ETV Bharat / state

ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ଠିକ କରିନାହାନ୍ତି ଜୟନାରାୟଣ: ତାରା

author img

By

Published : Feb 17, 2023, 3:56 PM IST

ପୋଲିସ ଅଫିସରଙ୍କ ପ୍ରତି ଜୟ ନାରାୟଣଙ୍କ ଅଶୋଭନୀୟ ଆଚରଣକୁ ନିନ୍ଦା କଲେ ତାରା । ଅଧିକ ପଢନ୍ତୁ

jaya narayan mishra and lady police officer fight
jaya narayan mishra and lady police officer fight

jaya narayan mishra and lady police officer fight

କୋରାପୁଟ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣା। ରାଜ୍ୟରେ ଜଣେ ସ୍ୱୀକୃତି ପ୍ରାପ୍ତ ବିରୋଧି ଦଳ ନେତା ହୋଇ ଆଇନକୁ ଅସମ୍ମାନ କରିବା ଏକ ନିନ୍ଦନୀୟ ଘଟଣା। ଜୟ ନାରାୟଣଙ୍କ ଅଶୋଭନୀୟ ଆଚରଣକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ତୀବ୍ର ନିନ୍ଦା କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ଅଭିଯୋଗ କରିଛନ୍ତି ।

ତାରା ପ୍ରସାଦ ବାହିନୀପତି କହିଛନ୍ତି, ''ଜୟନାରାୟଣ ମିଶ୍ର ରାଜ୍ୟର ସ୍ବୀକୃତ ପ୍ରାପ୍ତ ବିରୋଧି ଦଳ ନେତା। ସେ ଆଇନକୁ ସମ୍ମାନ ଦେବା ଉଚିତ । ପୋଲିସ ତାର କର୍ତ୍ତବ୍ୟ କରିବା ବେଳେ ବିଜେପି ନେତା ଜୟନାରାୟଣ ମିଶ୍ର ଜଣେ କର୍ତ୍ତବ୍ଯରତ ମହିଳା ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ଠିକ କରିନାହାନ୍ତି । ଜଣେ ବରିଷ୍ଠ ବିଧାୟକ ଭାବେ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ଉଚିତ ହୋଇନାହିଁ । ତାଙ୍କର ଏପରି ଆଚରଣ ଦ୍ୱାରା ରାଜ୍ୟରେ ପୋଲିସର ମନୋବଳ କ୍ଷୂର୍ଣ୍ଣ ହୋଇଥିବା ଯୋଗୁଁ ଓଡିଶା ବାସୀଙ୍କୁ ଜୟନାରାୟଣ କ୍ଷମା ମାଗିବା ଉଚିତ ବୋଲି ତାରା ମତ ରଖିଛନ୍ତି ।''

ଏହାସହ ରାଜ୍ୟ ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବା ଉଚିତ । ରାଜ୍ୟରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇପାରୁଥିବା ବେଳେ ସାଧାରଣ ଜନତାଙ୍କ ସୁରକ୍ଷାର ବ୍ୟବସ୍ଥା ଯେ କେତେ ସୁଦୃଢ ତାହା ସହଜରେ ଅନୁମାନ କରିହେବ। ଏଥି ସହିତ ରାଜ୍ୟରେ ହେଉଥିବା ଅପରାଧର ତଦନ୍ତ ଓ ଅନ୍ତିମ ନିଷ୍କର୍ସ ବାହାରିବାର ହେଉଥିବା ଅହେତୁକ ବିଳମ୍ବକୁ ମଧ୍ୟ ସେ ତୀବ୍ର ନିନ୍ଦା କରିଛନ୍ତି । ଓଡ଼ିଶାରେ ପ୍ରତିଦିନ 6 ଜଣଙ୍କୁ ହତ୍ୟା ଓ ବଳାତ୍କାର ହେଉଥିବା ବେଳେ ବର୍ଷକୁ କେବଳ 6 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଥିବା ଏକ ଜାତୀୟ ଆକଳନ ସୂଚନା ଦେଇଥିବା ଯୋଗୁଁ ରାଜ୍ୟରେ ନ୍ୟାୟ ବ୍ୟବସ୍ଥା କିପରି ପ୍ରଭାବିତ ହୋଇଛି ତାହା ଚିନ୍ତା ସୃଷ୍ଟି କରିଥିବା ସେ ଦର୍ଶାଇଛନ୍ତି । ରାଜ୍ୟରେ ବିଜେଡି ସରକାର ଦଳୀୟ କର୍ମୀଙ୍କୁ ଓକିଲ ଭାବେ ନିଯୁକ୍ତି ଦେଉଥିବା ଯୋଗୁଁ ରାଜ୍ୟରେ ନ୍ୟାୟ ମିଳିବାର ପ୍ରକ୍ରିୟାରେ ଏପରି ଶୋଚନୀୟ ଅବସ୍ଥା ଦେଖାଯାଇଛି ବୋଲି ତାରା ଅଭିଯୋଗ କରିଛନ୍ତି ।

ତେବେ ଜୟନାରାୟଣ ମିଶ୍ରଙ୍କ ଏପରି ବ୍ୟବହାରକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି। ବିଜେଡି ଜୟ ନାରାୟଣଙ୍କର କୁଶପୁତ୍ତଳିକା ଦାହ କରିବା ସହିତ ବିରୋଧି ଦଳ ନେତା ପଦରୁ ଇସ୍ତଫା ଦାବି କରିଛି । ସେପଟେ ନବ ଦାସ ହତ୍ୟା ଘଟଣାରୁ ନଜର ହଟାଇବା ପାଇଁ ଏହା ବିଜେଡିର ଏକ ଚାଲ ବୋଲି କହିଛି ବିଜେପି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.