ETV Bharat / state

କଂଗ୍ରେସର ମାଲକାନଗିରି ବନ୍ଦ ଡାକରାକୁ ବିରୋଧ, ଜିଲ୍ଲାପାଳଙ୍କ ସମର୍ଥନରେ କୋୟା ସମାଜ

author img

By

Published : Jan 9, 2020, 6:24 PM IST

ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଆସନ୍ତାକାଲି(ଶୁକ୍ରବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳିବ କଂଗ୍ରେସ । ସେପଟେ ଏହାକୁ ଶସ୍ତା ରାଜନୀତି କହି ବିରୋଧ କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସୀ ସମାଜ । ଅଧିକ ପଢନ୍ତୁ...

malkangiri collector
ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ଆତ୍ମହତ୍ଯା ବିବାଦ; କଂଗ୍ରେସର ବନ୍ଦ ଡାକରାକୁ କୋୟା ଆଦିବାସୀ ସମାଜର ବିରୋଧ

ମାଲକାନଗିରି: ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଗିରଫ ଦାବିରେ ଆସନ୍ତାକାଲି(ଶୁକ୍ରବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ପାଳିବ କଂଗ୍ରେସ । ସେପଟେ ଏହାକୁ ଶସ୍ତା ରାଜନୀତି କହି ବିରୋଧ କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସୀ ସମାଜ । ଏହାସହ ଜିଲ୍ଲାପାଳଙ୍କ ସପକ୍ଷରେ ଦୁଇ ହଜାର ଆଦିବାସୀଙ୍କୁ ନେଇ ରାଲି କରାଯିବ ବୋଲି ଆଦିବାସୀ ସଂଘ କହିଛି ।

ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ଆତ୍ମହତ୍ଯା ବିବାଦ; କଂଗ୍ରେସର ବନ୍ଦ ଡାକରାକୁ କୋୟା ଆଦିବାସୀ ସମାଜର ବିରୋଧ

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ କଂଗ୍ରେସ ଦାୟୀ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରୁଛି ଦଳ । ଏନେଇ ପୂର୍ବରୁ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇ ଥିବାବେଳେ ଆସନ୍ତାକାଲି ମାଲକାନଗିରି ବନ୍ଦ ଡାକରା ଦେଇଛି ।

ଜିଲ୍ଲାପାଳଙ୍କ ଦୁର୍ନୀତି ସମ୍ପର୍କରେ ବ୍ୟକ୍ତିଗତ ସହାୟକ ସବୁ ଜାଣିଥିବାରୁ ତାଙ୍କୁ ମାନସିକ ଚାପ ଦିଆଯାଇଛି । ଫଳରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇ ଜିଲ୍ଲାପାଳଙ୍କ ଗିରଫ ଦାବି କରୁଛି କଂଗ୍ରେସ । ଏନେଇ ଗତ 6 ତାରିଖ ଦିନ ମାଲକାନଗିରି ଥାନା ଘେରାଉ କରିବା ସହ ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେଇଥିଲା ଦଳ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଶୁକ୍ରବାର କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଛି ।

