ETV Bharat / state

ନୂଆ ରୂପ ପାଇବ କୋରାପୁଟ ଆଦିବାସୀ ସଂଗ୍ରହାଳୟ

author img

By

Published : Jan 29, 2023, 12:18 PM IST

ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅନୁଷ୍ଠିତ ଏକ ବୈଠକରେ କୋରାପୁର ଆଦିବାସୀ ସଂଗ୍ରହାଳୟ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

tribal museum to be set up in koraput
ନୂଆ ରୂପ ପାଇବ କୋରାପୁଟ ଆଦିବାସୀ ସଂଗ୍ରହାଳୟ

ନୂଆ ରୂପ ପାଇବ କୋରାପୁଟ ଆଦିବାସୀ ସଂଗ୍ରହାଳୟ

କୋରାପୁଟ: ଆଦିବାସୀ ସଂଗ୍ରହାଳୟ ନୂଆ ରୂପ ପାଇବ । କୋରାପୁଟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅନୁଷ୍ଠିତ ପ୍ରଥମ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇଥିବା କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କାରୁ ସୋରେନଙ୍କ ତତ୍ୱାବଧାନରେ ଆୟୋଜିତ ତଥା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରଥମ ବୈଠକରେ ମୁଖ୍ୟତ ବିଗତ କାଉନସିଲକୁ ମିଳିଥିବା ପ୍ରାୟ 15 କୋଟି ଟଙ୍କା ଅନୁଦାନର ବଳକା ଅର୍ଥ କିପରି ଓ କେଉଁକେଉଁ ପ୍ରକଳ୍ପରେ ଖର୍ଚ୍ଚ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ଆଦିବାସୀ ବହୁଳ ଜିଲ୍ଲାରେ ଏକାଧିକ ଉନ୍ନୟନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଏହା ବ୍ୟତୀତ ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରା ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଳି ଏକ ଅତିରିକ୍ତ ସଂସ୍ଥା ଗଠନ କରିଥିବା ବେଳେ ତାକୁ ସମସ୍ତେ ମିଳିମିଶି ଜିଲ୍ଲା ତଥା ଆଦିବାସୀ ସମାଜର ବିକାଶ କରିବାକୁ ପ୍ରତିଶୃତିବଦ୍ଧ ହେବା ଉଚିତ ବୋଲି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝି କହିଥିଲେ ।

ଏହା ବି ପଢନ୍ତୁ...କୋରାପୁଟରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ, ରାଷ୍ଟ୍ରପତିଙ୍କୁ କୁଳପତିଙ୍କ ପ୍ରସ୍ତାବ

ମୁଖ୍ୟ ଅତିଥି ଜିଲ୍ଲାପାଳ ଅବଦ୍ଦଲ୍ ଏମ୍ ଅଖତର ନିଜ ବକ୍ତବ୍ୟ ମାଧ୍ୟମରେ ଆଦିବାସୀ ମାନଙ୍କର କିପରି ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ସେ ଦିଗରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ । ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଆମେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଦିବାସୀ ପିଲାମାନଙ୍କୁ ପ୍ରାରମ୍ଭିକ ଶିକ୍ଷା ସେମାନଙ୍କ ନିଜସ୍ୱ ଭାଷାରେ ଦେଲେ ଅଧିକ ଫଳପ୍ରଦ ହେବ ଓ ସେମାନେ ଶିକ୍ଷା ଗ୍ରହଣ କରିବାରେ ସହଜସାଧ୍ୟ ହେବ ବୋଲି କହିଥିଲେ ଜିଲ୍ଲାପାଳ ।

କୋରାପୁଟ ଜିଲ୍ଲାର ୧୦-୧୨ଟି ସ୍କୁଲରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଏହାକୁ ପାଇଲଟ୍ ପ୍ରଜେକ୍ଟ ଭାବେ ନେଇ ସ୍ଥାନୀୟ ଆଦିବାସୀ ଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରା ଯାଉ ଓ ତାହା ସଫଳ ହେଲେ ଅନ୍ୟ ସ୍କୁଲ ଗୁଡିକରେ କାର୍ଯ୍ୟକାରୀ କରାଯାଉ ବୋଲି ଜିଲ୍ଲାପାଳ ପ୍ରସ୍ତାବ ଦେଇଥିବାବେଳେ ଉପସ୍ଥିତ ସଦସ୍ୟବୃନ୍ଦ ଏହାକୁ ସମର୍ଥନ କରିଥିଲେ । କୋରାପୁଟ ସ୍ଥିତଆଦିବାସୀ ସଂଗ୍ରହାଳୟର ସର୍ବାଙ୍ଗୀନ ଉନ୍ନତି କରିବା ସହ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା କିପରି ବଞ୍ଚି ରହିବ ସେଦିଗରେ ଏହି ଅର୍ଥକୁ ବିନିଯୋଗ କରାଯିବ ବୋଲି କହିଥିଲେ ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ।

ପୂର୍ବରୁ କୋରାପୁଟରେ ବିଶ୍ବସ୍ତରୀୟ ଆଦିବାସୀ ସଂଗ୍ରହାଳୟ, ଲାଇବ୍ରେରୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନେଇ ସହଯୋଗ କରିବାକୁ ରାଷ୍ଟ୍ରପତି ପ୍ରତିଶ୍ତୁତି ଦେଇଥିବା ଜଣାଇଥିଲେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି । ଏ ନେଇ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.