ETV Bharat / state

କୋରୋନାରେ ପ୍ରାଣ ହରାଇଥିବା କୋରାପୁଟର ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ

author img

By

Published : Dec 9, 2021, 10:06 AM IST

ପ୍ରତିଶୃତି ରଖିଲେ ରାଜ୍ୟ ସରକାର । କୋରୋନାରେ ପ୍ରାଣ ହରାଇଥିବା କୋରାପୁଟର ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓଙ୍କ ପରିବାରଙ୍କୁ ଅନୁକମ୍ପା ପ୍ରଦାନ କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

କୋରୋନାରେ ପ୍ରାଣ ହରାଇଥିବା କୋରାପୁଟର ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ
କୋରୋନାରେ ପ୍ରାଣ ହରାଇଥିବା କୋରାପୁଟର ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ

କୋରାପୁଟ: କୋରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କୁ ରାଜ୍ୟ ସରକାର ( Government of Odisha)୧୫ ଲକ୍ଷ ଟଙ୍କା ଅନୁକମ୍ପା ଦେବା ନେଇ ଘୋଷଣା କରିଥିଲେ । ଏନେଇ ନିଜ ପ୍ରତିଶୃତି ରକ୍ଷା କରିଛନ୍ତି ରାଜ୍ୟ ସରକାର । ଗତ ମେ ମାସରେ କୋରାପୁଟର ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓ କୋରୋନାରେ ମୃତ୍ୟୁବରଣ କରିଥିବା ବେଳେ ଗତକାଲି ତାଙ୍କ ପରିବାରକୁ ଘୋଷିତ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

କୋରୋନାରେ ପ୍ରାଣ ହରାଇଥିବା କୋରାପୁଟର ବରିଷ୍ଠ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ପ୍ରଦାନ

ଏହିପରି ଅନୁକମ୍ପା ରାଶି ପାଇବା କୋରାପୁଟ ଜିଲ୍ଲାରେ ପ୍ରଥମ ଘଟଣା ହୋଇଥିବା ବେଳେ ଗତକାଲି ସ୍ବର୍ଗତ ରାଓଙ୍କ ପତ୍ନୀ ପ୍ରଭାବତୀଙ୍କ ନାମରେ ଆସିଥିବା 15 ଲକ୍ଷ ଟଙ୍କାର ଏକ ଚେକ ଜିଲ୍ଲାପାଳ ଅବଦଲ ଅକ୍ତର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । କୋରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିବା ଓଡିଶା ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ବୋଲି ସ୍ବର୍ଗତ ରାଓ ଙ୍କ ପୁତ୍ର ଶ୍ରୀନିବାସ ବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.