ETV Bharat / state

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By

Published : Dec 29, 2022, 1:33 PM IST

ମାଣିକାଗୋଡା କାଦୁଆ ରାସ୍ତା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

young man dead body found from road side
young man dead body found from road side

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର (young man dead body found from road side in Khordha)। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡା କାଦୁଆ ରାସ୍ତା ନିକଟରେ । ମୃତ ଯୁବକ ଜଣଙ୍କ ହେଉଛୱନ୍ତି ମହୁଲପଦା ଗ୍ରାମର ରବି ବେହେରା । ତେବେ ଯୁବକ ମୃତ୍ୟୁ କିପରି ହେଲା ତାହା ବର୍ତ୍ତମାନ ସନ୍ଦେହ ଘେରରେ ।

ମିଳିଥିବା ସୂଚନା ଅନୁଯାୟୀ, ମାଣିକାଗୋଡା କାଦୁଆ ରାସ୍ତା ନିକଟରେ ଯୁବକ ଜଣଙ୍କର ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଚିହ୍ନଟ କରିବା ପରେ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି । ତେବେ ଯୁବକଙ୍କ ମୃତ୍ୟୁ କିପରି ହେଲା ସେନଇ ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-Dhanu Yatra: ଜମୁଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା, କାରାଗାରରେ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ

ଯଦି ଯୁବକ ଜଣଙ୍କୁ ହତ୍ୟା କରାଯାଇଛି ,ତେବେ କିଏ କାହିଁକି ଏପରି କାଣ୍ଡ ଘଟାଇଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯୁବକଙ୍କ ପୂର୍ବରୁ କାହାସହ ଶତ୍ରୁତା ରହିଥିଲା କି ନାହିଁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ସମସ୍ତ ଦିଗକୁ ପୋଲିସ ଦୃଷ୍ଟିରେ ରଖି ତଦନ୍ତ ଜାରି ରଖିଛି । ମୃତ ଯୁବକଙ୍କ ନିକଟରେ ତାଙ୍କ ବାଇକ ପଡିରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମୃତ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ପୋଲିସର ତଦନ୍ତ ପରେ ସତ କଣ ତାହା ସାମ୍ନାକୁ ଆସିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.