ETV Bharat / state

ହାତ ଛାଡିବେ କି ମିନାକ୍ଷୀ ? ଦିଲ୍ଲୀ ଗସ୍ତରେ ତାରା

author img

By

Published : Jun 15, 2023, 10:40 PM IST

କୋରାପୁଟରୁ ଆରମ୍ଭ ହୋଇଥିବା କଳି ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଲାଣି । ତାରା ବନାମ ସପ୍ତଗିରି କଳି ଏବେ ଉଗ୍ର ରୂପ ଧାରଣ କରିଛି। ଉଭୟଙ୍କ କଳି ଭିତରେ ବଳି ପଡିଲେ ମିନାକ୍ଷୀ। 9 ଜୁନ ରେ ଏଆଇସିସି ପକ୍ଷରୁ 10 ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଗଲା। କୋରାପୁଟ ଜିଲ୍ଲା ସଭାପତି ପଦରୁ ମିନାକ୍ଷୀ ବାହିନୀପତିଙ୍କୁ କଢାଯାଇ ତାଙ୍କ ସ୍ଥାନରେ ଦୁର୍ଗା ସାହୁଙ୍କୁ ନୂଆ ସଭାପତି କଲା ଏଆଇସିସି । ଅଧିକ ପଢନ୍ତୁ

ହାତ ଛାଡିବେ କି ମିନାକ୍ଷୀ !,ଦିଲ୍ଲୀ ଗସ୍ତରେ ତାରା
ହାତ ଛାଡିବେ କି ମିନାକ୍ଷୀ !,ଦିଲ୍ଲୀ ଗସ୍ତରେ ତାରା

ହାତ ଛାଡିବେ କି ମିନାକ୍ଷୀ !,ଦିଲ୍ଲୀ ଗସ୍ତରେ ତାରା

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ବଢିବ କି ସଂକଟ? ଦଳ ଛାଡିବେ କି ତାରା ବାହିନୀପତି ଓ ମୀନାକ୍ଷୀ ବାହିନୀପତି? ନା କଂଗ୍ରେସରେ ରହି କରିବେ ଲଢେଇ? ଜିଲ୍ଲା ସଭାପତି ପଦବୀକୁ ନେଇ ଅସନ୍ତୁଷ୍ଟ କି ବାହିନୀପତି ଦମ୍ପତି? ଜିଲ୍ଲା ସଭାପତି ପରିବର୍ତ୍ତନ ପରେ, ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ତାରା ବାହୀନିପତି । ଯାହାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି।

କୋରାପୁଟରୁ ଆରମ୍ଭ ହୋଇଥିବା କଳି ଏବେ ଦିଲ୍ଲୀ ଦରବାରରେ ପହଞ୍ଚିଲାଣି। ତାରା ବନାମ ସପ୍ତଗିରି କଳି ଏବେ ଉଗ୍ର ରୂପ ଧାରଣ କରିଛି। ଉଭୟଙ୍କ କଳି ଭିତରେ ବଳି ପଡିଲେ ମିନାକ୍ଷୀ। 9 ଜୁନ ରେ ଏଆଇସିସି ପକ୍ଷରୁ 10 ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଗଲା। କୋରାପୁଟ ଜିଲ୍ଲା ସଭାପତି ପଦରୁ ମିନାକ୍ଷୀ ବାହିନୀପତିଙ୍କୁ କଢାଯାଇ ତାଙ୍କ ସ୍ଥାନରେ ଦୁର୍ଗା ସାହୁଙ୍କୁ ନୂଆ ସଭାପତି କଲା ଏଆଇସିସି । ବାସ ତା ପରେ ପୁଣି ଆରମ୍ଭ ହେଲା ବିବାଦ ।

