ETV Bharat / state

ମାଲକାନାଗିରି ମହାବିଦ୍ୟାଳୟ ପରୀକ୍ଷାରେ ସେଲଫି ଘଟଣା: ଦୋଷ ମାନିଲେ କର୍ତ୍ତୃପକ୍ଷ

author img

By

Published : Oct 25, 2019, 9:31 PM IST

ମାଲକାନଗିରି ମହାବିଦ୍ୟାଳୟରେ ଛାତ୍ରଙ୍କ କପି ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲେ କର୍ତ୍ତୃପକ୍ଷ । କ୍ୟାମେରା ସାମ୍ନାରେ ନିଜର ଦୋଷ ସ୍ବୀକାର କରିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପରୀକ୍ଷାରେ ସେଲଫି ଘଟଣାକୁ ନେଇ ଚେତିଲେ କଲେଜ କର୍ତ୍ତୃପକ୍ଷ। ଖବର ପ୍ରସାରଣର ଘଣ୍ଟାଏ ନପୁରୁଣୁ ସକ୍ରିୟ ହୋଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ । କ୍ୟାମେରା ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିବା ସହ ଇଟିଭି ଭାରତର ସଚେତନତା ପାଇଁ ଧନ୍ୟବାଦ ଦେଇଛନ୍ତି ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ତିନିର ଇଣ୍ଟରନାଲ ପରୀକ୍ଷା ଚାଲୁଥିଲା । ଆଉ ଏହି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେଇ କପି କରିବା ସହ ଏହି ସମୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଲେଖିଥିଲେ ‘ଏଗଜାମ ଟାଇମ’ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ

Intro:ଇଟିଭି ଭାରତର ମହା ପ୍ରଭାବ । ଖବର ପ୍ରସାରଣ ର 1 ଘଣ୍ଟା ନ ଯାଉଣୁ ସକ୍ରିୟ ହେଲେ ମାଲକାନଗିରି ମହାବିଦ୍ୟାଳୟର କର୍ତ୍ତୃପକ୍ଷ । କେମେରା ସମ୍ମୁଖରେ ନିଜ ଦୋଷକୁ ସ୍ୱୀକାର କରିବା ସହ ଇଟିଭି ଭାରତ ସଚେତନତା କରି ତାଙ୍କ ଚକ୍ଷୁ ଖୋଲି ଥିବାରୁ ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଅଦ୍ଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ । Body:ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ତିନିର ଇଣ୍ଟରନାଲ ପରୀକ୍ଷା ଚାଲୁଥିଲା । ଆଉ ଏହି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେଇ କପି କରିବା ସହ କପି କରୁଥିବା ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଲେଖିଥିଲେ ଏଗଜାମ ଟାଇମ । ଏହା ପରେ ଜଣେ କର୍ତ୍ତବ୍ୟ ରତ୍ତ ଗଣମାଧ୍ୟମ ହିସାବରେ ଇଟିଭି ଭାରତ ଏହି ଖବରକୁ ଗୁରତ୍ୱର ସହ ନେଇ ଖବର ପ୍ରସାରଣ କରିଥିଲା । ଏହା ପରେ ନିଜ ଭୁଲକୁ ବୁଝି ପାରିଥିଲେ ମାଲକାନଗିରି ମହାବିଦ୍ୟାଳୟର କର୍ତ୍ତୃପକ୍ଷ । ଏହା ପରେ ଆମ କେମେରା ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିବା ସହ ଇଟିଭି ଭାରତ ର ଖବର ପ୍ରସାରଣକୁ ଦେଖି ଇଟିଭି ଭାରତକୁ ଧନ୍ୟବାଦ ଦେଇଛନ୍ତି । ଆଉ କଣ କହୁଛନ୍ତି ମାଲକାନଗିରି ମହାବିଦ୍ୟାଳୟର ଅଦ୍ଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ତାହା ଆପଣ ନିଜେ ଶୁଣନ୍ତୁ ।Conclusion:ବାଇଟ: ଅଶୋକ କୁମାର ଷଡ଼ଙ୍ଗୀ, ମାଲକାନଗିରି ମହାବିଦ୍ୟାଳୟ ଅଦ୍ଧକ୍ଷ

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.