ETV Bharat / state

ପରିଣତ ବୟସରେ ନାତିଙ୍କ ବୋଝ, ସହାୟତାରେ ଅପେକ୍ଷାରେ ବୃଦ୍ଧା ଅନଙ୍କ

author img

By

Published : Oct 29, 2022, 7:49 AM IST

ବୟସର ଅପରାହ୍ନରେ ନାତିଙ୍କ ବୋଝ
ବୟସର ଅପରାହ୍ନରେ ନାତିଙ୍କ ବୋଝ

ଦଶମନ୍ତପୁର ବ୍ଲକର ବଙ୍ଗଳାଗୁଡ଼ା ଗାଁର ବୟସ୍କା ମହିଳା ଅନଙ୍କ ମଣି କନ୍ଦପାନଙ୍କ ଦୁଃଖ କାହାଣୀ । ବୟସର ଅପରାହ୍ନରେ ମୁଣ୍ଡରେ ନାତିମାନଙ୍କ ବୋଝ । ବଡ଼ ପୁଅ ମରିଯିବା ପରେ ଦଶମନ୍ତପୁର ବ୍ଲକର ବଙ୍ଗଳାଗୁଡ଼ା ଗାଁର ବୟସ୍କା ମହିଳା ଅନଙ୍କ ମଣି କନ୍ଦପାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଦେଖନ୍ତୁ ଏହି ରିପୋର୍ଟ

କୋରାପୁଟ: ଦୁନିଆକୁ ଭଲରେ ବୁଝିବା ଆଗରୁ ଜୀବନରେ ଆସିଛି କଳାବାଦଲ । ବାପାର ମୃତ୍ୟୁ ପରେ ଦୁଇ ଛୁଆଙ୍କୁ ଛାଡି ଅନ୍ୟତ୍ର ବିବାହ କରି ଚାଲିଗଲେ ମା’ । ଏଭଳି ପରିସ୍ଥିତିରେ ଦୁଇ ନାତିଙ୍କ ସାହା ପାଲଟିଛନ୍ତି ବୟସର ଅପରାହ୍ନରେ ମମତାମୟୀ ଜେଜେମା । ଯେଉଁ ବୟସରେ ପୁଅର ସାହାରା ପାଇବା କଥା ସେହି ବୟସରେ ଆଜି ସେ ନାତିଙ୍କ ସେବା କରୁଛନ୍ତି । ଅର୍ହନିଶି ନାତିଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ବଡ଼ ପୁଅ ମରିଯିବା ପରେ ଦଶମନ୍ତପୁର ବ୍ଲକର ବଙ୍ଗଳାଗୁଡ଼ା ଗାଁର ବୟସ୍କା ମହିଳା ଅନଙ୍କ ମଣି କନ୍ଦପାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।

ବୟସର ଅପରାହ୍ନରେ ନାତିଙ୍କ ବୋଝ

ଏହା ମଧ୍ୟ ପଢନ୍ତୁ: ଋଷି ସୁନକଙ୍କ କୋର୍‌ କମିଟିରେ ଭାରତୀୟ, ପ୍ରଚାର ଟିମ୍‌ର ସଦସ୍ୟ ଥିଲେ ପ୍ରଜ୍ଜଳ ପାଣ୍ଡେ