ସୂଚନା ଅନୁସାରେ ଜୟପୁର ବିଧାୟକ ତାରା ବାହିନୀପତି କିଛି ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯାଇଛନ୍ତି । ହାଇ କମାଣ୍ଡ ପାଖରେ ଫେରାଦ ହେବେ । ଯଦି ସମସ୍ୟାର ସମାଧାନ ନହୁଏ ତାହେଲେ ମତ ପରିବର୍ତ୍ତନ କରିପାରନ୍ତି ତାରା। ତେବେ ତାରାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ମଧ୍ୟ ଦଳ ଛାଡିବାର ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି। ଅପେକ୍ଷା ଦିଲ୍ଲୀରୁ ଫେରିବା ପରେ ସବୁ ସ୍ପଷ୍ଟ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଏହା ଆମ ଘର କଥା। ତାରା ଦିଲ୍ଲୀ ଯାଇଛନ୍ତି, ଆଜି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମିନାକ୍ଷୀ ବାହିନୀପତି ଜଣେ ଦକ୍ଷ ନେତ୍ରୀ। ତାରାଙ୍କ ବିନା ନିର୍ଦ୍ଦେଶରେ ମିନାକ୍ଷୀ ଦଳ ଛାଡିବେ ନାହିଁ ।

ତେବେ ତାରା ଏବଂ ସପ୍ତଗିରିଙ୍କ ମଧ୍ୟରେ ବିବାଦକୁ ନେଇ ଦିଲ୍ଲୀ ଯାତ୍ରା କରିବା, ଦଳୀୟ ହାଇ କମାଣ୍ଡଙ୍କ ପାଖରେ ଫେରାଦ ହେବା ପ୍ରସଙ୍ଗରେ ପିସିସି ସଭାପତି କୌଣସି ପ୍ରତିକ୍ରିୟା ଦେବାକୁ ରୋକ ଠୋକ ମନା କରିଦେଇଛନ୍ତି। ପ୍ରଶ୍ନ ଉଠୁଛି ଦଳ ଭିତରେ ଯଦି ଏଭଳି ବିବାଦ ଲାଗି ରୁହେ, ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଇଛନ୍ତି। ଆଗାମୀ ଦିନରେ କଂଗ୍ରେସର ସ୍ଥିତି କଣ ରହିବ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି। ସତା ହରାଇବନି ତ କଂଗ୍ରେସ ? କଂଗ୍ରେସର ଏଭଳି ଦୁରବସ୍ଥା ପାଇଁ ମୁଖିଆଙ୍କୁ ଦାୟୀ କରିଛନ୍ତି ରାଜନୈତିକ ସମୀକ୍ଷକ। ରାଜନୈତିକ ସମୀକ୍ଷକଙ୍କ ମତରେ ତାରା ଓ ସପ୍ତଗିରିଙ୍କ ମଧ୍ୟରେ ବିବାଦର ସମାଧାନ ରାଜ୍ୟ ନେତୃତ୍ବଙ୍କର କରିବାର ଆବଶ୍ୟକତା ଥିଲା।

ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି ଉଭୟ ତାରା ଏବଂ ସପ୍ତଗିରି ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ପାଇଁ ବଡ଼ ସାଧନ। ଦଳର ମୁଖିଆ ଉଭୟଙ୍କ ମଧ୍ୟରେ ଉପୁଜିଥିବା ବିବାଦ କୁ ସମାଧାନ କରିବା କଥା । ନହେଲେ ଦଳ ପାଇଁ କ୍ଷତିକାରକ। ଦଳର ପ୍ରଭାରୀ ଉଭୟଙ୍କୁ ମିଳାମିଶା କରିବା କଥା। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜଣେ ଆଦିବାସୀ କିମ୍ବା ଦଳିତଙ୍କୁ ସଭାପତି କରିବା କଥା। ତାରା ବାହିନୀପତି ଙ୍କ ପତ୍ନୀ ପୂର୍ବରୁ ସଭାପତି ରହି ଆସିଛନ୍ତି । କଂଗ୍ରେସ ଗୋଟିଏ ଜାତୀୟ ଦଳ ,ଏଠି କୋଳି ଖାଇ କିଏ ମଞ୍ଜି ପୋତି ନାହାଁନ୍ତି। ତାଙ୍କ ପତ୍ନୀଙ୍କୁ ସଭାପତି ପଦ ରୁ କଢାଗଲା ବୋଲି ସେ ବିଦ୍ରୋହ କରିବେ, ଏଭକି ଆଭିମୁଖ୍ୟ ଠିକ ନୁହେଁ। ତାରାଙ୍କ ଜିଦ ବି ଠିକ ନୁହେଁ। ତାରା ଦଳ ଛାଡିବେ ନାହିଁ ।

