ETV Bharat / state

କୋରାପୁଟରେ ବ୍ୟାପକ ହେବ କଫିଚାଷ, ଦାୟିତ୍ବ ନେଇଛି ଦିଲ୍ଲୀ କମ୍ପାନୀ

author img

By

Published : Dec 30, 2021, 8:43 PM IST

କଫି ଚାଷକୁ ନେଇ ଜିଲ୍ଲାର ପ୍ରତ୍ୟେକ ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ପ୍ରଗତିଶୀଳ କୋରାପୁଟ ଗଠନ ଦିଗରେ କାର୍ଯ୍ୟ କରୁଛି ଦିଲ୍ଲୀରୁ ପରିଚାଳିତ କମ୍ପାନୀ । ଅଧିକ ପଢ଼ନ୍ତୁ

କୋରାପୁଟରେ ବ୍ୟାପକ ହେବ କଫିଚାଷ, ଦାୟିତ୍ବ ନେଇଛି ଦିଲ୍ଲୀ କମ୍ପାନୀ
କୋରାପୁଟରେ ବ୍ୟାପକ ହେବ କଫିଚାଷ, ଦାୟିତ୍ବ ନେଇଛି ଦିଲ୍ଲୀ କମ୍ପାନୀ

କୋରାପୁଟ: ସାରା ବିଶ୍ବରେ ନିଜର ଉପସ୍ଥିତି ଜାହିର କରିଛି କୋରାପୁଟ କଫି । କଫି ଚାଷକୁ ନେଇ ଜିଲ୍ଲାର ପ୍ରତ୍ୟେକ ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ପ୍ରଗତିଶୀଳ କୋରାପୁଟ ଗଠନ ଦିଗରେ କାର୍ଯ୍ୟ କରୁଛି ଦିଲ୍ଲୀରୁ ପରିଚାଳିତ ଉର୍ବରା ଆଗ୍ରୋ ବାୟୋଟିକ କମ୍ପାନୀ । କୋରାପୁଟର ପୋଡ଼ାଗଡ଼ ଅଞ୍ଚଳରେ ୧୯୯୮ରୁ ୩୦୦ ଏକର ଜାମିରେ କଫି ଚାଷ କରି ଆସୁଛି ଏହି କମ୍ପାନୀ ।

କୋରାପୁଟରେ ବ୍ୟାପକ ହେବ କଫିଚାଷ, ଦାୟିତ୍ବ ନେଇଛି ଦିଲ୍ଲୀ କମ୍ପାନୀ

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉର୍ବରା ଆଗ୍ରୋ ବାୟୋଟିକ କମ୍ପାନୀରେ କେବଳ କୋରାପୁଟ ଜିଲ୍ଲାର ଲୋକ କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି । ଏହି କଫି ଫାର୍ମ ଦ୍ବାରା ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିପାରିଛି । ସ୍ଥାନୀୟ ଯୁବକ ଏହି କମ୍ପାନୀର ଭବିଷ୍ୟତ ଯୋଜନାରେ ସାମିଲ ହୋଇ ଲାଭବାନ ହୋଇପାରିବେ ।

କଫିକୁ ନେଇ ବିକାଶଧାରାରେ ଅଗ୍ରଗତି କରୁଛି କୋରାପୁଟ ଜିଲ୍ଲା । ସବୁଜ ଉପତ୍ୟକାର ପୃଷ୍ଠଭୂମିରେ ରହିଛି ଏହି ଜିଲ୍ଲା । ଏଠାକାର ବିଭିନ୍ନ ସ୍ଥାନ ନିଜର ଏକ ନିଆରା ସ୍ବତନ୍ତ୍ରତା ଲାଭ କରିଛି । ଯାହା ପର୍ଯ୍ୟଟକଙ୍କୁ ସ୍ବର୍ଗୀୟ ଆନନ୍ଦ ଦେଇଥାଏ । କୋରାପୁଟ ଭଳି ଜିଲ୍ଲାର ବିକାଶ ଧାରାରେ ସ୍ଥାନୀୟ ଆଦିବାସୀ ଜନଜାତିଙ୍କ ସମ୍ପୃକ୍ତି ଓ ସହଭାଗୀତା ଅପରିହାର୍ଯ୍ୟ । ଏହାକୁ ହୃଦୟଙ୍ଗମ କରିଛି ଉର୍ବରା ଆଗ୍ରୋ ବାୟୋଟିକ ।

ଏଥିପାଇଁ ପ୍ରଥମେ ସ୍ଥାନୀୟ ଲୋକଙ୍କ ଦକ୍ଷତା ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ । ଏଥିପାଇଁ ଆଗାମୀ ଦିନରେ କଫିଫାର୍ମରେ ନୂଆ ଟେକ୍ନୋଲୋଜୀର ବ୍ୟବହାର ଉପରେ ଜୋର୍‌ ଦିଆଯାଉଛି । ତା ସହିତ କଫିଫାର୍ମକୁ ନେଇ ଅନେକ ଯୋଜନା ଓ ପ୍ରକଳ୍ପ ହାତକୁ ନିଆଯିବ । ଯାହାଦ୍ବାରା ସ୍ଥାନୀୟ ଲୋକେ ହିଁ ଅଧିକ ଲାଭାନ୍ବିତ ହୋଇ ପାରିବେ । ଏହାକୁ ନେଇ ସୂଚନା ଦେଇଛନ୍ତି ଉର୍ବରା ଆଗ୍ରୋ ବାୟୋଟିକ କମ୍ପାନୀ ଅଧ୍ୟକ୍ଷ ବିଶ୍ବାସ ତ୍ରିପାଠୀ ।

କଫିର ମାନକୁ ଉନ୍ନତ ରଖିବା ପାଇଁ ଠିକ୍‌ ସମୟରେ ଫଳ ତୋଳିବାରେ ଆବଶ୍ୟକତା ରହିଛି । ତେଣୁ ବର୍ତ୍ତମାନ ପୋଡ଼ାଗଡ଼ରେ ଥିବା କଫି ବଗିଚାରେ ପାଚିଯାଇଥିବା କଫି ଫଳ ଗୁଡ଼ି୦କୁ ତୋଳିବା ଆରମ୍ଭ ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.