ETV Bharat / state

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି: ୨୧ରୁ ଊର୍ଦ୍ଧ୍ବ ଆଇନଜୀବୀଙ୍କୁ ତାଲିମ ପ୍ରଦାନ

author img

By

Published : Dec 28, 2021, 7:15 PM IST

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି (Odisha High Court Chief Justice)। ନୂତନ ଭାବେ ନିର୍ମିତ କୋର୍ଟରୁମ ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ମାଲକାନଗିରି: ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର (Odisha High Court Chief Justice Dr. Justice S. Muralidhar) ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ନୂତନ ଭାବେ ନିର୍ମିତ କୋର୍ଟ ପରିସରରେ ଇ-ଫାଇଲିଂ ଷ୍ଟେସନ ତାଲିମ ଶିବିରକୁ ଉଦଘାଟନ କରିଛନ୍ତି । ଏହା ସହ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ କୋର୍ଟର ଶୁଭାରମ୍ଭ କରିଛନ୍ତି।

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଏହି ପରିପ୍ରେକ୍ଷୀରେ ଏକ ତାଲିମ କାର୍ଯ୍ୟକ୍ରମ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ବିଚାରପତି, ଏସ.ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମାଲକାନଗିରି ଜିଲ୍ଲା ଜଜ୍ ସୁଶ୍ରୀ ରେଖା ପ୍ରସାଦ, ଅତିରିକ୍ତ ଜିଲ୍ଲା ଜଜ, ଉଦୟଭାନୁ ଜେନା, ଏ.ଡି.ଜେ ଡ. କୃଷ୍ଣଚନ୍ଦ୍ର ରଥ, ସି.ଜେ.ଏମ ବିଷ୍ଣୁ ରଞ୍ଜନ ବେହେରା, ରେଜିଷ୍ଟ୍ରାର ଶ୍ରୀକୃଷ୍ଣ ନାୟକ, ସିନିୟର ସିଭିଲ ଜଜ୍ କମଳାକାନ୍ତ ରାଉତ, ଏସ. ଡି.ଜେ.ଏମ, ଡ.ନିଶାକର ସାହୁ, ସେକ୍ରେଟାରୀ, ଡି.ଏଲ.ଏସ.ଏ, ରାକେଶ କୁମାର ମୁଦୁଲି, ଜେ.ଏମ.ଏଫ.ସି, ଏମ.ଏସ ରେଖାରାଣୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏତଦ୍ ବ୍ୟତୀତ ହାଇକୋର୍ଟର ଦୁଇଜଣ ବରିଷ୍ଠ ପ୍ରଶିକ୍ଷକ ଯଥାକ୍ରମେ ଅଙ୍କିତ ମିଶ୍ର, ଏ.ଡି.ଜେ, ବରଗଡ ଏବଂ ଚିନ୍ମୟ ମିଶ୍ର, ରେଜିଷ୍ଟ୍ରାର ଢେଙ୍କାନାଳ ଏକୋଇଶ ଜଣରୁ ଅଧିକ ଆଇନଜୀବୀଙ୍କୁ ତାଲିମ ପ୍ରଦାନ କରିଥିଲେ ।

ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ମାଲକାନଗିରି ଗସ୍ତରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଏଥିରେ ହାଇକୋର୍ଟର ସି.ପି.ସି ଅନୁପମ ପାତ୍ର, ରେଜିଷ୍ଟ୍ରାର ଭିଜିଲାନ୍ସ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆଇନଜୀବୀମାନେ ଇ-ଫାଇଲିଙ୍ଗ, ଇ-ସର୍ଭିସ, ଇ-ପେମେଣ୍ଟ ଉପରେ ତାଲିମ ନେଇଥିଲେ ଏହା ଦ୍ୱାରା ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଉପକୃତ ହୋଇପାରିବେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀଙ୍କର ସଭାପତି ପ୍ରଭାକର ପ୍ରଧାନ, ଜିଲ୍ଲା ବାର ଆସୋସିଏସନ୍ ସେକ୍ରେଟାରୀ ପ୍ରକାଶ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.