ETV Bharat / state

ଖୋଲିଲା ସ୍କୁଲ, ବାଜିଲା ଘଣ୍ଟି

author img

By

Published : Jul 26, 2021, 4:36 PM IST

Updated : Jul 26, 2021, 7:23 PM IST

School open
ଖୋଲିଲା ସ୍କୁଲ, କଲେଜ : ଖୁସି ପ୍ରକଟ କଲେ ଛାତ୍ରଛାତ୍ରୀ

19:11 July 26

ଆଜିଠାରୁ ଆରମ୍ଭ ହେଲା ଦଶମ ଓ ଏକାଦଶ ଅଫଲାଇନ କ୍ଲାସ

ଖୋଲିଲା ବିଦ୍ୟାଳୟ, କୋଭିଡ ଗାଇଡଲାଇନରେ ପହଞ୍ଚିଲେ ବିଦ୍ୟାର୍ଥୀ

ଢେଙ୍କାନାଳ:  ମହାମାରୀ କୋଭିଡ ଯୋଗୁ ଦୀର୍ଘ ମାସ ଧରି ବନ୍ଦ ରହିଥିବା ସ୍କୁଲ ଆଜିଠାରୁ ଖୋଲିଛି । ସରକାରଙ୍କ ଘୋଷଣା ମୁତାବକ ପ୍ରଥମ ଦଫାରେ ଆଜିଠାରୁ ଦଶମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ଅଫ ଲାଇନ ପାଠପଢା ଆରମ୍ଭ ହୋଇଛି । ଫଳରେ ଢେଙ୍କାନାଳ ଜିଲ୍ଲାରେ ପୂର୍ବରୁ ସମସ୍ତ ସ୍କୁଲ ଗୁଡିକ ସଫା ସୁତରା କରାଯିବା ସହ ସଠିକ ଭାବେ ସାନିଟାଇଜ କରାଯାଇଛି ।  

କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ପ୍ରବେଶ ବେଳେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜ କରି ସ୍ୱତନ୍ତ୍ର ଗାଇଡ଼ ଲାଇନରେ କ୍ଲାସ ରୁମ କୁ ଛଡ଼ାଯାଇଛି । କ୍ଲାସରେ ସାମାଜିକ ଦୂରତା ଉପରେ ଧ୍ୟାନ ଦିଆଯାଇଛି । ସକାଳ ୧୦ଟାରୁ ମଧ୍ୟନ୍ନ ସାଢ଼େ ଗୋଟାଏ ଯାଏ ଏହି ଅଫଳାଇନ ପାଠପଢା ହୋଇଥିବା ଦେଖାଯାଇଛି । ତେବେ ଢେଙ୍କାନାଲ ଜିଲ୍ଲାରେ ସରକାରୀ ସ୍କୁଲର ଦଶମ ଶ୍ରେଣୀରେ ମୋଟ ୧୫ହଜାର ୪୧୫ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୭ହଜାର୪୫୧ ଜଣ ସ୍କୁଲରେ ଉପସ୍ଥିତ ରହି ଅଫଳାଇନ କ୍ଲାସରେ ପାଠ ପଢିଥିବା ଜଣାପଡିଛି । ଯାହା ଫଳରେ ଜିଲ୍ଲାରେ ସରକାରୀ ସ୍କୁଲ ଶତକଡା ୪୮ପ୍ରତିଶତ ପିଲାଙ୍କ ଉପସ୍ଥାନ ରହିଥିବା ଜଣାପଡିଛି ।

ଅପରପକ୍ଷରେ ଜିଲ୍ଲାରେ ଘରୋଇ ସ୍କୁଲ ମାନଙ୍କରେ ମାତ୍ର ଶତକଡା ୨୫ପ୍ରତିଶତ ଉପସ୍ଥାନ ରହିଥିବା ଜଣାପଡିଛି । ଜିଲ୍ଲାରେ ଘରୋଇସ୍କୁଲରେ ମୋଟ ୯୮୩ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୪୭ ଜଣ ଛାତ୍ର ଛାତ୍ରୀଙ୍କ ଅଫ ଲାଇନ ଉପସ୍ଥାନ ରହିଥିବା ସୂଚନା ମିଳିଛି । ତେବେ ସ୍କୁଲ ଖୋଲିବା ପରେ ଛାତ୍ର ଛାତ୍ରୀଙ୍କ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ପିଲା ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍କୁଲରେ ସାମାଜିକ ଦୂରତା , ପ୍ରତେକ ପିଲ୍ଲା ମାସ୍କ ଓ ସାନିଟାଇଜ କରାଯିବା କ୍ଷେତ୍ରରେ ବିଶେଷ ଭାବେ ଧ୍ୟାନ ଦେଇଥିବା ସ୍କୁଲର କତ୍ତୃପକ୍ଷ  ପ୍ରକାଶ କରିଛନ୍ତି  ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

