ETV Bharat / state

କୋରାପୁଟରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ କଲେ ସାଂସଦ

author img

By

Published : Apr 16, 2021, 10:37 PM IST

କୋରାପୁଟ ଜିଲ୍ଲାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା ଲୋକାର୍ପିତ । ଆଜି ସାଂସଦ ସପ୍ତଗିରି ଉଲାକା ଓ ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରାଙ୍କ ଉପସ୍ଥିତିରେ ଏହି ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରାଯାଇଛି । ଅଧିକ ପଢନ୍ତୁ...

ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା
ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

କୋରାପୁଟ: ଗତବର୍ଷ କୋଭିଡ଼ ସଂକ୍ରମଣର ପ୍ରାଦୁର୍ଭାବ ଓ ଉନ୍ନତ ଚିକିତ୍ସା ପାଇବା ପାଇଁ କୋରାପୁଟ ଜିଲ୍ଲାରୁ ରୋଗୀଙ୍କୁ ଭୁବନେଶ୍ୱର ସହରରେ ଥିବା ଉଚ୍ଚ ମାନର ହସ୍ପିଟାଲକୁ ନେବା ପାଇଁ ଅସୁବିଧା ହେଉଥିଲା । ଏହି ଅସୁବିଧାକୁ ଆଖିରେ ରଖି କୋରାପୁଟ ସାଂସଦ କୋରାପୁଟ ଓ ରାୟଗଡା ଜିଲ୍ଲାରେ ଅତ୍ୟାଧୁନିକ ଆମ୍ବୁଲାନ୍ସ କିଣିବା ପାଇଁ ନିଜ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କାର ଅନୁଦାନ ଯୋଗାଇଦେଇଥିଲେ । ଆଜି ଏହି ଆମ୍ବୁଲାନ୍ସ ସେବାକୁ ଲୋକାର୍ପିତ କରାଯାଇଛି । ଏହାକୁ ଲୋକାର୍ପିତ କଲେ କୋରାପୁଟ ସାଂସଦ ଶପ୍ତଗିରି ଉଲାକା ।

ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା

ସୂଚନା ଅନୁସାରେ ବିଗତ ବର୍ଷ ସାଂସଦଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ କୋରାପୁଟ ଜିଲ୍ଲାରେ ଏହି ଆମ୍ବୁଲାନ୍ସ କିଣିବାରେ ପ୍ରଶାସନ ଆଗଭର ହେଉନଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ଼ର ପ୍ରତ୍ୟାବର୍ତ୍ତନ ସମୟରେ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟ ପାଇଁ ଭେଣ୍ଟିଲେଟର ଯୁକ୍ତ ଏକ ଅତ୍ୟାଧୁନିକ ଆମ୍ବୁଲେନ୍ସ କିଣିବାରେ ପ୍ରଶାସନ ସକ୍ଷମ ହୋଇଛି । ଆଜି ସାଂସଦ ଶ୍ରୀ ଉଲାକା ଓ ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରାଙ୍କ ଉପସ୍ଥିତିରେ ଏହି ଆମ୍ବୁଲେନ୍ସ ସେବାକୁ ଲୋକାର୍ପିତ କରାଯାଇଛି । ଜିଲ୍ଲାରେ ଅନେକ ଆମ୍ବୁଲାନ୍ସ ରହିଥିବା ବେଳେ ସାର୍ବଜନୀନ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ କୋଭିଡ଼ ରୋଗୀଙ୍କ ପାଇଁ ବହୁମାତ୍ରାରେ ଉପାଦେୟ ହେବ ବୋଲି ଡାକ୍ତର ବେଉରା ଆଶାବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.