ETV Bharat / state

ଦାମନଯୋଡି ପାର୍କରେ ଯୋଗ କରୁଛନ୍ତି ପ୍ରତିମୂର୍ତ୍ତି

author img

By

Published : Oct 6, 2019, 5:28 PM IST

କୋରାପୁଟ ଜିଲ୍ଲାର ଶିଳ୍ପନଗରୀ ଦାମନଯୋଡି ନାଲକୋ ନଗରୀ ଉଦ୍ୟାନରେ ଶୋଭା ପାଉଛନ୍ତି ଯୋଗାସନ ଆକାରର ପ୍ରତିମୂର୍ତ୍ତି । ଯୋଗ ମୁଦ୍ରାରେ ଥିବା ଏହି ପ୍ରତିମୂର୍ତ୍ତି ଗୁଡିକ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୋରାପୁଟ: ମଣିଷ ଜୀବନରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ପ୍ରଗତି ନିମନ୍ତେ ଆଧ୍ୟାତ୍ମିକ ଚେତନାର ଅଗ୍ରଗତି ପାଇଁ ଯୋଗ ଓ ଯୋଗାସନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ଦାମନଯୋଡି ପାର୍କରେ ଯୋଗାସନର ସ୍ଥାୟୀ ପ୍ରତିମୂର୍ତ୍ତି

ଭାରତୀୟ ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ଭାବେ ଯୋଗାସନ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଭାବେ ଗ୍ରହଣୀୟ ହୋଇଉଠିଛି । ଏହି ସମୟରେ ଦାମନଯୋଡିସ୍ଥିତ ନାଲକୋ ନଗରୀର ଏକ ପାର୍କରେ କମ୍ପାନୀ ତରଫରୁ ଯୋଗାସନର ଏକ ସ୍ଥାୟୀ ଯୋଗ ମୁଦ୍ରାର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଅତି ସାଧାରଣ ସ୍ତରର ଯୋଗାସନ ମୁଦ୍ରା ପ୍ରଦର୍ଶନ କରୁଥିବା ପ୍ରତିମୂର୍ତ୍ତି ଗୁଡିକ ଶିଳ୍ପୀଙ୍କ ହାତର ଅପୂର୍ବ ନିଖୁଣ ସ୍ପର୍ଶ ପାଇ ସଚେତନତାର ବାର୍ତ୍ତା ସୃଷ୍ଟି କରିବା ଦିଗରେ ଜୀବନ୍ତ ହୋଇଉଠିଛନ୍ତି । ନାଲକୋ ନଗରୀର ରାସ୍ତାକଡ଼ ଉଦ୍ୟାନରେ ଥିବା ଏହି ସୁନ୍ଦର ପ୍ରଚେଷ୍ଟା ସମସ୍ତଙ୍କ ପାଇଁ ଲାଭପ୍ରଦ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

କୋରାପୁଟରୁ ସି.ଏଚ.ଶାନ୍ତାକାର,ଇଟିଭି ଭାରତ

Intro:ମଣିଷ ଜୀବନରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ର ପ୍ରଗତି ତଥା ଆଧ୍ୟାତ୍ମିକ ଚେତନାରେ ଅଗ୍ରଗତି ପାଈଁ ଯୋଗ ଓ ଯୋଗାସନ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି ।Body:ଭାରତୀୟ ଜୀବନଧାରାର ଏକ ଅଭିନ୍ନ ଅଙ୍ଗ ଭାବେ ଯୋଗାସନ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଭାବେ ଗ୍ରହଣୀୟ ହୋଇଉଠୁଥିବା ସମୟରେ ଦାମାନଯୋଡିସ୍ଥିତ ନାଲ୍କୋ ନଗରୀର ଏକ ପାର୍କ ରେ କମ୍ପାନୀ ତରଫରୁ ଯୋଗାସନର ଏକ ସ୍ଥାୟୀ ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅତି ସାଧାରଣ ସ୍ତରର ଯୋଗାସନ ମୁଦ୍ରା ପ୍ରଦର୍ଶନ କରୁଥିବା ପ୍ରତିମୂର୍ତ୍ତି ଗୁଡିକ ଶିଳ୍ପୀଙ୍କ ହାତର ଅପୂର୍ବ ନିଖୁଣ ସ୍ପର୍ଷ ପାଇ ସଚେତନତା ସୃଷ୍ଟି କରିବା ଦିଗରେ ଜୀବନ୍ତ ହୋଇଉଠିଛନ୍ତି ।Conclusion:ରାସ୍ତାକଡ଼ର ଉଦ୍ୟାନରେ ଥିବା ଏହି ସୁନ୍ଦର ପ୍ରଚେଷ୍ଟା ସମସ୍ତଙ୍କ ପାଈଁ ଲାଭପ୍ରଦ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।
........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.