ପୁଅର ମୃତ୍ୟୁ ପରେ ବୋହୂ ଧରିଲା ଅନ୍ୟର ହାତ

ପୁଅର ମୃତ୍ୟୁପରେ ବୋହୂ ସେମାନଙ୍କ ଦୁଇ ପୁଅଙ୍କୁ ଅନଙ୍କଙ୍କ ପାଖରେ ଛାଡ଼ିଦେଇ ଆଉ ଜଣକୁ ବାହା ହୋଇଯାଇ କେଉଁଆଡେ ଚାଲିଯାଇଥିଲେ । ବେରୋଜଗାର ସମସ୍ୟାରେ ଧନ୍ଦି ହେଉଥିବା ସାନ ପୁଅ ଓ ରୋଗିଣା ସ୍ଵାମୀଙ୍କୁ ନେଇ ବହୁ କଷ୍ଟରେ ପରିବାର ଚଳାଇଆସୁଥିଲେ । ରକ୍ଷଣା ବେକ୍ଷଣାର ଅଭାବ ଯୋଗୁଁ ଇନ୍ଦିରା ଆବାସରେ ମିଳିଥିବା ଘରଟି ଭାଙ୍ଗି ଯାଇଥିବା ବେଳେ ସେହି ଘର ଭିତରେ ବଡ଼ପୁଅ ପରେ ପରେ ସ୍ଵାମୀ ମଧ୍ୟ ଆରପାରିକୁ ଚାଲିଗଲେ । ଏହି ସବୁ ଅବସ୍ଥାକୁ ଦେଖି ସାନ ପୁଅ ନିଜ ବାଟ ନିଜେ ଖୋଜିବା ପାଇଁ ଚାଲିଯିବା ପରେ ଦୁଇଜଣ ନାତିଙ୍କୁ କୋଳରେ ଧରି ସେମାନଙ୍କ ଦାୟିତ୍ଵ ମୁଣ୍ଡେଇ ନେଇଥିଲେ ଅନଙ୍କ ।

ମକା ପୋଡିଲେ ମେଣ୍ଟେ ଗୁଜୁରାଣ

ଏନେଇ ଅନଙ୍କ କହିଛନ୍ତି," କିଛି ଉପାୟ ନାହିଁ । କୁଲି ମଜୁରି କରିବା ସହ ମକାପୋଡି ପରିବାର ଚଳାଉଛି । ଘର ଆଉ ପରିବାର ପାଇଁ ମୋର ଭାରି ଚିନ୍ତା । ପିଲାମାନେ କେମିତି ମଣିଷ ହେବା ସେନେଇ ଭାରି ଚିନ୍ତା ହେଉଛି । ମୋର ଜମିବାଡି କି ଘର କିଛି ନାହିଁ । ମୋର ପୁଅ ଆରପାରିକୁ ଚାଲିଯିବା ପରେ ବୋହୂ ଆଉ କୁଆଡେ ଚାଲିଗଲା । ସେହିଦିନ ଠାରୁ ମୁଁ ନାତିମାନଙ୍କୁ ବଡ କରିଛି ।ସାନ ନାତିକୁ କୌଣସି ଛାତ୍ରାବାସରେ ଭର୍ତ୍ତି କରି ଦିଆଯାଇ ପାରିଲେ ତାର ଜୀବନ ସୁଧୁରି ଯାଇଥାନ୍ତା । ଅନ୍ୟପଟେ ଦୁଃଖଦ ପରିବାରକୁ ସରକାର ସାହାଯ୍ୟ କରି ଘରଟିର ପୁନରୁଦ୍ଧାର କରାଇଲେ ମୁଁ ଉପକୃତ ହୁଅନ୍ତି ।"

ଏହା ମଧ୍ୟ ପଢନ୍ତୁ: 24ଘଣ୍ଟିଆ ପାନୀୟ ଜଳ ଧୋକା ! ଘର ଆଗରେ ଲାଗିଛି ଟ୍ୟାପ୍, ଆସୁନି ପାଣି

ନାତିଙ୍କ ଭବିଷ୍ୟତ ଚିନ୍ତାରେ ଜେଜେ ମା’

ଅଭାବ ଯୋଗୁଁ ବଡ଼ ନାତି ପାଠ ଛାଡି ଦେଇଥିବା ବେଳେ ସାନ ନାତି ପଡୋଶୀ ଗାଁ ଲେନ୍ଦିରି ମାଳିଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଛି । ତେବେ ସାନ ନାତିକୁ କୌଣସି ଛାତ୍ରାବାସରେ ଭର୍ତ୍ତି କରି ଦିଆଯାଇ ପାରିଲେ ତାର ଜୀବନ ସୁଧୁରି ଯାଇଥାନ୍ତା ବୋଲି ଅନଙ୍କ ଆଶାପୋଷଣ କରିଛନ୍ତି । ବୟସର ଅପରାହ୍ନରେ ପ୍ରାଣ ପକ୍ଷୀ କେବେ ଯେ ପଞ୍ଜୁରୀ ଛାଡି ଉଡ଼ିଯିବ ସେକଥା ଭାବି ଦୁଇ ନାତୀଙ୍କ ବନ୍ଦୋବସ୍ତ କରିବା ପାଇଁ ଗୁହାରି କରିଛନ୍ତି ଅନଙ୍କ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.