ETV Bharat / state

Boat Ambulance Service: ସ୍ବାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ

author img

By

Published : Jan 26, 2022, 12:51 PM IST

Updated : Jan 26, 2022, 2:41 PM IST

ସ୍ବାଭିମାନ ଅଞ୍ଚଳର ସ୍ବାସ୍ଥ୍ୟସେବାରେ ଯୋଡି ହୋଇଛି ବୋଟ ଆମ୍ବୁଲାନ୍ସ । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ । ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସଏଫ, ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ
ସ୍ବାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟସେବାରେ ଯୋଡି ହୋଇଛି ବୋର୍ଟ ଆମ୍ବୁଲାନ୍ସ । ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଯୋଗାଇବ ବୋଟ ଆମ୍ବୁଲାନ୍ସ । ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବିଏସଏଫ, ଜିଲ୍ଲା ପ୍ରଶାସନ ପକ୍ଷରୁ ବୋଟ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି ।

ସ୍ବାଭିମାନ ଅଞ୍ଚଳରେ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ

ଜିଲ୍ଲାରେ ୬ଟି ପଞ୍ଚାୟତର 151ଟି ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଜୋଡାଆମ୍ବ ଠାରେ ଗୋଟିଏ ମାତ୍ର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଚିତ୍ରକୁଣ୍ଡା ଜଳଭଣ୍ଡାରରେ ପାଣି ଘେରରେ ଥିବା ସମସ୍ତ ଗ୍ରାମବାସୀ ନିର୍ଭର କରନ୍ତି । ଗାଁର ରୋଗୀ ପାଣି ଘେର ପାର କରି ହସ୍ପିଟାଲ ପହଞ୍ଚିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୁଅନ୍ତି । ବେଳେ ବେଳେ ଦେଖିବାପାଇଁ ମିଳିଛି ଦେଶୀ ଡଙ୍ଗାରେ ରୋଗି ହସ୍ପିଟାଲ ଆସିବା ସମୟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ଓଲଡି ଯାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ।

ସ୍ବାଭିମାନ ଅଞ୍ଚଳର ଉନ୍ନତ୍ତି ପାଇଁ ଗୁରୁପ୍ରିୟା ସେତୁ ହେବା ପରେ ସେ ଅଞ୍ଚଳରୁ ମାଓବାଦୀମାନଙ୍କୁ ମୂଳ ପୋଛ କରିବା ପାଇଁ BSF ଯବାନ ମାନଙ୍କୁ ନିୟୋଜିତ କରାଇଛି । ସ୍ବାଭିମାନ ଅଞ୍ଚଳରେ ବର୍ତ୍ତମାନ ସୁଧା ଚାରୋଟି BSF କ୍ୟାମ୍ପ କରାଯାଇଛି । ଯବାନ ମାନେ ନିୟୋଜିତ ହବାପରେ ଅଞ୍ଚଳବାସୀ ହସ୍ପିଟାଲ ଯିବାପାଇଁ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । BSF କମାଣ୍ଡେଣ୍ଟ ଗତ 20ତାରିଖରେ ସ୍ବାଭିମାନ ଅଞ୍ଚଳର ଅଞ୍ଚଳବାସୀଙ୍କ ପାଇଁ ଏକ ବୋଟ ଆମ୍ବୁଲାନ୍ସ ସାଧାରଣତନ୍ତ୍ର ଦିବସରେ ଲୋକାର୍ପଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

ଆଜି ସାଧାରଣତନ୍ତ୍ର ଦିବସ ଅବସରରେ ସ୍ବାଭିମାନ ଅଞ୍ଚଳର ଲୋକମାନଙ୍କ ପାଇଁ ଜାନବାଇସ୍ଥିତ BSF କ୍ୟାମ୍ପ ନିକଟରେ ଏହି ବୋଟ ଆମ୍ବୁଲାନ୍ସକୁ BSF ଡିଆଇଜି ସଞ୍ଜୟ କୁମାର ସିଂ ଲୋକାର୍ପିତ କରିଛନ୍ତି । ଆମ୍ବୁଲାନ୍ସ ମଧ୍ୟରେ ରୋଗୀମାନଙ୍କ ପାଇଁ ଅକ୍ସିଜେନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି । ଏହି ସେବା ଦ୍ବାରା 151ଗାଁର 3000ରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । କୌଣସି ରୋଗୀ ହସ୍ପିଟାଲ ସୁବିଧାରେ ପହଞ୍ଚି ପାରିବ କହିଛନ୍ତି BSF DIG । ଏହି ସେବାରୁ ଶୁଭାରମ୍ଭ ହେବାପରେ ବେଶ ଖୁସି ଅଛନ୍ତି ଅଞ୍ଚଳବାସୀ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

Last Updated : Jan 26, 2022, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.