ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ଛୋଟ ରଥ ନିର୍ମାଣ କାର୍ଯ୍ୟ

author img

By

Published : May 8, 2020, 10:20 PM IST

Updated : May 9, 2020, 9:32 AM IST

ବିଧି ବିଧାନ ରକ୍ଷା କରିବା ପାଇଁ ମନ୍ଦିର ବେଢା ମଧ୍ୟରେ ହିଁ ରଥଯାତ୍ରାକୁ ସମ୍ପନ୍ନ କରାଯିବ । ଏଥିପାଇଁ ଅକ୍ଷୟ ତୃତୀୟା ଦିନଠାରୁ ଏକ ଛୋଟ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅଧିକ ପଢନ୍ତୁ...

ଶାବର ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ଟିକି ରଥ ନିର୍ମାଣ କାର୍ଯ୍ୟ
ଶାବର ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ଛୋଟ ରଥ ନିର୍ମାଣ କାର୍ଯ୍ୟ

କୋରାପୁଟ: କୋରୋନାଜନିତ ପ୍ରତିବନ୍ଧକ ଓ ସାଧାରଣ ଜୀବନଯାତ୍ରା ଆରମ୍ଭ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ତଥାପି ଏହା ମଧ୍ୟରେ ଶୁକ୍ରବାରଠାରୁ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ସେହିପରି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ତିନି ରଥ ନିର୍ମାଣ ହେବା ସ୍ଥାନରେ ଏକ ଛୋଟ ରଥ ନିର୍ମାଣ କରାଯାଉଛି ।

ଶାବର ଶ୍ରୀକ୍ଷେତ୍ରରେ ଶେଷ ପର୍ଯ୍ୟାୟରେ ଛୋଟ ରଥ ନିର୍ମାଣ କାର୍ଯ୍ୟ

ପୂର୍ବ ନିଷ୍ପତ୍ତି କ୍ରମେ ଜରୁରୀ ପରିସ୍ଥିତିକୁ ସାମନା କରିବା ପାଇଁ ଏପରି ବ୍ୟବସ୍ଥା ଆପଣାଯାଇଛି । ଏନେଇ ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ସମୟକୁ କୋରୋନାର ଆତଙ୍କ ଉପରେ ଯଦି ଦେଶ ବିଜୟ ହାସଲ କରିସାରିଥିବ ତେବେ ବଡଦାଣ୍ଡରେ ତିନିରଥ ଚାଲିବା ପାଇଁ ମନ୍ଦିର ପ୍ରସ୍ତୁତ ରହିଛି ।

ତେବେ ଜରୁରୀକାଳୀନ ପରିସ୍ଥିତିରେ ବିଧି ବିଧାନ ରକ୍ଷା କରିବା ପାଇଁ ମନ୍ଦିର ବେଢା ମଧ୍ୟରେ ହିଁ ରଥଯାତ୍ରାକୁ ସମ୍ପନ୍ନ କରାଯିବ । ଏଥିପାଇଁ ଅକ୍ଷୟ ତୃତୀୟା ଦିନଠାରୁ ଏକ ଛୋଟ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ରଥଟି ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ନେଇ ରଥ କାର୍ଯ୍ୟରେ ନିୟୋଜିତ ମନ୍ଦିର ମହାରଣା ଗୋପୀନାଥ ବିଶୋୟୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : May 9, 2020, 9:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.