ETV Bharat / state

ଆଜିଠୁ ଖୋଲିଲା ଧାନମଣ୍ଡି, ଅନଲାଇନରେ ଟିକେଟ ପ୍ରଦାନ

author img

By

Published : Nov 15, 2019, 4:36 PM IST

ମାଲକାନଗିରି ଜିଲ୍ଲାରେ ଆଜିଠାରୁ ଖୋଲିଲା ଧାନମଣ୍ଡି । ଚାଲାଣଗୁଡା ପଞ୍ଚାୟତରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ଜିଲ୍ଲାରେ ଆଜିଠାରୁ ଖୋଲିଲା ଧାନ ମଣ୍ଡି । ଚାଲାଣଗୁଡା ପଞ୍ଚାୟତରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନମଣ୍ଡିକୁ ଆଜି ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଏସଏଚଜି ଗ୍ରୁପକୁ ମିଳିଛି ଅନୁମତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାରେ ବର୍ତ୍ତମାନ ୬୨ ଟି ଧାନ ମଣ୍ଡି ଖୋଲାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚାଷୀଙ୍କ ପାଇଁ ଏଫଏକ୍ୟୁ ମାନର ଧାନର ମୂଲ୍ୟ ୧ହଜାର ୮୧୫ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ A ଧାନର ମୂଲ୍ୟ ୧ ହଜାର ୮୩୫ ଟଙ୍କା ରଖାଯାଇଛି ।

ଚାଷୀ ମାନେ ଯେପରି ଦଲାଲଙ୍କ ଠକାମୀର ଶୀକାର ନହେବେ ସେଥିପାଇଁ ଅନ ଲାଇନରେ ଟିକେଟ ପ୍ରଦାନ କରାଯିବା ସହ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ କରାଯିବ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାରେ ଆଜି ଠାରୁ ଖୋଲିଲା ଧାନ ମଣ୍ଡି । Body:ଚାଲାଣଗୁଡା ପଞ୍ଚାୟତରେ ଖୋଲାଯାଇଥିବା ଜିଲ୍ଲାର ପ୍ରଥମ ଧାନ ମଣ୍ଡିକୁ ଆଜି ଉଦଘାଟନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ଚାଷିଙ୍କ ଠାରୁ ଧାନ କଣିବା ଲାଗି ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଲାଗି SHG ଗ୍ରୁପକୁ ମିଳିଛି ଅନୁମତି । ଜିଲ୍ଲାରେ ବର୍ତ୍ତମାନ ୬୨ ଟି ଧାନ ମଣ୍ଡି ଖୋଲାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ଏହାକୁ ବଢାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଚାଷିଙ୍କ ଲାଗି FAQ ମାନର ଧାନର ମୁଲ୍ୟ ୧୮୧୫ ଟଙ୍କା ରଖା ଯାଇଥିବା ବେଳେ ଗ୍ରେଡ A ଧାନର ମୁଲ୍ୟ ୧୮୩୫ ଟଙ୍କା ରଖା ଯାଇଛି । ଚାଷି ମାନେ ଯେପରି ଦଲାଲଙ୍କ ଠକାମିର ଶିକାର ନହେବେ ସେଥିପାଇ ଅନ ଲାଇନରେ ଟିକଟ ପ୍ରଦାନ କରାଯିବା ସହ ଚାଷିଙ୍କୁ ବ୍ୟଙ୍କ ଏକାଉଣ୍ଟରେ ଡିପଜିଟ କରାଯିବ ।

ବାଇଟ - ମନିଷ ଅଗ୍ରବାଲ, ମାଲକାନଗିରି ଜିଲ୍ଲାପାଳ
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.