ETV Bharat / state

ଜନବସତିରୁ 5 କେଜିର ବଜ୍ରକାପ୍ତା ଉଦ୍ଧାର

author img

By

Published : May 24, 2022, 7:36 PM IST

ଜନବସତି ଅଞ୍ଚଳରେ ବଜ୍ରକାପ୍ତା । ଖବର ପାଇ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢ଼ନ୍ତୁ

ଜନ ବସତିରୁ ବଜ୍ରକାପ୍ତା ଉଦ୍ଧାର
ଜନ ବସତିରୁ ବଜ୍ରକାପ୍ତା ଉଦ୍ଧାର

ମାଲକାନଗିରି: ଜନବସତି ଅଞ୍ଚଳରେ ବେଫିକର ଭାବେ ଏକ ବଜ୍ରକାପ୍ତା ବୁଲୁଥିବାବେଳେ ଉଦ୍ଧାର କଲା ବନ ବିଭାଗ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଖବର ପାଇ ମାଥିଲି ବ୍ଲକ ସଦର ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ରାତିରେ ମାଥିଲି ବ୍ଲକ ସଦର ଅଞ୍ଚଳରେ ଏକ ବଜ୍ରକାପ୍ତା ବୁଲୁଥିବା ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଜଣାଇଥିଲେ । ଖବର ପାଇ ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ସେଠାରେ ପହଞ୍ଚି ବହୁ ଖୋଜା ଖୋଜି ପରେ ବଜ୍ରକାପ୍ତାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ବଜ୍ରକାପ୍ତାର ଓଜନ ପ୍ରାୟ ୫ କେଜି ରହିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଏହାର ମୂଲ୍ୟ ୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.