ETV Bharat / state

BJP ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

author img

By

Published : Apr 1, 2022, 1:52 PM IST

Updated : Apr 1, 2022, 2:33 PM IST

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଅଧିକ ପଢନ୍ତୁ

ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ
ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ: ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଜୟରାମ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ କୌଣସି ସୂଚନା ନାହିଁ ।

ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି । ଏଥିପାଇଁ ସେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛନ୍ତି । ତେଣୁ ଏକାଥରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବା କଷ୍ଟସାଧ୍ୟ ହେଉଥିବାରୁ ସେ ବିଜେପି ଛାଡିଛନ୍ତି । ବର୍ତ୍ତମାନ ସେ ଦଣ୍ଡକାରଣ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ ଦିଗରେ ନିଜର ସମସ୍ତ ଧ୍ୟାନ କେନ୍ଦ୍ରିତ କରିବେ କହିଛନ୍ତି । ପୂର୍ବରୁ ମଧ୍ୟ ଗତ ଅକ୍ଟୋବରରେ ସେ ବିଜେପି ଛାଡିବା ନେଇ ଘୋଷଣା କରିଥିଲେ । ହେଲେ ଦଳୀୟ ନେତାଙ୍କ ବୁଝାସୁଝା ପରେ ସେ ପୁଣି ବିଜେପିରେ ରହି କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ ।

ଜୟରାମ ପାଙ୍ଗୀ ୨୦୧୭ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ପୂର୍ବରୁ ୪ ଥର ପଟାଙ୍ଗୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ କୋରାପୁଟରୁ ୯ ଥର ସାଂସଦ ହୋଇଥିବା କଂଗ୍ରେସର ଗିରିଧର ଗମାଙ୍ଗଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ସେ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢି କଂଗ୍ରେସର ସପ୍ତଗିରି ଉଲାକାଙ୍କ ଠାରୁ ପରାଜିତ ହୋଇଥିଲେ । ନିର୍ବାଚନ ହାରିବା ପରେ ବିଜେପିରେ ସେ ଏକପ୍ରକାର ଅକାମୀ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହୋଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Apr 1, 2022, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.