18:50 July 26

ଖୋଲିଲା ବିଦ୍ୟାଳୟ, କୋଭିଡ ଗାଇଡଲାଇନରେ ପହଞ୍ଚିଲେ ବିଦ୍ୟାର୍ଥୀ

ଖୋଲିଲା ବିଦ୍ୟାଳୟ, କୋଭିଡ ଗାଇଡଲାଇନରେ ପହଞ୍ଚିଲେ ବିଦ୍ୟାର୍ଥୀ

ବ୍ରହ୍ମପୁର: ସରକାରଙ୍କ ନିର୍ଦ୍ଦେଶ ମୁତାବକ ଖୋଲିଲା ବିଦ୍ୟାଳୟ ଏବଂ କୋଭିଡ ଗାଇଡଲାଇନ ମାନି ପହଞ୍ଚିଲେ ବିଦ୍ୟାର୍ଥୀ । ଦୀର୍ଘ ଦିନ ପରେ କୋଭିଡର ଦ୍ବିତୀୟ ଲହରୀ ସଂକ୍ରମଣ ହାର କମିବା ପରେ ଖୋଲିଲା ଏହି ବିଦ୍ୟାଳୟ । ଯାହାକି ଦୀର୍ଘଦିନ ଧରି ଅନଲାଇନ୍ ମାଧ୍ୟମରେ କ୍ଳାସ କରି ଆସୁଥିବା ବିଦ୍ୟାର୍ଥୀ ମାନେ ନିଜର ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ବେଳେ ଅପେକ୍ଷାରେ ରହିଥିବା ବିଦ୍ୟାଳୟ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ବିଦ୍ୟାର୍ଥୀଙ୍କୁ ସ୍ବାଗତ କରି ବିଦ୍ୟାଳୟ  ଫୁଲ ସଜାଇ ବେଶ୍ ଖୁସି ରହିଥିବା ଦେଖାଯାଇଥିଲା ।  

ସରକାରଙ୍କ ଶିକ୍ଷା ବିଭାଗରେ ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶ ଆଧାରରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ କୋଭିଡ ଗାଇଡଲାଇନ ପାଳନ କରାଯାଇଥିଲା। କୋରୋନାର ଦ୍ବିତୀୟ ଲହର ମଧ୍ୟରେ ସମସ୍ତ କଟକଣା ମଧ୍ୟରେ ପାଠ ପଢିବେ ସମସ୍ତେ । ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ବାଧ୍ୟତାମୂଳକ କରାଯାଇଥିବା ବେଳେ ବିଦ୍ୟାଳୟ କୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଙ୍ଗ୍ କରାଯାଉଛି । ଏପରିକି ସାମାଜିକ ଦୂରତା ରଖି ବିଦ୍ୟାର୍ଥୀ ଶ୍ରେଣୀରେ ଯେପରି ପାଠ ପଢିବେ ତାହାକୁ ନେଇ ସିଟିଂ ଆରେଞ୍ଜମେଣ୍ଟ କରାଯାଇଛି ।ବ୍ରହ୍ମପୁର ସହରରେ ବିଦ୍ୟାଳୟ ଖୋଲିବା ପରେ ରେଶମ ସହର ମ୍ୟୁନିସିପାଲିଟି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ,ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ରିପୋର୍ଟର ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

18:31 July 26

ଖୋଲିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ

ଖୋଲିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ

ଖୋର୍ଦ୍ଧା: କୋରୋନା ରୂପୀ ଅଦୃଶ୍ୟ ଭୂତାଣୁ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଅକାଳରେ ଜୀବନ ନେଉଛି । ଏହି ଅଦୃଶ୍ୟ ମହାମାରୀ କବଳରୁ ରକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଲକଡାଉନ ସଟଡାଉନ ଭଳି କଠୋର ନିଷ୍ପତି ନେଲେ । ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କଲେ ।ଏପରିକି ବିଗତ ବର୍ଷ ମାଟ୍ରିକ ପରୀକ୍ଷାକୁ ମଧ୍ୟ ବାତିଲ କଲେ ରାଜ୍ୟ ସରକାର ।  

