ETV Bharat / state

ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାବେଳେ ଚଢାଉ, 2 ବାଇକ ସହ କରତ-ଟାଙ୍ଗିଆ ଜବତ

author img

By

Published : Apr 15, 2021, 5:03 PM IST

ମାଲକାନଗିରି ଜିଲ୍ଲା ପଟେରୁ ଫରେଷ୍ଟ ଅଞ୍ଚଳ ପଗୁରୁକୋଣ୍ଡା ବନଖଣ୍ଡରେ ମାତିଛନ୍ତି କାଠ ଚୋର । ଚଢାଉ କଲା ବନ ବିଭାଗ । ଅଧିକ ପଢନ୍ତୁ...

ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ବେଳେ ଚଢାଉ , 2 ବାଇକ ସହ କରତ ଟାଙ୍ଗିଆ ଜବତ
ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ବେଳେ ଚଢାଉ , 2 ବାଇକ ସହ କରତ ଟାଙ୍ଗିଆ ଜବତସଂରକ୍ଷିତ ଜଙ୍ଗଲରୁ ଗଛ କାଟିବା ବେଳେ ଚଢାଉ , 2 ବାଇକ ସହ କରତ ଟାଙ୍ଗିଆ ଜବତ

ମାଲକାନଗିରି: ପଟେରୁ ଫରେଷ୍ଟ ଅଞ୍ଚଳ ପଗୁରୁକୋଣ୍ଡା ବନଖଣ୍ଡ ଅଞ୍ଚଳରେ ଗଛ କାଟୁଥିବା ସମୟରେ ବନବିଭାଗର ଚଢ଼ାଉ କରିଛି । ଗଛ କାଟୁଥିବା କାଠ ଲୁଟେରା ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ 2 ବାଇକ ସହ କରତ, ଟାଙ୍ଗିଆ ଜବତ କରିବାପରେ ସଫଳ ହୋଇଛି ବନ ବିଭାଗ । ପଟେରୁ ଫରେଷ୍ଟ ଅଞ୍ଚଳ ପଗୁରୁକୋଣ୍ଡା ବନ ସୁରକ୍ଷା ସମିତି ଠାରେ ବନବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଜଙ୍ଗଲ ସୁରକ୍ଷା ଏବଂ ସଚେତନତା ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଥିଲା । ତେବେ ଉକ୍ତ ସମୟରେ ପଡୋଶୀ ଗ୍ରାମର କିଛି ଅସାଧୁ ବ୍ୟକ୍ତି ଗ୍ରାମର ସଂରକ୍ଷିତ ଜଙ୍ଗଲରୁ କାଠ କାଟୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଗ୍ରାମବାସୀ।

ସଂରକ୍ଷିତ ଜଙ୍ଗଲରୁ ଗଛ କାଟିବାବେଳେ ଚଢାଉ , 2 ବାଇକ ସହ କରତ,ଟାଙ୍ଗିଆ ଜବତ

ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ବନବିଭାଗ କର୍ମଚାରୀ ଓ କିଛି ଗ୍ରାମବାସୀ ମିଳିତ ଭାବେ ଚଢ଼ାଉ କରିଥଲେ । ଦୁର୍ଗମ ତଥା ପାହାଡ଼ିଆ ରାସ୍ତାରେ ୪ କିମି ବାଟ ଅତିକ୍ରମ କରିବାପରେ ଘଟଣାସ୍ଥଳରେ ପ୍ରାୟ 3 ଜଣ କାଠଚୋର ଏକ ବଡ ଗଛ କାଟୁଥିବାବେଳେ ବନବିଭାଗ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ବନ କର୍ମଚାରୀ ପିଛା କରି ସେମାନଙ୍କୁ ଧରିବାରେ ବିଫଳ ହେବା ପରେ 2 ଟି ବାଇକ ଏବଂ ଗଛ କଟାରେ ବ୍ୟବହୃତ କରତ, ଟାଙ୍ଗିଆ, ଶାବଳକୁ ଜବତ କରିବା ସହ କାଲିମେଳା ରେଞ୍ଜ ଅଫିସକୁ ନେଇ ଏକ ମାମଲା ରୁଜୁ କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.