ETV Bharat / state

ତଣ୍ଡିକି ପଞ୍ଚାୟତ ପାନୀୟ ଜଳର ଉତ୍କଟ ସମସ୍ୟା, ଗୁହାରି କଲେ ବି ଶୁଣୁନି ପ୍ରଶାସନ

author img

By

Published : Apr 23, 2023, 8:08 PM IST

Updated : Apr 23, 2023, 8:21 PM IST

ଖରା ଦିନେ ମଣଷ ଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହୁଆନ୍ତି । ମାଲକାନଗିରିରେ ପାନୀୟ ଜଳ ସମସ୍ୟା । ଗୋଟିଏ ନଳ କୂପ ଉପରେ ନିର୍ଭର କରୁଛନ୍ତି ୫୦ ପରିବାର । ଅଧିକ ପଢ଼ନ୍ତୁ

ଗୋଟିଏ ନଳ କୂପ ଉପରେ ନିର୍ଭଶୀଳ ୫୦ ପରିବାର
ଗୋଟିଏ ନଳ କୂପ ଉପରେ ନିର୍ଭଶୀଳ ୫୦ ପରିବାର

ମାଲକାନଗିରିରେ ପାନୀୟ ଜଳ ସମସ୍ୟା, ଗୋଟିଏ ନଳ କୂପ ଉପରେ ନିର୍ଭଶୀଳ ୫୦ ପରିବାର

ମାଲକାନଗିରି: ଖରାଦିନ ଆସିଲେ ପିଇବା ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ମାଲକାନଗିରିର ତଣ୍ଡିକି ପଞ୍ଚାୟତ ବାସିନ୍ଦା । ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଗାଁରେ ନଳକୂପ କିମ୍ବା ଟ୍ୟାପ୍‌ ମାଧ୍ୟମରେ ପାଣି ଯୋଗାଇ ଦିଆଯାଇ ଥାଏ । ଖରା ପୂର୍ବରୁ ତାସହ ଖରାପ ଥିବା ନଳକୂପଗୁଡିକୁ ମରାମତି କରାଯାଇଥାଏ । କିନ୍ତୁ ତଣ୍ଡକି ପଞ୍ଚାୟତରେ ବହୁ ଗାଁରେ ପାଣି ସମସ୍ୟା ଦେଖିବାକୁ ମିଳିଛି ।

ତଣ୍ଡିକି ପଞ୍ଚାୟତରେ ପାଣି ସମସ୍ୟା: ମାଲକାନଗିରି ସଦର ମହକୁମାଠାରୁ ୭ କିଲୋମିଟର ଦୂରରେ ତଣ୍ଡିକି ପଞ୍ଚାୟତ । ଏହି ପଞ୍ଚାୟତର ୧୨ଟି ୱାର୍ଡରେ ୧୪ଟି ଗାଁ ରହିଛି । ତଣ୍ଡିକି ସରପଞ୍ଚଙ୍କ ସୂଚନା ଅନୁଯାୟୀ, ୧୪ଟି ଗାଁ ମଧ୍ୟରୁ ୬ଟି ଗାଁରେ ବହୁମାତ୍ରାରେ ପିଇବା ପାଣିର ସମସ୍ୟା ରହିଛି । ବଣ୍ଡିକି, ନୁଆବଣ୍ଡିକି, ତୋଙ୍ଗଗୁଡା, ଚିଡିପାଲି, ବାହାଲ୍ ଗୁଡା ଗାଁରେ ରହିଛି ପାଣି ସମସ୍ୟା । ତାସହ ପଞ୍ଚାୟତରେ ସମୁଦାୟ ଦୁଇଶହଟି ନଳକୂପ ଥିବାବେଳେ ଶହେଟି ନଳକୂପ ଖରାପ ହୋଇଥିବା କହିଛନ୍ତି ସରପଞ୍ଚ । ଏଠାରେ ୫୦ଟି ଘରଥିବା ବେଳେ ଅଛି ମାତ୍ର ଗୋଟିଏ ନଳକୂପ । ଏଠାକାର ଲୋକମାନେ ଅଭିଯୋଗ କରିଛନ୍ତି, "ଖରାଦିନ ହେଲେ ସକାଳୁ ପାଣିପାଇଁ ଆସି ନଳକୂପରେ ଲାଇନ୍ ଲଗାଇଥାନ୍ତି ମହିଳାମାନେ । ନଳକୂପରୁ ବହୁମାତ୍ରାରେ ପାଣି ମାରିବା ଦ୍ବାରା ଜଳସ୍ତର ତଳକୁ ଚାଲିଯାଏ ଫଳରେ ଘଣ୍ଟାଘଣ୍ଟା ଧରି ଖରାତରାରେ ଛିଡାହୋଇ ମହିଳାମାନେ ପାଣି ନେଇଥାନ୍ତି ।

ସରପଞ୍ଚଙ୍କ ଅଭିଯୋଗ : ଗ୍ରାମବାସୀଙ୍କ ପିଇବାପାଣି ସମସ୍ୟା ନେଇ ଅବଗତ ଅଛନ୍ତି ତଣ୍ଡିକି ପଞ୍ଚାୟତ ସରପଞ୍ଚ ବାବୁଲା ପଡିଆମି । ସରପଞ୍ଚଙ୍କ କହିବା ଅନୁଯାୟୀ, "ପଞ୍ଚାୟତରେ ଥିବା ଦୁଇଶହ ନଳକୂପ ମଧ୍ୟରୁ ବର୍ଷେ ଶହେଟି ନଳକୂପ ଖରାପ ହୋଇ ପଡିଛି । ଏଥିନେଇ ସେ ମାଲକାନଗିରି ବିଡିଓ ଓ ଏସ୍‌ଡିଓଙ୍କୁ ଜଣାଇଥିଲେ । ପରେ ବିଡିଓ ବ୍ଲକର ସମସ୍ତ ପଞ୍ଚାୟତଗୁଡିକୁ ନଳକୂପ ମରାମତି ନିମନ୍ତେ ପାଇପ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ବ୍ଲକରେ ଟଙ୍କା ଜମା କରିବାପାଇଁ ଚିଠି କରିଥିଲେ । ପରେ ମାଲକାନଗିରି ବ୍ଲକର ସମସ୍ତ ପଞ୍ଚାୟତ ଦୁଇ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ବ୍ଲକରେ ଜମା କରିଥିଲେ । କିନ୍ତୁ ବ୍ଲକ ପକ୍ଷରୁ ନଳକୂପ ମରାମତି ନିମନ୍ତେ ୫୦ଟି ଦଶ ଫୁଟିଆ ପ୍ଲାଷ୍ଟିକ ପାଇପ୍‌ ଦେଇ କାମ ସାରି ଦେଇଛନ୍ତି ବ୍ଲକ ଅଧିକାରୀ ।" ପ୍ରଶାସନ ପଞ୍ଚାୟତର ପିଇବା ପାଣି ସମସ୍ୟାର ସମାଧାନ ନକଲେ ନିଜ ହକ୍ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛିନ୍ତି ଗ୍ରାମବାସୀ ଓ ସରପଞ୍ଚ ।

ଇଟିଭି ଭାରତ, ମାଲକାନଗିରି

Last Updated : Apr 23, 2023, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.