ETV Bharat / state

ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ନେଇ ଛତିଶଗଡ ଓଡ଼ିଶା ମଧ୍ଯରେ ଛକାପଞ୍ଝା

author img

By

Published : Aug 10, 2022, 7:09 PM IST

ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଚଢାଉ କରିଥିଲା ଛତିଶଗଡ ପୋଲିସ ଓ ବନବିଭାଗ । ତେବେ ଜବତ କେନ୍ଦୁପତ୍ରକୁ ନେଇ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଅଧିକ ପଢନ୍ତୁ

ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ନେଇ ଛତିଶଗଡ ଓଡ଼ିଶା ମଧ୍ଯରେ ଛକାପଞ୍ଝା
ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ନେଇ ଛତିଗଡ ଓଡ଼ିଶା ମଧ୍ଯରେ ଛକାପଞ୍ଝା

ମାଲକାନଗିରି: ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ନେଇ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଜାରି ରହିଛି ଛକାପଞ୍ଝା । ଗତ ୭ ତାରିଖରେ ଜିଲ୍ଲାର ୩ଟି କେନ୍ଦୁପତ୍ର ଗୋଦାମରେ ଚଢାଉ କରି ଜବତ କରିଥିଲା ଛତିଶଗଡ ପୋଲିସ ଓ ବନବିଭାଗ ।

ମାଲକାନଗିରିରୁ ଜବତ କେନ୍ଦୁପତ୍ରକୁ ନେଇ ଛତିଶଗଡ ଓଡ଼ିଶା ମଧ୍ଯରେ ଛକାପଞ୍ଝା

ସୂଚନା ଅନୁସାରେ, ଛତିଶଗଡ ସୁକୁମା ଜିଲ୍ଲା କୋଣ୍ଟା ଅଞ୍ଚଳର ଗୁଲାମ୍ ଖାନ୍ ନାମକ ବେପାରି କୋଣ୍ଟା ଅଞ୍ଚଳର ବିଭିନ୍ନ ଗ୍ରାମରୁ କେନ୍ଦୁପତ୍ର ଆଣି ଲୋକଙ୍କୁ ଟଙ୍କା ଦେଉନଥିଲେ । ଏନେଇ ୩ରୁ ୪ ମାସ ପରେ କୋଣ୍ଟା ଅଞ୍ଚଳର ଲୋକେ ଥାନା ଏବଂ କେନ୍ଦୁପତ୍ର ବିଭାଗକୁ ଲିଖିତ ଭାବେ ଜଣାଇଥିଲେ । ଏହି ଘଟଣାରେ ଗତ ୭ ତାରିଖରେ ଛତିଶଗଡ ପୋଲିସ ଓ ବନବିଭାଗ ଟିମ ମାଲକାନଗିରିରେ ପହଞ୍ଚି ଜିଲ୍ଲା ପୋଲିସ ଓ ବନବିଭାଗ ଅଧିକାରୀଙ୍କ ସହାୟତାରେ ଜିଲ୍ଲାର ୩ଟି କେନ୍ଦୁପତ୍ର ଗୋଦାମରେ ଚଢାଉ କରି କେନ୍ଦୁପତ୍ର ଜବତ କରିଥିଲେ । ତେବେ ଜବତ କେନ୍ଦୁପତ୍ର ଛତିଶଗଡ଼ ସରକାର ନିଜର ବୋଲି ଦାବି କରୁଥିବା ବେଳେ ମାଲକାନଗିରି ବନବିଭାଗ ନିଜର ବୋଲି ଦାବି କରିଛି ।

