ETV Bharat / state

‘ଆତ୍ମହତ୍ୟାକୁ ରୋକିପାରିବ ବ୍ୟାପକ ସଚେତନତା’

author img

By

Published : Sep 10, 2019, 7:07 PM IST

ମାନସିକ ଭାରସାମ୍ୟ ହରାଉଛନ୍ତି ଲୋକେ । ଫଳରେ ବଢିଚାଲିଛି ଆତ୍ମହତ୍ୟା । ବିଗତ ଆଠ ମାସ ମଧ୍ୟରେ କୋରାପୁଟରେ ଆତ୍ମହତ୍ଯା କରିଛନ୍ତି ପାଞ୍ଚ ଜଣ ବ୍ୟକ୍ତି । ଯେଉଁଥିରେ ସାମିଲ ରହିଛନ୍ତି ଅଧିକାଂଶ ଯୁବପୀଢି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

କୋରାପୁଟ: ବିଗତ ଆଠ ମାସ ମଧ୍ୟରେ ଜିଲ୍ଲାରେ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି ୫ ଜଣ ବ୍ୟକ୍ତି । ଏହି ତଥ୍ୟ କୋରାପୁଟ ନଗର ଥାନା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ତଥ୍ୟରୁ ଜଣାପଡିଛି । ଘରୋଇ ଗଣ୍ଡଗୋଳ, ଆର୍ଥିକ ସମସ୍ୟା, ମନୋମାଳିନ୍ୟ ଓ ଠିକ ସମୟରେ ପରାମର୍ଶ ଅଭାବରୁ ଏଭଳି ଘଟଣା ଘଟୁଥିବା ଜଣାପଡିଛି ।

ତେବେ ପ୍ରତ୍ୟେକ ବ୍ୟକ୍ତି ନିଜର ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଉଚିତ ପରାମର୍ଶ ଆଧାରରେ ଯତ୍ନ ନେଇପାରିଲେ ବଢିଚାଲିଥିବା ଆତ୍ମହତ୍ୟାର ହାର କମିଯାଇ ପାରନ୍ତ ବୋଲି ମାନସିକ ବିଭାଗର କାର୍ଯ୍ୟରତ ପ୍ରଫେସର ଅନନ୍ତ ଚରଣ ମେହେର । କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ମାନସିକ ବିଭାଗରେ ପ୍ରଫେସର ଅଛନ୍ତି ଅନନ୍ତ ଚରଣ ମେହେର।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,କୋରାପୁଟ

ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଈଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ମତ ରଖିଛନ୍ତି ଡକ୍ଟର ମେହେର । କୋରାପୁଟରେ ୧୮ ରୁ ୨୫ ବର୍ଷ ବୟସର ଯୁବପୀଢ଼ିଙ୍କ ମଧ୍ୟରେ ନୈରାଶ୍ୟ ଵୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାର ସମ୍ଭାବନା ଉଦ୍ରେକ ହେଉଥିବା ସେ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଉଚିତ ପରାମର୍ଶ ପାଇଲେ ଏହା ଉପରେ ବିଜୟ ହାସଲ କରିହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଗତ ଆଠ ମାସ ମଧ୍ୟରେ କୋରାପୁଟ ଭଳି ଏକ ଛୋଟ ସହରରେ ବିଭିନ୍ନ କାରଣରୁ ୫ ଜଣ ବ୍ୟକ୍ତି ଆତ୍ମହତ୍ୟା କରିଥିବା କୋରାପୁଟ ନଗର ଥାନା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଞ୍ଜିକୃତ ତଥ୍ୟରୁ ଜଣାପଡିଛି । Body:ଘରୋଇ ଗଣ୍ଡଗୋଳ , ଆର୍ଥିକ ସମସ୍ୟା , ମନୋମାଳିନ୍ୟ ଓ ଠିକ ସମୟରେ ପରାମର୍ଶ ଅଭାବରୁ କୋରାପୁଟ ଅଂଚଳରେ ଆତ୍ମହତ୍ୟା ହେଉଥିବା ଜଣାପଡିଛି । ତେବେ ପ୍ରତ୍ୟେକ ବ୍ୟକ୍ତି ନିଜ ର ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ହୋଇ ତାକୁ ଅନ୍ୟ ଯେକୌଣସି ଶାରୀରିକ ସ୍ତରର ସ୍ୱାସ୍ଥ୍ୟ ଭଳି ଅନୁଭବ କରି ତାର ଉଚିତ ପରାମର୍ଶ ର ଆଧାରରେ ଯତ୍ନ ନେଇପାରିଲେ ଆଜିର ଦିନରେ ବଢିଚାଲିଥିବା ଆତ୍ମହତ୍ୟା ର ହାର କମିଯାଇପାରନ୍ତା ବୋଲି କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ମାନସିକ ଭାଗରେ କାର୍ଯ୍ୟରତ ପ୍ରଫେସର ଅନନ୍ତ ଚରଣ ମେହେର ମତ ରଖିଛନ୍ତି ।Conclusion:ଆଜି ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଈଟିଭି ଭାରତ ସହ ଏକ ସାକ୍ଷାତ୍କାରରେ ଡକ୍ଟର ମେହେର କୋରାପୁଟ ଅଂଚଳରେ ୧୮ ରୁ ୨୫ ବର୍ଷ ବୟସର ଯୁବପୀଢ଼ିଙ୍କ ମଧ୍ୟରେ ନୈରାଶ୍ୟ ଵୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାର ସମ୍ଭାବନା ଉଦ୍ରେକ ହେଉଥିବା ଜଣାଇଛନ୍ତି । ତେବେ ଉଚିତ ପରାମର୍ଶ ପାଇଲେ ଏହି ସମ୍ଭାବନା ଉପରେ ବିଜୟ ହାସଲ କରିହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
.......
Edited visual with byte of the doctor is attached .
..........
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.