ମହାମାରୀର ପ୍ରକୋପ ଟିକେ କମିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜିଠାରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଆସି ପାଠ ପଢିବ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ଯୁକ୍ତ ଦୁଇ କଲେଜ ଗୁଡିକୁ ପୂର୍ବରୁ ସାନିଟାଇଜ କରାଯିବା ସହ ଶିକ୍ଷାନୁଷ୍ଠାନରେ କିଭଳି କରୋନା ନିୟମ ପାଳନ କରାଯିବ ସେଥିପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରତି ଶିକ୍ଷାନୁଷ୍ଠାନ ଗୁଡିକରେ ଥର୍ମାଲ ଷ୍କ୍ରିନ ଓ ସାନିଟାଇଜର ବ୍ୟବହାର କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଯାଉଥିବା ଦେଖିବାକୁ ମିଳିଛି ।

ସେହିପରି ଶ୍ରେଣୀ ଗୃହରେ ସାମାଜିକ ଦୂରତା ଓ ମାସ୍କ ଲଗାଇ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ପାଠ ପଢ଼ାଉଥିବା ଦେଖାଦେଇଛି । ସେପଟେ ଅନଲାଇନରେ ପାଠ ପଢି ସେମାନଙ୍କର ଦ୍ଵନ୍ଦ ଦୂର ହୋଇପାରୁ ନଥିଲା କିନ୍ତୁ ଏବେ ଅଫଲାଇନ ପାଠ ପଢା ଦ୍ୱାରା ଆମେ ଚଳତ ବର୍ଷ ଭଲ ରେଜଲ୍ଟ କରିବୁ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ସେପଟେ ଯେଉଁ ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଛାଡିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ ମାଧ୍ୟମରେ ସରକର ବ୍ୟବସ୍ଥା କରିଥିବା କହିଛନ୍ତି ଶିକ୍ଷକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

17:25 July 26

କୋରୋନା କଟକଣାରେ କେନ୍ଦୁଝର ଜିଲ୍ଲାରେ ଖୋଲିଲା ସ୍କୁଲ

କୋରୋନା କଟକଣାରେ କେନ୍ଦୁଝର ଜିଲ୍ଲାରେ ଖୋଲିଲା ସ୍କୁଲ

କେନ୍ଦୁଝର: ବାଜିଲା ବେଲ୍, ଖୋଲିଲା ସ୍କୁଲ। କରୋନା କାରଣରୁ ଦୀର୍ଘ ଦିନ ପରେ ରାଜ୍ୟରେ ଖୋଲିଛି ସ୍କୁଲ। ପିଲାଙ୍କର ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଥିବା ବେଳେ ଆଜି ରାଜ୍ୟରେ ଶ୍ରେଣୀଗୃହରେ ଆରମ୍ଭ ହେଲା ଦଶମ ଓ ଦ୍ୱାଦଶ ପାଠପଢା।  