ଏନେଇ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରିଙ୍ଗାନ୍ କିଣ୍ଡୋ କହିଛନ୍ତି ଯେ, "ସେହି ଗୋଦାମରେ ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀଙ୍କ ପତ୍ର ମଧ୍ୟ ରହିଛି । ଜିଲ୍ଲାର ଶତାଧିକ କେନ୍ଦୁପତ୍ର ତୋଳାଳୀ ପାରିଶ୍ରମିକ ପାଇ ନଥିବା ନେଇ ଲିଖିତ ଅଭିଯୋଗ ହେଇଛି । ଏନେଇ ରେଞ୍ଜରଙ୍କୁ ଅଭିଯୋଗ କରିବା ପରେ ଏହାର ସମାଧାନ ହୋଇପାରିବ । ଏମିତିରେ ମାଲକାନଗିରି ଜିଲ୍ଲାର କେନ୍ଦୁପତ୍ର ତୋଳାଳୀଙ୍କୁ ଟଙ୍କା ମିଳିବା ପରେ ଛତିଶଗଡ଼ କେନ୍ଦୁପତ୍ର ନେଇପାରିବେ ।"

ଏହା ମଧ୍ଯ ପଢନ୍ତୁ:ମାଲକାନଗିରିର ୩ଟି କେନ୍ଦୁପତ୍ର ଗୋଦାମରେ ଛତିଶଗଡ ପୋଲିସ ଓ ବନବିଭାଗର ଚଢାଉ

ସମସ୍ୟା ସମାଧାନ ନହୋଇ ପାରିବାରୁ ଶେଷରେ ମାଲକାନଗିରି ପୋଲିସ ଘଟଣାରେ ହସ୍ତକ୍ଷେପ କରି ଚଢ଼ାଉ ହୋଇଥିବା ଗୋଦାମରେ ତାଲା ପକାଇ ମାଲକାନଗିରି ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋୟୀ ଜିମା ଦେଇଥିବା ଜଣାପଡିଛି । ଦୁଇ ଦିନ ପୁର୍ବରୁ ଛତିଶଗଡରୁ ଆସିଥିବା ଅଧିକାରିମାନେ ମୋଟୁ ଅଞ୍ଚଳରୁ କେନ୍ଦୁପତ୍ର ମାଲିକ ବାହାଦୁର୍ ଖାନକୁ ଉଠାଇ ନେଇଯାଇଥିବା ସୂଚନା ରହିଛି । ଏଥିସହ ଦୁଇ ଟ୍ରକ କେନ୍ଦୁପତ୍ର ଏମଭି ୧୬ ସ୍ଥିତ ଗୋଦାମରୁ ଜୋର୍ ଜବରଦସ୍ତ ନେଇଥିବା ଗୋଦାମ ମାଲିକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମାଲକାନଗିରି ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଏଭଳି ଅଭିଯୋଗକୁ ଛତିଶଗଡରୁ ଆସିଥିବା ଏସଡିଏଫ୍ଓ ଖଣ୍ଡନ କରିବାସହ ଆଇନ୍ ଅନୁଯାୟୀ ମାଲକାନଗିରି ପୋଲିସ୍ ଓ ବନବିଭାଗ ଅଧିକାରିଙ୍କ ଉପସ୍ଥିତିରେ ସବୁ କରାଯାଇଥିବା କହିଛନ୍ତି । ଅପର ପକ୍ଷରେ ଗୋଦାମରୁ ଛତିଶଗଡର ଅଧିକାରୀମାନେ ନେଇଥିବା କେନ୍ଦୁପତ୍ର ବିଷୟରେ ସେ ଜାଣିନଥିବା କହିବା ସହ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ମାଲକାନଗିରି ରେଞ୍ଜର । ସେପଟେ ବାହାଦୁର୍ ଖାନ ମାଲକାନଗିରି ମୋଟୁ ଅଞ୍ଚଳରୁ ନେଇଥିବା କେନ୍ଦୁପତ୍ରର ବକେୟା ପ୍ରାପ୍ୟ ଦେବାକୁ ଦାବୀ କରିଛନ୍ତି କେନ୍ଦୁପତ୍ର ତୋଳାଳୀ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.