ETV Bharat / state

Hockey World Cup Trophy Tour: କୋରାପୁଟର ଟ୍ରଫିକୁ ଭବ୍ୟ ସ୍ୱାଗତ

author img

By

Published : Dec 31, 2022, 7:24 AM IST

ହକି ବିଶ୍ବକପ ଟ୍ରଫିକୁ କୋରାପୁଟ ଜିଲ୍ଲାରେ ଭବ୍ୟ ସ୍ୱାଗତ । ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଏଥିପାଇଁ ଶୋଭାଯାତ୍ରା କରାଯାଇଥିଲା । ଅଧିକ ପଢନ୍ତୁ

କୋରାପୁଟର ଟ୍ରଫିକୁ ଭବ୍ୟ ସ୍ୱାଗତ
କୋରାପୁଟର ଟ୍ରଫିକୁ ଭବ୍ୟ ସ୍ୱାଗତ

କୋରାପୁଟର ଟ୍ରଫିକୁ ଭବ୍ୟ ସ୍ୱାଗତ

କୋରାପୁଟ: ଜିଲ୍ଲାରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ କରାଯାଇଛି । ପାରମ୍ପରିକ ନୃତ୍ୟ, ବାଦ୍ୟ ଓ ସଂଗୀତରେ ମଧ୍ୟରେ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରାଯାଇଛି । ରାୟଗଡା ଜିଲ୍ଲା ଭ୍ରମଣ କରି ଟ୍ରଫି କୋରାପୁଟ ଜିଲ୍ଲାରେ ପହଞ୍ଚିବା ପରେ ଲକ୍ଷ୍ମୀପୁର ଓ ପୋଡାଗଡ ପରେ କୋରାପୁଟ ସହରରେ ଜିଲ୍ଲା ପ୍ରଶାସନ ତରଫରୁ ଟ୍ରଫିକୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ସହର ମଧ୍ୟରେ ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ବାଦ୍ୟ ନୃତ୍ୟ ସହ ଆତସବାଜୀରେ ହକି ବିଶ୍ବକପ ଟ୍ରଫିକୁ ଅଣାଯାଇଥିଲା । ପରେ ଜଗନ୍ନାଥ ମନ୍ଦିର ପାଖରେ ଜିଲ୍ଲାପାଳ ଅବଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ବିଶ୍ୱକପକୁ ସଂପର୍କରେ ସନ୍ଦେଶ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ଲେ କରାଯାଇଥିଲା । କୋରାପୁଟ ଜନତା, କ୍ରୀଡାବିତ ଓ ଯୁବବର୍ଗମାନେ ଅଧିକ ସଂଖ୍ୟାରେ ଏହି ଟ୍ରଫିକୁ ଭବ୍ୟ ସ୍ୱାଗତ କରିଥିବାରୁ ଜିଲ୍ଲାପାଳ ଅବଦଲ ଏମ ଅଖତର ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜିଲ୍ଲାର ପାରମ୍ପରିକ ଖେଳ ସହ ଫୁଟବଲ, ଭଲିବଲ ଓ ହକି ଖେଳର ଭବିଷ୍ୟତ ଉଜ୍ବଳ ଥିବା କହିଛନ୍ତି ଜିଲ୍ଲାପାଳ । କୋରାପୁଟ ସହରରେ ଏକ ଆଉଟଡୋର କ୍ରୀଡା କମ୍ପ୍ଲେକ୍ସ ଶେଷ ହେଲେ କୋରାପୁଟର କ୍ରୀଡାବିତ ଏକ ବିଶ୍ୱସ୍ତରୀୟ ଖେଳପଡିଆ ପ୍ରତିଦିନ ଖେଳିବା ପାଇଁ ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ କ୍ରୀଡାକ୍ଷେତ୍ରରେ ଜିଲ୍ଲା ପାଇଁ ସୁନାମ ଆଣିଥିବା କ୍ରୀଡାବିତମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସକାଳେ ଏକ ମିନି ମାରାଥନ ଆୟୋଜିତ ହୋଇଥିଲା । ପୁରୁଷ ଓ ମହିଳା ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.