ETV Bharat / state

କଫି ବଗିଚାରେ କାମ କରୁଥିବା ମଜୁରିଆଙ୍କ ପାଇଁ ଖୁସି ଖବର, ପିଲା ପାଇବେ ପ୍ରୋତ୍ସାହନ ରାଶି

author img

By

Published : Jan 5, 2023, 12:46 PM IST

କଫି ବଗିଚାରେ କାମ କରୁଥିବା ମଜୁରିଆଙ୍କ ପାଇଁ ଖୁସି ଖବର । ସେମାନଙ୍କ ପିଲା ପାଇବେ ପ୍ରୋତ୍ସାହନ ରାଶି । ଅଧିକ ପଢନ୍ତୁ

କଫି ବଗିଚାରେ କାମ କରୁଥିବା ମଜୁରିଆ
କଫି ବଗିଚାରେ କାମ କରୁଥିବା ମଜୁରିଆ

କଫି ବଗିଚାରେ କାମ କରୁଥିବା ମଜୁରିଆ

କୋରାପୁଟ: କଫି ବଗିଚାରେ କାମ କରୁଥିବା ଦିନ ମଜୁରିଆଙ୍କ ପାଇଁ ଖୁସି ଖବର । ନୂଆବର୍ଷ ଆରମ୍ଭରେ ମଜୁରିଆଙ୍କୁ ଉତ୍ସାହ ଜନକ ଭେଟି ଦେଇଛି କଫି ବୋର୍ଡ । କଫି ବଗିଚାରେ କାମ କରୁଥିବା ଅନୁସୂଚିତ ଜାତି ଓ ଜନଜାତିର ଦିନ ମଜୁରିଆଙ୍କ ବିଦ୍ୟାଳୟ ଯାଉଥିବା ପିଲା ମାନେ ବାର୍ଷିକ 2250 ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ ବୋଲି କୋରାପୁଟ କଫି ବୋର୍ଡର ସମ୍ପ୍ରସାରଣ ଅଧିକାରୀ ଉପେନ୍ଦ୍ର କୁମାର ସାହା ସୂଚନା ଦେଇଛନ୍ତି ।

ଉପେନ୍ଦ୍ର କୁମାର ସାହା କହିଛନ୍ତି, "ଯେଉଁ ପିଲାମାନେ ଉଚ୍ଚଶିକ୍ଷା ପାଉଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ବୃତ୍ତି ପ୍ରଦାନ କରିବା ପାଇଁ କଫି ବୋର୍ଡ ନିଷ୍ପତ୍ତି ନିଆଯାଇଛି ।। ଆଦିବାସୀ ଛାତ୍ର ପାଇଁ ଏହି ସ୍କିମ ଲଞ୍ଚ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିର ଦିନ ମଜୁରିଆଙ୍କ ବିଦ୍ୟାଳୟ ଯାଉଥିବା ପିଲା ମାନେ ବାର୍ଷିକ 2250 ଟଙ୍କା ପାଇବେ । କଫି ମଜୁରିଆଙ୍କ ଛୁଆମାନେ ପାଠପଢି ଆଗକୁ ଯିବେ ବୋଲି ଏହି ସ୍କିମର ଉଦ୍ଦେଶ୍ୟ ।"

ଏହା ମଧ୍ଯ ପଢନ୍ତୁ: Amazon lay-off: ଛଟେଇ କରିବ ଆମାଜନ, 18 ହଜାର କର୍ମଚାରୀ ହରାଇବେ ଚାକିରି

ଅନେକ ବର୍ଷ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ କଫି ଚାଷ ହୋଇଆସୁଛି । ଏହି କଫି ବଗିଚା ଗୁଡିକରେ ବର୍ଷ ତମାମ 3000ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଓ ଜନଜାତିର ପୁରୁଷ ଓ ମହିଳା ଦିନ ମଜୁରିଆ ଭାବେ କାମ କରି ଆସୁଛନ୍ତି । କଫି ଗଛର ଯତ୍ନ ନେବାଠାରୁ ଆରମ୍ଭ କରି ଫଳ ତୋଳିବା, ତାର ପ୍ରକ୍ରିୟାକରଣ କରାଇ କଫି ଗୁଣ୍ଡ ବଜାରକୁ ଯିବା ପର୍ଯ୍ୟନ୍ତ ଏହି ଦିନ ମଜୁରୀଆଙ୍କ ଅବଦାନ ରହିଛି । କୋରାପୁଟ କଫି ବର୍ତ୍ତମାନ ବିଶ୍ୱ ଦରବାରରେ ଆଦୃତ ହେଉଥିବା ବେଳେ ଏହି ଦିନ ମଜୁରିଆଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମ୍ମାନ ଜଣାଇ କଫି ବୋର୍ଡ ଦ୍ଵାରା ସେମାନଙ୍କ ପିଲାଙ୍କ ପାଠପଢା ପାଇଁ ଦିଆଯାଉଥିବା ସହାୟତା ନିଶ୍ଚିତ ଭାବେ ସେମାନଙ୍କ ମଧ୍ୟରେ ଆଗକୁ ବଢିବା ପାଇଁ ଉତ୍ସାହ ପ୍ରଦାନ କରିବ ବୋଲି ଅଗ୍ରଣୀ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.