ETV Bharat / state

ଆଦିବାସୀ ସଂଗ୍ରହାଳୟରେ ସଂରକ୍ଷିତ ଆଦିବାସୀ ସଂସ୍କୃତି

author img

By

Published : Feb 12, 2020, 12:49 PM IST

ଆଗାମୀ ପିଢିଙ୍କୁ ଦେଖାଇବା ପାଇଁ ଆଦିବାସୀଙ୍କ ଗହଣା ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ସାମଗ୍ରୀ ଇତ୍ୟାଦିକୁ ସଂରକ୍ଷଣ ଓ ସୁରକ୍ଷିତ ରଖିବା ପାଇଁ ଗଢାଯାଇଛି ଆଦିବୀସ ସଂଗ୍ରହାଳୟ । କୋରାପୁଟ ସହର ଉପକଣ୍ଠରେ ଦଣ୍ଡାୟମାନ ରହିଛି ଡଙ୍ଗର ସଂସ୍କୃତିକୁ ଜୀବନ୍ତ ଭାବେ ଚିତ୍ରଣ କରୁଥିବା ସଂଗ୍ରହାଳୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଦିବାସୀ ସଂଗ୍ରହାଳୟରେ ସଂରକ୍ଷିତ ଆଦିବାସୀ ସଂସ୍କୃତି
ଆଦିବାସୀ ସଂଗ୍ରହାଳୟରେ ସଂରକ୍ଷିତ ଆଦିବାସୀ ସଂସ୍କୃତି

କୋରାପୁଟ: ଆଦିବାସୀଙ୍କ ଅଳଙ୍କାର, ଆଭୂଷଣ ଆଦିବାସୀ ସଂସ୍କୃତିର ସମୃଦ୍ଧତା ପରିଚୟ । ସଂସ୍କୃତିର ସମ୍ପନ୍ନତା, ରହଣିର ଭିନ୍ନତା, ଚଳନିର ଅନନ୍ୟତା ବିଶ୍ବରେ ବିରଳ । ଆଧୁନିକତାର ସ୍ପର୍ଶରେ ଧୀରେ ଧୀରେ ଉଭେଇ ଯିବାରେ ଲାଗିଛି ଆଦିମ ଜନଜାତିଙ୍କ ଏହି ବେଶଭୂଷା, ବାସସ୍ଥାନର ଦୃଶ୍ୟ । ଆଉ ଏହାକୁ ଆଗାମୀ ପିଢିଙ୍କୁ ଦେଖାଇବା ପାଇଁ ଆଦିବାସୀଙ୍କ ଗହଣା ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ସାମଗ୍ରୀ ଇତ୍ୟାଦିକୁ ସଂରକ୍ଷଣ ଓ ସୁରକ୍ଷିତ ରଖିବା ପାଇଁ କରାଯାଇଛି ଆଦିବାସୀ ସଂଗ୍ରହାଳୟ । କୋରାପୁଟ ସହର ଉପକଣ୍ଠରେ ଦଣ୍ଡାୟମାନ ରହିଛି ଡଙ୍ଗର ସଂସ୍କୃତିକୁ ଜୀବନ୍ତ ଭାବେ ଚିତ୍ରଣ କରୁଥିବା ସଂଗ୍ରହାଳୟ ।

ଆଦିବାସୀ ସଂଗ୍ରହାଳୟରେ ସଂରକ୍ଷିତ ଆଦିବାସୀ ସଂସ୍କୃତି

ଆଦିବାସୀଙ୍କ ସଂସ୍କୃତିର ସୁରକ୍ଷା ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି କୋରାପୁଟ ଆଦିବାସୀ ସଂଗ୍ରହାଳୟ । ପ୍ରାଚୀନ ଜୀବନଧାରାର ସ୍ମୃତିକୁ ବଜାୟ ରଖିବା ପାଇଁ ୧୯୯୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏହି ଆଦିବାସୀ ସଂଗ୍ରହାଳୟ । ବିନା କୌଣସି ସରକାରୀ ସହାୟତାରେ ନିଜକୁ ସଫଳ କରିପାରିଛି । ସମଗ୍ର ଦକ୍ଷିଣାଞ୍ଚଳରେ ବସବାସ କରୁଥିବା ବିଭିନ୍ନ ଆଦିବାସୀ ଜନଜାତି ତଥା ବଣ୍ଡା, କୋୟା ଠାରୁ ଆରମ୍ଭ କରି ଗୋଣ୍ଡ, ପରଜା, କନ୍ଧ, ଭତରା, ଦୁରୁଆ, ଗାଦବା, ସଉରା ଜନଜାତି ସମ୍ପର୍କରେ ସମ୍ୟକ ଧାରଣା ଦେଉଛି ଏହି ସଂଗ୍ରହାଳୟ । ଏହି ଆଦିମ ଜନଜାତିର ରୀତିନୀତି, ନାଚଗୀତ, ବସ୍ତ୍ର, ଅସ୍ତ୍ର, ଗହଣା ପ୍ରଭୃତି ବିଭବ ସମ୍ପର୍କରେ ତଥ୍ୟ ପ୍ରଦାନ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି ।

ଏପର୍ଯ୍ୟନ୍ତ ହୋଇଯାଇଥିବା କାର୍ଯ୍ୟର ଗୁଣାତ୍ମକ ମାନବୃଦ୍ଧି କରି ଗବେଷଣା ଓ ସଂସ୍କୃତି ସଂରକ୍ଷଣ ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେ ସୂଚନା ପ୍ରଦାନ କରାଯାଇଛି । ସହରାଞ୍ଚଳର ପର୍ଯ୍ୟଟକ ଆଦିବାସୀ ଜୀବନର ସମୃଦ୍ଧ ରୀତିନୀତିକୁ ପାଖରୁ ଦେଖି ସେମାନଙ୍କ ପାଖକୁ ଯିବା ପାଇଁ ଆକୃଷ୍ଟ ହେବା ସହ କୋରାପୁଟ ଅଞ୍ଚଳର ଗିରି କନ୍ଦର ମଧ୍ୟରେ ବସବାସ କରୁଥିବା ମଣିଷ ପ୍ରତି ସମ୍ମାନ ବୃଦ୍ଧି ପାଇବରେ ସହାୟକ ହୋଇଛି । ତେବେ ଦିନକୁ ଦିନ ବିସ୍ମୃତ ହେଉଛି ଆଦିବାସୀଙ୍କ ସଂସ୍କୃତି । ତେଣୁ ଏହାର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ଗ୍ୟାଲେରୀ ଓ ଆର୍ଥିକ ସହଯୋଗର ଆବଶ୍ୟକତା ରହିଥିବା ଶ୍ରୀ ପରିଡା ସୂଚନା ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.