ଜିଲ୍ଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଖୁସି ଦେଖା ଦେଇଛି ହେଲେ ଦ୍ବିତୀୟ ଲହର ପରେ ତୃତୀୟ ଲହର କୁ ନେଇ ଚିନ୍ତାରେ ସମସ୍ତେ । ବହୁ ଦିନ ପରେ ସ୍କୁଲ ଖୋଲିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରି।ନିର୍ଦ୍ଧାରିତ ସମୟ ଅନୁଯାୟୀ ସକାଳ ୧୦ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ଗୋଟାଏ ୩୦ ଯାଏ ଚାଲିବ। ଏହି ସମୟରେ ପିଲାଙ୍କୁ ବ୍ରେକ ପାଇଁ ଛଡାଯିବ ନାହିଁ। କରୋନା କଟକଣା ଭିତରେ ଖୋଲିଛି ସମସ୍ତ ସ୍କୁଲ୍। କ୍ଲାସ୍ ରୁମ୍ ସାନିଟାଇଜ୍ କରାଯିବା ସହିତ ପରିସରକୁ ସଫା ସୁତୁରା କରାଯାଇଛି।ପିଲାମାନେ ଯେପରି ହାତ ଭଲ କରି ଧୋଇବେ, ସାମାଜିକ ଦୂରତ୍ୱ ମାନି କ୍ଲାସରେ ବସିବେ ଏବଂ ସବୁବେଳେ ମାସ୍କ ପିନ୍ଧିବେ ସେଥିପ୍ରତି ସ୍କୁଲ ପକ୍ଷରୁ ସଚେତନ କରାଯାଇଛି। ଯେଉଁମାନେ ସ୍କୁଲ ନ ଆସିବେ ସେମାନଙ୍କ ଅନଲାଇନ୍ କ୍ଲାସରେ ସାମିଲ ହୋଇପାରିବେ। କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହ୍ରାସ ପାଇବା ପରେ ଅନଲାଇନ୍ ସହ ଅଫଲାଇନ୍ କ୍ଲାସ୍ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଏସବୁ ଭିତରେ ପୁଣି ବିଦ୍ୟାଳୟ ଆସି ଭଲ ପାଠ ପଢି କିପରି ନିଜର ଭବିଷ୍ୟତ ଗଢିବେ ସେଠି ପାଇଁ ଖୁସି ଅଛନ୍ତି ଛାତ୍ର ଛାତ୍ରୀ ମାନେ । ଦୀର୍ଘ ଦିନ ପରେ ସହପାଠୀଙ୍କୁ ପାଇ ଖୁସି ରେ ବିଭୋର ସାଙ୍ଗ ସାଥି ।  

ସେପଟେ ପିଲାଙ୍କୁ କାମ ସମୟ ମଧ୍ୟରେ କିପରି ଭଲ ଶିକ୍ଷା ଦିଆ ଯିବ ସେଥିପାଇଁ ମଧ୍ୟ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ଶିକ୍ଷକ। ଅନେକ ଭୟ ଭିତରେ ଅନେକ ଆଶା ଆଶଙ୍କା କିପରି ନିଜ ଭବିଷ୍ୟତ ଗଢିବେ ଚିନ୍ତାରେ ଛାତ୍ର ଛାତ୍ରୀ ଥିବା ବେଳେ । ପିଲାଙ୍କ ସୁରକ୍ଷା ପାଇଁ ଶିକ୍ଷକ ଓ ଅଭିଭାବକ ଚିନ୍ତିତ ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

16:32 July 26

କଟକରେ ଖୋଲିଲା ଦଶମ ଓ ଦ୍ବାଦଶ ଶ୍ରେଣୀ

କଟକରେ ଖୋଲିଲା ଦଶମ ଓ ଦ୍ବାଦଶ ଶ୍ରେଣୀ

କଟକ: ଆଜି ଠାରୁ ଖୋଲିଲା ସ୍କୁଲ । ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ, ବେସରକାରୀ, ସରସ୍ବତୀ ଶିଶୁମନ୍ଦିର, ଇଂରାଜୀ ମାଧ୍ୟମ ଆଦି ସମସ୍ତ ବିଦ୍ୟାଳୟ ଖୋଲିଛି  ।  

ସକାଳ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ନିରନ୍ତର କ୍ଲାସ୍ ଚାଲିବ। ଆରମ୍ଭରୁ ପ୍ରାର୍ଥନା କିମ୍ବା ମଝିରେ ରିସେସ୍ ଆଉ ରହିବ ନାହିଁ। ଗୋଟିଏ ଶ୍ରେଣୀ ଗୃହରେ ୨୦ରୁ ୨୫ଜଣ ପିଲା ବସି‌ବା ପାଇଁ ବ୍ୟବସ୍ଥା ରହିଛି। ପିଲାଙ୍କୁ ପ୍ରବେଶ ଦ୍ବାରରୁ ଥର୍ମାଲ୍ ସ୍କ୍ରିନିଂ କରାଯାଇଥିବା ସହିତ ବିଦ୍ୟାଳୟ ପରିସରରେ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରାଯାଇଛି। ଏହିଭଳି କୋଭିଡ୍‌ ଗାଇଡ୍‌ଲାଇନ୍ ତଥା ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ସବୁ ବିଦ୍ୟାଳୟ ଚାଲିବାକୁ ବ୍ୟବସ୍ଥା କରାଯାଇଛି। ସରକାରଙ୍କ ବିଦ୍ୟାଳୟ‌ ଖୋଲିବା ପଦକ୍ଷେପକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତି, ଅଭିଭାବକ ମହଲରେ ମଧ୍ୟ ସ୍ବାଗତ କରାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

