ETV Bharat / state

କୋଟିଆ ପଞ୍ଚାୟତରେ CPMର ଆନ୍ଦୋଳନ

author img

By

Published : Oct 29, 2021, 10:45 PM IST

ଆନ୍ଧ୍ର ଓଡିଶା ସୀମାନ୍ତ କୋଟିଆ ପଞ୍ଚାୟତରେ ସିପିଏମର ଆନ୍ଦୋଳନ । କୋଟିଆର 21 ଟି ଗ୍ରାମ ସିଡ୍ୟୁଲ ଅଞ୍ଚଳ ହୋଇଥିବା ଯୋଗୁଁ ଆଦିବାସୀମାନେ ହିଁ ଏହି ଅଞ୍ଚଳର ପ୍ରକୃତ ମାଲିକ। ଅଧିକ ପଢନ୍ତୁ...

CPM Protest in kotia of koraput
କୋଟିଆ ପଞ୍ଚାୟତରେ ସିପିଏମର ଆନ୍ଦୋଳନ

କୋରାପୁଟ: କୋଟିଆ ପଞ୍ଚାୟତରେ ସିପିଏମର ଆନ୍ଦୋଳନ । କୋଟିଆର 21 ଟି ଗ୍ରାମ ସିଡ୍ୟୁଲ ଅଞ୍ଚଳ ହୋଇଥିବା ଯୋଗୁଁ ଆଦିବାସୀମାନେ ହିଁ ଏହି ଅଞ୍ଚଳର ପ୍ରକୃତ ମାଲିକ । ଏଭଳି କହିଛନ୍ତି ସିପିଏମର ସାଲୁର ମଣ୍ଡଳମ ସମ୍ପାଦକ ମର୍ରୀ ଶ୍ରୀନିବାସ ରାଓ ।

କୋଟିଆ ପଞ୍ଚାୟତରେ ସିପିଏମର ଆନ୍ଦୋଳନ

ଆଜି କୋଟିଆ ପଞ୍ଚାୟତର ଉପର ସେମ୍ବୀରେ ସିପିଏମର କର୍ମକର୍ତ୍ତା ଗ୍ରାମବାସୀଙ୍କ ସହ ସାକ୍ଷାତ କରିଛନ୍ତି । ଓଡିଶା ସରକାରଙ୍କ ତରଫରୁ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆନ୍ଧ୍ରପ୍ରଦେଶର ଆଦିବାସୀଙ୍କୁ ସେମାନଙ୍କ କାର୍ଯ୍ୟ କରିବା ଓ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ ଯିବାରୁ ଅଟକାଇବା ଠିକ ନୁହେଁ ବୋଲି ଶ୍ରୀନିବାସ ମତ ରଖିଛନ୍ତି ।

ଓଡିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସୀମା ବିବାଦ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟକୁ ସିଧାସଳଖ ଆଲୋଚନା ନ କରିବା ଓ କେନ୍ଦ୍ର ସରକାରଙ୍କ ଏହି ସଂକ୍ରାନ୍ତରେ ନୀରବତା ପରିତାପର ବିଷୟ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାର ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାର୍ଯ୍ୟ ଆରମ୍ଭ ନ କଲେ ଦଳ ତରଫରୁ ଏହି ଅଞ୍ଚଳରେ ଆଦିବାସୀଙ୍କୁ ଏକ ଭୟମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ଦେବା ପାଇଁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ଦୃଢୋକ୍ତି ପ୍ରକାଶ କରିଛି ।

ସିପିଏମର ଏପରି ଆନ୍ଦୋଳନ ଚାଲିଥିବା ବେଳେ ଉପର ସେମ୍ବିରେ ଆନ୍ଧ୍ରପ୍ରଦେଶର ସାଲୁରରୁ କୋଟିଆ ଆଡକୁ ଯାଉଥିବା କିଛି ଆନ୍ଧ୍ର ପଞ୍ଚାୟତର କର୍ମକର୍ତାଙ୍କୁ ଓଡ଼ିଶାର ପୋଲିସ ସେମାନଙ୍କୁ ବାଟରେ ହିଁ ଅଟକାଇ ବାରୁ ସେମାନେ ଫେରିବା ପାଇଁ ବାଧ୍ୟ ହୋଇଥିଲେ।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.