ETV Bharat / state

ଡିସେମ୍ବର 2ରେ ଶୁଭାରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ-2

author img

By

Published : Nov 26, 2019, 8:29 PM IST

ଡିସେମ୍ବର 2 ତାରିଖରୁ କୋରାପୁଟରେ ମିଶନ ଇନ୍ଦ୍ରଧନୁଷ-2ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଅଧିକ ପଢନ୍ତୁ...

mission-indra-dhanus-2
ଫଟୋ ସୌଜନ୍ୟ : ସମ୍ବାଦଦାତା, କୋରାପୁଟ

କୋରାପୁଟ: ଡିସେମ୍ବର ୨ ତାରିଖରୁ କୋରାପୁଟ ଜିଲ୍ଲାରେ ସ୍ବତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ-୨ ର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବ । ଏ ସଂକ୍ରାନ୍ତରେ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଅରୁଣ ପାଢି ସୂଚନା ଦେଇଛନ୍ତି ।

କୋରାପୁଟରେ ଶୁଭାରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ 2ୟ ପର୍ଯ୍ୟାୟ କାର୍ଯ୍ୟକ୍ରମ

କୋରାପୁଟ ଜିଲ୍ଲାରେ ସ୍ବତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ ଟୀକାକରଣ କାର୍ଯ୍ୟକ୍ରମ ଦ୍ବାରା ଶିଶୁକୁ ୧୧ ଟି ପ୍ରାଣଘାତି ରୋଗରୁ ରକ୍ଷା କରାଯାଇପାରିବ । ସରକାରଙ୍କ ସମ୍ପୂର୍ଣ୍ଣ ଟୀକାକରଣ ଯୋଜନା ମାଧ୍ୟମରେ ଟୀକାକରଣ କେନ୍ଦ୍ରରେ ଏହି ସମସ୍ତ ଟୀକା ମାଗଣାରେ ପିଲାଙ୍କୁ ଦିଆଯାଉଛି । ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୨ ତାରିଖରୁ ଆରମ୍ଭ ହେବ । ଏହା ପରବର୍ତ୍ତି ତିନିମାସ ଧରି ପ୍ରତି ମାସର ପ୍ରଥମ ସପ୍ତାହରେ ସାତଦିନ ଧରି ତାଲିମପ୍ରାପ୍ତ ଏଏନଏମଙ୍କ ଦ୍ଵାରା ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ବର୍ତ୍ତମାନ ପର୍ଯ୍ୟନ୍ତ ଟୀକାକରଣ ହୋଇପାରିନଥିବା ୩୪୫୪ ଶିଶୁ ତଥା ୧୦୫୭ ଗର୍ଭବତୀ ମହିଳାଙ୍କ ପାଖରେ ଟୀକା ପହଞ୍ଚାଇଦିଆଯିବ ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆସନ୍ତା ଡିସେମ୍ବର ୨ ତାରିଖରୁ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ ୨ ର ଶୁଭାରମ୍ଭ ହେବାକୁ ଯାଉଛି । ଏ ସଂକ୍ରାନ୍ତରେ ଆଜି ଜିଲ୍ଲା ଚିକିତ୍ସାଧିକାରୀଙ୍କ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ଅରୁଣ ପାଢି ସୂଚନା ପ୍ରଦାନ କରିଛନ୍ତି ।Body:ସ୍ୱତନ୍ତ୍ର ସଶକ୍ତ ମିଶନ ଇନ୍ଦ୍ରଧନୁଷ ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ଶିଶୁକୁ ୧୧ ଟି ପ୍ରାଣଘାତି ରୋଗରୁ ରକ୍ଷା କରାଯାଇପାରୁଛି ଏବଂ ସରକାରଙ୍କ ସମ୍ପୁର୍ଣ୍ଣ ଟୀକାକରଣ ଯୋଜନା ମାଧ୍ୟମରେ ଟୀକାକରଣ କେନ୍ଦ୍ରରେ ଏହି ସମସ୍ତ ଟୀକା ମାଗଣାରେ ପିଲାଙ୍କୁ ଦିଆଯାଉଥିବା ଡାକ୍ତର ପାଢ଼ୀ ଜଣାଇଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇ ପରବର୍ତୀ ତିନିମାସ ଧରି ପ୍ରତି ମାସର ପ୍ରଥମ ସପ୍ତାହରେ ସାତଦିନ ଧରି ତାଲିମପ୍ରାପ୍ତ ଏଏନଏମ ଙ୍କ ଦ୍ଵାରା ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ବର୍ତମାନ ପର୍ଯ୍ୟନ୍ତ ଟୀକାକରଣ ହୋଇପାରିନଥିବା ୩୪୫୪ ଶିଶୁ ତଥା ୧୦୫୭ ଗର୍ଭବତୀ ମହିଳାଙ୍କ ପାଖରେ ଏହି ସୁବିଧା ପହୁଞ୍ଚାଇଦିଆଯିବ ବୋଲି ସେ ଜଣାଇଛନ୍ତି । Conclusion:ବାଇଟ : ଡାକ୍ତର ଅରୁଣ ପାଢ଼ୀ , ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ
.......
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.