ଅନ୍ୟପଟେ ଏହି ବନ୍ଦକୁ ଶସ୍ତା ରାଜନୀତି କହି ଜିଲ୍ଲାପାଳଙ୍କ ସପକ୍ଷରେ ବାହାରିଛି କୋୟା ଆଦିବାସୀ ସମାଜ । କଂଗ୍ରେସ ନେତା ପ୍ରଦୀପ ମାଝୀ ଏହି ପ୍ରସଙ୍ଗରେ ଶସ୍ତା ରାଜନୀତି କରୁଥିବା କହିଛନ୍ତି କୋୟା ଆଦିବାସୀ ନେତା ଆଡମା ରାବା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ ଆସନ୍ତା କାଲି ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ । ହେଲେ ପ୍ରଦୀପ ମାଝିଙ୍କ ଶସ୍ତା ରାଜ ନିତିନିକୁ କିନ୍ତୁ ବିରୋଧ କରୁଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସି ସମାସ । ପ୍ରଦୀପ ମାଝିଙ୍କୁ କାଉଣ୍ଟର କରି ଜିଲ୍ଲାପାଳଙ୍କ ସପକ୍ଷରେ ପ୍ରାୟ ଦୁଇ ହଜାର ଆଦିବାସି ଲୋକଙ୍କୁ ନେଇ ରାଲି କରିବ ଆଦିବାସି ସଂଘ । ପି.ଏ. ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିବା ମାଲକାନଗିରି ଜିଲ୍ଲାପାଳ ଅଡୁଆ ବଢିବାରେ ଲାଗିଛି । Body:ଭି.ଓ.୧ - ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ ଆସନ୍ତା କାଲି ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟା ପରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ କରିଛି କଂଗ୍ରେସ । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ଦୁର୍ନିତି ସଂପର୍କରେ ପି.ଏ. ଦେବ ନାରାୟଣ ପଣ୍ଡା ସବୁକିଛି ଜାଣିଥିଲେ । ତେଣୁ ତାଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରିବା ଯୋଗୁଁ ସେ ଆତ୍ମ ହତ୍ୟା କରିଛନ୍ତି ବୋଲି କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ନେତା ପ୍ରଦୀପ ମାଝି ଗତ ୬ ତାରିଖ ଦିନ ମାଲକାନଗିରି ଥାନା ଘେରାଓ କରିବା ସହ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଏତଲା ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଦା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଆସନ୍ତା କାଲି ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ ।

ବାଇଟ-୧ – ଗୋବିନ୍ଦ ପାତ୍ର. ଜିଲ୍ଲା କଂଗ୍ରେସ ସଭାପତି, ଚଷମା ପିନ୍ଧିଛନ୍ତି

ଭି.ଓ.୨ – ଜିଲ୍ଲାପାଳଙ୍କୁ ଗିରଫ କରିବା ଦାବିରେ ଆସନ୍ତା କାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ଏହାକୁ କିନ୍ତୁ କାଉଣ୍ଟର କରିଛି ମାଲକାନଗିରି ଜିଲ୍ଲା କୋୟା ଆଦିବାସି ସମାସ । ପ୍ରଦୀପ ମାଝିଙ୍କୁ ବିରୋଧ କରିବା ସହ ଜିଲ୍ଲାପାଳଙ୍କ ସପକ୍ଷରେ ପ୍ରାୟ ଦୁଇ ହଜାର ଆଦିବାସି ଲୋକଙ୍କୁ ନେଇ ଶୋଭାଯାତ୍ରା କରିବାର ଚେତାବନି ଦେଇଛି କୋୟା ଆଦିବାସି ସଂଘ କାରଣ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ନେତା ପ୍ରଦୀପ ମାଝି ଶସ୍ତା ରାଜିନିତି କରୁଥିବା ଅଭିଯୋଗ କରିଛନ୍ତି କୋୟା ଆଦିବାସି ନେତା ଆଡମା ରାବା

ବାଇଟ ୨ – ଆଡମା ରାବା, କୋୟା ଆଦିବାସି ନେତା
Conclusion:ଫା.ଭି.ଓ - ପି.ଏ. ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିବା ମାଲକାନଗିରି ଜିଲ୍ଲାପାଳଙ୍କ ଅଡୁଆ ବଢିବାରେ ଲାଗିଥିବା ବେଳେ ଏହାକୁ ନେଇ ଶାସକ ଓ ବିରୋଧି ଦଳ ମଧ୍ୟରେ କିନ୍ତୁ ରାଜନିତି ସରଗରମ ହେବାରେ ଲାଗିଛି । ଏପରି ସ୍ଥଳେ ସରକାର କି ପଦକ୍ଷେପ ନେବେ ତାହାରି ଉପରେ ଏବେ ସମସ୍ତଙ୍କ ନଜର ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ..............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.