ETV Bharat / state

ବଜ୍ରାଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ, ଦୁଇ ଗୁରୁତର

author img

By

Published : Apr 25, 2022, 9:59 PM IST

ବଜ୍ରାଘାତରେ ଅଙ୍ଗନୱାଡି କର୍ମୀ ମୃତ୍ୟୁ
ବଜ୍ରାଘାତରେ ଅଙ୍ଗନୱାଡି କର୍ମୀ ମୃତ୍ୟୁ

ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୯ ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସଙ୍କ ବଜ୍ରାଘାତ ଜନିତ ମୃତୁ ହୋଇଛି । ପରିବାରର ଅନ୍ୟ ଦୁଇ ଗୁରୁତର । ଅଧିକ ପଢନ୍ତୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମପିଭି ୬୯ ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସଙ୍କ ବଜ୍ରାଘାତ ଜନିତ ମୃତୁ ହୋଇଛି । ଅନିମା ନିଜ ଘରେ ବାରଣ୍ଡାରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ।

ପରେ ପରିବାର ଲୋକୋ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ସୋଠାରେ ମୃତ୍ୟୁ ଘୋଷଣା କରିଥିଲେ । ଅନିମାଙ୍କ ସ୍ବାମୀ ବର୍ଷେ ପୂର୍ବରୁ ମୃତ୍ୟୁବରଣ କରିଥିବା ବଳେ ତାଙ୍କର ବର୍ତ୍ତମାନର ଗୋଟିଏ ପୁଅ (୯ ବର୍ଷ) ଓ ଗୋଟିଏ ଝିଅ(୧୪ ବର୍ଷ) ଥିବା ଜଣାପଡିଛି ।

ତେବେ ଗୁରୁତର ଦୁଇଜଣଙ୍କୁ କାଲିମେଳା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ମୃତ ଅନିମାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ ମାଲକାନଗିରି ଅଣାଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.