16:24 July 26

ଅନୁଗୋଳରେ ଖୋଲିଲା ସ୍କୁଲ

ଅନୁଗୋଳରେ ଖୋଲିଲା ଦଶମ ଏବଂ ଏକାଦଶ ଶ୍ରେଣୀ

ଅନୁଗୋଳ: ଦୀର୍ଘ ଦିନର କଟକଣା ପରେ ଆଜି ସ୍କୁଲ ଖୋଲିଛି। କେବଳ ଦଶମ ଏବଂ ଏକାଦଶ ଶ୍ରେଣୀ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ଅନୁଗୋଳ ଜିଲ୍ଲାରେ ୨୪୯ଟି ହାଇସ୍କୁଲ ଆଜି ଖୋଲିଛି  ।

କେବଳ ଦଶମ ଶ୍ରେଣୀ ଖୋଲା ଯାଇଛି। ଜିଲ୍ଲାରେ ଦଶମ ଶ୍ରେଣୀରେ ଚଳିତ ବର୍ଷ ପ୍ରାୟ ୧୮ହଜାର ଛାତ୍ରଛାତ୍ରୀ ପଢୁଛନ୍ତି। ଆଜି ପ୍ରଥମ ଦିନରେ ଶତକଡା ପ୍ରାୟ ୭୦ଭାଗ ଛାତ୍ର ଛାତ୍ରୀ ପାଠ ପଢିବାକୁ ସ୍କୁଲ ଆସିଛନ୍ତି। ଆସନ୍ତା ଦିନେ ଦୁଇ ଦିନ ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ତେବେ ପ୍ରତ୍ୟକ ସ୍କୁଲରେ ସରକାରଙ୍କ ନିୟମ ଅନୁସାରେ ପାଠ ପଢା ଯାଉଛି। ପିଲା ମାନଙ୍କୁ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜ କରି ଶ୍ରେଣୀ ଗୃହକୁ ଛଡା ଯାଇଛି। ଏହା ସହିତ ସାମାଜିକ ଦୂରତା ରକ୍ଷା କରି ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ବସା ଯାଇଛି। ଛାତ୍ରଛାତ୍ରୀଙ୍କ ମନରେ ସଂକ୍ରମଣ ଭୟ ରହିଥିଲେ ମଧ୍ୟ ସେମାନଙ୍କର ଭବିଷ୍ୟତ ପାଇଁ ପାଠ ପଢିବାକୁ ସ୍କୁଲକୁ ଆସିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

15:57 July 26

ବାଲେଶ୍ବରରେ କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ବାଲେଶ୍ବରରେ କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ବାଲେଶ୍ଵର: ଆଜିଠୁ ରଜ୍ୟରେ ଖୋଲିଛି ସ୍କୁଲ କଲେଜ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଜୁଲାଇ ୨୬ ତାରିଖ ଠାରୁ ବାଲେଶ୍ଵର ଜିଲ୍ଲାର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପାଠପଢା ଆରମ୍ଭ ହୋଇଛି।  

ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ବାଲେଶ୍ଵର ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟରେ ୧୦ମ ଶ୍ରେଣୀର ପାଠପଢ଼ା ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଛି। ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷିତ୍ରୀମାନେ ପହଞ୍ଚିବା ପରେ ସେମାନଙ୍କ ଥର୍ମାଲ ସ୍କାନିଙ୍ଗ୍ କରିବା ସହ ସାନିଟାଇଜ୍ କରାଯାଇଥିଲା। ଏହାସହ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପାଠପଢ଼ା ହୋଇଥିଲା। ଦୀର୍ଘ ୧୭ ମାସ ପରେ ବିଦ୍ୟାଳୟ ଖୋଲିଥିବାରୁ ଏବଂ ଅଫଲାଇନରେ ପାଠପଢ଼ା ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

