ETV Bharat / state

Congress on Budget: ଫମ୍ପା ବଜେଟ କହି ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

author img

By

Published : Feb 4, 2023, 7:43 PM IST

କେନ୍ଦ୍ର ବଜେଟ-୨୦୨୩କୁ ଫମ୍ପା ବଜେଟ କହିଛନ୍ତି ଭୁବନେଶ୍ବର ଯୁବ ଛାତ୍ର କଂଗ୍ରେସ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ବଜେଟ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ କରି ମାଷ୍ଟରକ୍ୟାଣ୍ଟିନଠାରେ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

Congress on Budget
Congress on Budget

Congress on Budget

ଭୁବନେଶ୍ବର: ଫେବୃଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ-୨୦୨୩ ଉପସ୍ଥାପନା କରିଛନ୍ତି । ଏହି ବଜେଟକୁ ଫମ୍ପା ବଜେଟ କହିଛି ଯୁବ ଛାତ୍ର କଂଗ୍ରେସ । ଏହାସହ କେନ୍ଦ୍ର ବଜେଟ ବିରୋଧରେ ଛାତ୍ର ଯୁବ କୃଷକ ଜନ ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଜେଟରେ ଶିକ୍ଷା ବିଭାଗ ପାଇଁ କିଛି ପ୍ରାଧାନ୍ୟ ଦିଆଯାଇନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ଏନେଇ ଭୁବନେଶ୍ବର ଯୁବ ଛାତ୍ର କଂଗ୍ରେସର ସଭାପତି ରଞ୍ଜିତ ପାତ୍ର କହିଛନ୍ତି, "ଚଳିତ ବର୍ଷ ଯେଉଁ ବଜେଟ କରାଯାଇଛି ତାହା ସଂପୂର୍ଣ୍ଣ ଭାବରେ ଫମ୍ପା ଆବାଜ୍ । ଏହି ବଜେଟରେ ଶିକ୍ଷା ବିଭାଗ ପାଇଁ କିଛି ପ୍ରାଧାନ୍ୟ ଦିଆଯାଇନାହିଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଜେଟ କମାଇ ଦିଆଯାଇଛି । ସେହିଭଳି ଯୁବପୀଢି ପାଇଁ ବଜେଟରେ କିଛି ନାହିଁ। ଯେଉଁଭଳି ଭାବରେ ବର୍ଷକୁ ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହେଉ ଅବା ପ୍ରଧାନମନ୍ତ୍ରୀ ହୁଅନ୍ତୁ ତାହା ଚଳିତ ବର୍ଷ ବଜେଟରେ କିଛି ନାହିଁ। ତେଣୁ ଚଳିତ ବର୍ଷର ବଜେଟ ସମ୍ପୂର୍ଣ୍ଣ ଭାବରେ ନୈରାଶ୍ୟଜନକ ବଜେଟ ।"

ଏହା ବି ପଢନ୍ତୁ-ଜୟନାରାୟଣ ଗାଡି ଚଢିବା ଓ ଭୁବନେଶ୍ୱର ଆସିବା ବନ୍ଦ କରନ୍ତୁ: ବିଜେଡି

ସେ ଆହୁରି ବି କହିଛନ୍ତି, "କେବଳ ବର୍ଷକୁ କୋଟି କୋଟି ଟଙ୍କା କୃଷି ପାଇଁ ଅର୍ଥ ଦେଇଦେଲେ କୃଷକମାନଙ୍କର ଆୟ ଦୁଇଗୁଣ ହେବ ତାହା ନୁହେଁ । କୃଷକମାନଙ୍କର ବର୍ଷକୁ ବର୍ଷ କିଭଳି ଆୟ ବଢିବ ସେନେଇ କିଛି ବଜେଟରେ ନାହିଁ । ଏହାଛଡ଼ା ମଣ୍ଡି ପାଇଁ ମଧ୍ୟ ବଜେଟରେ କିଛି ନାହିଁ । ଏହି ବଜେଟକୁ କେନ୍ଦ୍ର ଆଣିଛି ତାହା କେବଳ ଇଲେକ୍ସନ ମୋଡ୍‌ ବଜେଟ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ବଜେଟ କରାଯାଇଛି । ଦେଶରେ ୬ଟି ରାଜ୍ୟରେ ନିର୍ବାଚନ ଥିବା ଦୃଷ୍ଟିରୁ ଏଭଳି ବଜେଟ କରାଯାଇଛି। ଏହି ବଜେଟରେ ଛାତ୍ର, ଯୁବପୀଢି, ଶିକ୍ଷ୍ୟା ସ୍ବାସ୍ଥ୍ୟ କୃଷକ ଆଦିଙ୍କ ପାଇଁ କିଛି ନାହିଁ ।"

ବିଶେଷ କରି ଯେଉଁଭଳି ପ୍ରକାରର ଦରଦାମ ବୃଦ୍ଧି ପାଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ବଜେଟରେ କିଛି କରାଯାଇନାହିଁ । ଏଭଳି ଅଭିଯୋଗ ଆଣି ଏହି ବଜେଟକୁ ବିରୋଧ କରିଛି ଭୁବନେଶ୍ଵର ଯୁବ କଂଗ୍ରେସ । ଏଥିଲାଗି ରାଜଧାନୀର ମାଷ୍ଟରକ୍ୟାଣ୍ଟିନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନିର୍ମଳ ସିତାରମଣଙ୍କ କୁଶପୁତ୍ତଳିକା ଦାହ କରି ବିରୋଧ କରିଛନ୍ତି ଭୁବନେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.