ETV Bharat / state

Odisha Cabinet Meeting: ମାଲକାନଗିରି ପାଇଁ ୪ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ, ନିର୍ବାଚନୀ ପ୍ରଚାର କହିଲା କଂଗ୍ରେସ

author img

By

Published : Jan 22, 2023, 7:33 AM IST

ମାଲକାନଗିରି ଜିଲ୍ଲା ପାଇଁ ୬୩୯.୨୭ କୋଟିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ । ଏହା ବିଜେଡିର ନିର୍ବାଚନୀ ପ୍ରଚାର ହୋଇଥିବା ଅଭିଯୋଗ କଲା କଂଗ୍ରେସ । ଅଧିକ ପଢନ୍ତୁ

ମାଲକାନଗିରି ପାଇଁ ୪ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ
ମାଲକାନଗିରି ପାଇଁ ୪ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

ମାଲକାନଗିରି ପାଇଁ ୪ଟି ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ

ମାଲକାନଗିରି: ଜିଲ୍ଲାରେ ପାନୀୟ ଜଳର ଘୋର ଅଭାବ ସହ ବିଶୁଦ୍ଧ ଜଳ ମିଳୁନଥିବାରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ପାଇଁ ୬୩୯.୨୭ କୋଟି ଟଙ୍କାର ୪ଟି ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଏନେଇ ଗତକାଲି(ଶନିବାର) ମାଲକାନଗିରି ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି । ଏହି ବୃହତ୍ତ ପ୍ରକଳ୍ପ ନିର୍ମାଣ ହେଲେ ଜିଲ୍ଲାର ୪ଟି ବ୍ଲକ ଅଧିନରେ ଥିବା ୬୧ଟି ଗ୍ରାମପଞ୍ଚାୟତର ୪୫୩ଟି ଗ୍ରାମରେ ବସବାସ କରୁଥିବା ୩,୧୩,୬୨୦ ଜଣ ଲୋକେ ଉପକୃତ ହୋଇପାରିବେ ।

ସେଥିମଧ୍ୟରୁ ଖଇରପୁଟ ବ୍ଲକର ୯ଟି ଗ୍ରାମ ପଞ୍ଚାୟତର ୮୭ଟି ଗ୍ରାମର ୪୫,୯୭୫ ଜଣ ବାସିନ୍ଦା, ମାଲକାନଗିରି ବ୍ଲକ ଅଧୀନ ୫ଟି ଗ୍ରାମ ପଞ୍ଚାୟତର ୧୦୬ଟି ଗ୍ରାମର ୭୬,୯୬୮ ଜଣ ଗ୍ରାମବାସୀ, ମାଥିଲି ବ୍ଲକ ଅଧିନ ୨୦ଟି ପଞ୍ଚାୟତର ୧୪୧ଟି ଗ୍ରାମର ୯୬,୦୨୪ ଜଣ ଗ୍ରାମବାସୀ ଉପକୃତ ହେବେ ବୋଲି କୁହାଯାଇଛି । ଏହି ୪ଟି ପ୍ରକଳ୍ପକୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ କୁହାଯାଇଛି । ଏହି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି । ଅନ୍ୟପଟେ କଂଗ୍ରେସର ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ଏହି ଘୋଷଣାକୁ ସ୍ବାଗତ କରିଥିବା ବେଳେ ଏଥିରେ ନିର୍ବାଚନୀ ବାସ୍ନା ବାରି ହେଉଥିବା ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Cabinet Meeting: ୧୨ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର

ଗତ ୨୦୨୦ରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ତିନୋଟି ପ୍ରକଳ୍ପ କରାଯିବା ନେଇ ଘୋଷଣା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ଏବେ ପୁଣି ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ଘୋଷଣା କରାଯାଉଥିବା କଂଗ୍ରେସ କହିଛି । ମାଲକାନଗିରି ଜିଲ୍ଲା ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଜିଲ୍ଲା ସଭାପତି ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ସାଧାରଣ ସଂପାଦକ ଗୋପାଳ ପଣ୍ଡା, ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବଠକ ବସିଥିଲା । ବୈଠକରେ ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୧୨୮୭ କୋଟି ଟଙ୍କା ବ୍ୟୟରେ ୩ଟି ଜିଲ୍ଲା ନୟାଗଡ, ଯାଜପୁର ଓ ମାଲକାନଗିରିରେ ୯ଟି ବୃହତ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ । ମାଲକାନଗିରିରେ ସର୍ବାଧିକ ୪ଟି ନୟାଗଡରେ ୩ଟି ଓ ଯାଜପୁରରେ ୨ଟି ପ୍ରକଳ୍ପ ହେବ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.