15:53 July 26

ଖୋଲିଲା ସ୍କୁଲ, କଲେଜ : ଖୁସି ପ୍ରକଟ କଲେ ଛାତ୍ରଛାତ୍ରୀ

ବାଲେଶ୍ବରରେ କଟକଣା ମଧ୍ୟରେ ଖୋଲିଲା ସ୍କୁଲ

ନୟାଗଡ଼: କୋରୋନା ମହାମାରୀରେ ବନ୍ଦ ଥିବା ସ୍କୁଲ ଏବଂ କଲେଜ ଆଜି ଖୋଲିଛି l ନୟାଗଡ଼ ଜିଲ୍ଲାରେ ଥିବା ସ୍କୁଲ ଏବଂ କଲେଜ ଖୋଲିଛି l ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବଜେନ୍ଦ୍ର ହାଇସ୍କୁଲରେ ଛାତ୍ରଛାତ୍ରୀମାନେ ପାଠପଢ଼ିବା ଆରମ୍ଭ ହୋଇଛି l ତେବେ ଛାତ୍ରଛାତ୍ରୀ ଅଭିଭାବକଙ୍କ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି l

ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଏବଂ କଲେଜକୁ ଯାଇଛନ୍ତି l ଦୀର୍ଘ ଦିନ ପରେ ସ୍କୁଲ ଏବଂ କଲେଜକୁ ଛାତ୍ରଛାତ୍ରୀ ଆସିଥିବାରୁ ଖୁସି ପ୍ରକାଶ କରିଛନ୍ତି l ସରକାରଙ୍କ ଗାଇଡ଼ଲାଇନ ମୁତାବକ ପାଠପଢ଼ା ଆରମ୍ଭ ହୋଇଛି l ଶ୍ରେଣୀଗୃହକୁ ସାନିଟାଇଜ କରାଯିବା ସହ କରୋନା ନିୟମ ପାଳନ କରାଯାଉଛି l ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା ଉପରେ ବାଧ୍ୟତାମୂଳକ କରାଯାଇଛି l ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ହଷ୍ଟେଲ ଖୋଲିବା ପାଇଁ ନିଷ୍ପତି ହୋଇଛି l ସରକାର ଜାରୀ କରିଥିବା ମାର୍ଗଦର୍ଶିକାକୁ କଡାକଡି ପାଳନର ତଦାରଖ କରିବା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

15:25 July 26

ଖୋଲିଲା ସ୍କୁଲ, କଲେଜ: ଖୁସି ପ୍ରକଟ କଲେ ଛାତ୍ରଛାତ୍ରୀ

ଖୋଲିଲା ସ୍କୁଲ, କଲେଜ : ଖୁସି ପ୍ରକଟ କଲେ ଛାତ୍ରଛାତ୍ରୀ

କୋରାପୁଟ: ଦୀର୍ଘଦିନ ପରେ ଆଜି ଖୋଲିଛି ସ୍କୁଲ  ।  ଓଡ଼ିଶାର ପୁରପଲ୍ଲୀରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଈଁ ବିଦ୍ୟାଳୟ ଖୋଲିଯାଇଛି । ଜିଲ୍ଲାରେ 290 ବିଦ୍ୟାଳୟ ମଧ୍ୟରୁ 13 ଟିରେ ଆଜି ବାଜିନାହିଁ ଘଣ୍ଟି  ।

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଫାଟକ ନିକଟରୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ବ୍ୟକ୍ତିଗତ ସାନିଟାଇଜ କରିବା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥିବା କୋରାପୁଟ ସତକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିନା ସ୍ବାଇଁ କହିଛନ୍ତି । ତେବେ କୋରାପୁଟ ଜିଲ୍ଲାରେ 290 ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ସମସ୍ତ ବିଦ୍ୟାଳୟରେ ପିଲା ଆସି ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ କରିଛନ୍ତି  । ଏହା ସହ 13 ଟି ବିଦ୍ୟାଳୟରେ ଘଣ୍ଟି ବାଜି ନଥିବା କୋରାପୁଟ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀକାନ୍ତ ଜାନୀ କହିଛନ୍ତି । ଆସନ୍ତା 30 ତାରିଖରୁ ସେଠାରେ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ଯୋଗୁଁ ଏହି ସମସ୍ତ ବିଦ୍ୟାଳୟରେ ଆସନ୍ତା ମାସ 6 ତାରିଖରେ ପାଠପଢ଼ା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।  

କୋରାପୁଟ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Jul 26, 2021, 7:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.