନ୍ଦୁଥିଲେ ପରିବାର, ଶ୍ମଶାନରେ ଫେରିଲା ଜୀବନ
ଶିଶୁର ମୃତ୍ୟୁ ପରେ କାନ୍ଦୁଥିଲେ ପରିବାର, ଶ୍ମଶାନରେ ଫେରିଲା ଜୀବନ

ଜୀବିତ ନବଜାତ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ଶ୍ମଶାନରେ କାନ୍ଦି ଉଠିଲା ମୃତ ଶିଶୁ । ହସ୍ପିଟାଲକୁ ଆଣିବା ପରେ ପୁଣି ଶିଶୁଟିର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଜୀବିତ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୃପକ୍ଷ । ହଠାତ ଶ୍ମଶାନରେ କୁଆଁ କୁଆଁ ହୋଇ କାନ୍ଦିଲା ଶିଶୁ । ହସ୍ପିଟାଲରେ ଭର୍ତ୍ତି ପରେ ପୁଣି ଶିଶୁଟିର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ।

ହସ୍ପିଟାଲରେ ଶିଶୁର ମୃତ୍ୟୁ ହୋଇଥିବା ସୂଚନା

ସୂଚନା ଅନୁଯାୟୀ ସୁନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା ଗତକାଲି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। କିନ୍ତୁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ମେଡ଼ିକାଲ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଏହାପରେ ମୃତ ଶିଶୁଙ୍କ ପରିବାର ଲୋକ ନିଜ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମକୁ ସତ୍କାର ପାଇଁ ଶ୍ମଶାନକୁ ନେଇଯାଇଥିଲେ । ସେଠାରେ ମାଟି ଖୋଳି ଶିଶୁଟିକୁ ପୋତିବା ପାଇଁ ଯାଉଥିବାବେଳେ ଛୁଆଟି ହଠାତ କାନ୍ଦି ଉଠିଥିଲା ।

ଫଳରେ ପରିବାର ଲୋକେ ଛୁଆକୁ ଧରି ତୁରନ୍ତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣି ଭର୍ତ୍ତି କରିଥିଲେ। ତେବେ ଏପରି ଦାୟିତ୍ୱହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପରିବାର ଲୋକ। କିନ୍ତୁ କିଛି ସମୟ ପରେ ପୁଣି ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated :Jan 20, 2022, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.