ପିସିସି ସଭାପତି ଶରତ ପଟ୍ଟନାୟକ କିଛି ଦିନ ତଳେ ନିଜର ଟିମ ଗଠନ କଲେ। ନୂଆ ଟିମରେ ତାରା ବାହିନୀପତିଙ୍କୁ ବରିଷ୍ଠ ଉପସଭାପତି ଏବଂ କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ସମ୍ପାଦକ ଭାବରେ ନେଲେ। ଏହା ପରେ କୋରାପୁଟ କଂଗ୍ରେସରେ କନ୍ଦଳ ବଢିଥିଲା। ଜୟପୁର ବିଧାୟକ ତାରା ବାହିନୀପତି ଦକ୍ଷିଣ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା । ଯଦିଓ କୋରାପୁଟ ସାଂସଦ ସପ୍ତଗିରି ଉଲକା ରାଜନୀତିରେ ନୂଆ କିନ୍ତୁ ଦକ୍ଷିଣ ଓଡ଼ିଶାର ଜଣେ ଅଭିଜ୍ଞ ,ଦକ୍ଷ ,ପୁରୁଖା ରାଜନୈତିକ ପରିବାରର ଦାୟାଦ । ଉଭୟଙ୍କ ପତିଆରା ଦକ୍ଷିଣ ଓଡିଶା, ଅଭିଭକ୍ତ କୋରାପୁଟ ଜିଲ୍ଲା ରେ ରହିଛି। ଉଭୟଙ୍କ ମଧ୍ୟରେ ନପଡିବା କଂଗ୍ରେସ ସଂଗଠନ ପାଇଁ କ୍ଷତିକାରକ। କିଛି ଦିନ ତଳେ ତାରା ବାହିନୀପତି ନିଜର କିଛି ସମର୍ଥକଙ୍କୁ ଧରି ଭୁବନେଶ୍ବର କଂଗ୍ରେସ ଭବନରେ ପହଞ୍ଚି ପିସିସି ସଭାପତିଙ୍କ ଆଗରେ ନିଜର ଶକ୍ତି ପଦର୍ଶନ କଲେ ତାର 4 ଦିନ ପରେ ସାଂସଦ ସପ୍ତଗିରି ଉଲକା ଙ୍କ ଗୋଷ୍ଠୀ କଂଗ୍ରେସ ଭବନରେ ପହଞ୍ଚି ଜିଲ୍ଲା ସଭାପତି ପରିବର୍ତ୍ତନ ପାଇଁ ଦାବି କରିଥିଲେ । 10 ଜିଲ୍ଲାର ସଭାପତି ଙ୍କ ନାମ ଘୋଷଣା ହେବା ପରେ ତାରା ଅସନ୍ତୋଷ ବ୍ୟକ୍ତ କରିବା ସହ ଏବେ ଦିଲ୍ଲୀ ଯାଇ ହାଇ କମାଣ୍ଡ ପାଖରେ ଫେରାଦ ହେବେ। ସାଙ୍ଗରେ କିଛି ଲୋକ ପ୍ରତିନିଧି ମାନେ ମଧ୍ୟ ଦିଲ୍ଲୀ ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ତାରା କେସି ବେଣୁଗୋପାଳଙ୍କୁ ସାକ୍ଷାତ କରିସାରିଛନ୍ତି ।

ତେବେ ଦିଲ୍ଲୀରେ ହାଇକମାଣ୍ଡ କୋରାପୁଟ କଳିର କି ସମାଧାନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.