ETV Bharat / state

ନିର୍ଦ୍ଦୋଷରେ ଖଲାସ ହେଲେ ୨୫ବର୍ଷୀୟ ଯୁବକ, ଦୁଷ୍କର୍ମକାରୀ ସଜାଇଥିଲା ପୋଲିସ୍

author img

By

Published : Feb 23, 2023, 7:39 AM IST

Updated : Feb 23, 2023, 10:11 AM IST

ପ୍ରେମ ବିବାହ କରି ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ । ଅଧିକ ପଢ଼ନ୍ତୁ

ଦୁଷ୍କର୍ମ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲେ ଯୁବକ
man acquits on rape case

ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଯୁବକ

ଭୁବନେଶ୍ବର: ଦୁଷ୍କର୍ମ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଯୁବକ । ପ୍ରେମ ବିବାହ କରି ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଭୁବନେଶ୍ୱର ପୋକସୋ ଫ୍ରାଷ୍ଟଟ୍ରାକ କୋର୍ଟ । ଗତବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ । ମାମଲାର କୌଣସି ତଥ୍ୟ ପ୍ରମାଣ ନ ଥିବାରୁ କୋର୍ଟ ଉକ୍ତ ଯୁବକଙ୍କୁ କ୍ଲିନଚିଟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଉଦ୍ୟମୀ ରଘୁନାଥ; ଦିନେ କରୋନା ବଦଳାଇଥିଲା ବୃତ୍ତି, ଏବେ ଚାଷ ଦେଉଛି ଆନନ୍ଦ

ସୂଚନା ଅନୁଯାୟୀ, ୨୫ ବର୍ଷୀୟ ଯୁବକ ଏସକେ ଜାନ୍ନୁ ନିଜ ନାବାଳିକା ପ୍ରେମିକାଙ୍କୁ ଲୁଚି ବିବାହ କରିଥିଲେ । ଏନେଇ ପ୍ରେମିକାଙ୍କ ଘର ଲୋକ ବାଲିପାଟଣା ଥାନାରେ ଏକ ଅଭିଯୋଗ କରିଥିଲେ । ଝିଅ ସାବାଳିକା ସତ୍ତ୍ବେ ନାବାଳିକା ଦର୍ଶାଇ ପୋଲିସ ନିକଟରେ ଅଭିଯୋଗ କରାଇଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Naba Das Murder Case:କୋର୍ଟ ମନିଟର୍ଡ କହି ଭୂଆଁ ବୁଲାଉଛନ୍ତି ସରକାର : ପୀତାମ୍ବର ଆଚାର୍ଯ୍ୟ

୨୧.୩.୨୨ରେ କେସ ନମ୍ବର ୭୭/୨୨ ଆଧାରରେ ଆଇପିସି ଧାରା ୩୪୩, ୩୪୬, ୩୬୩, ୩୭୨(ଏ), ୩୭୬(୨) (ଏନ), ପୋକ୍ସୋ ଆକ୍ଟ ୬ଆଧାରରେ ଉକ୍ତ ଯୁବକଙ୍କୁ ଗିରଫ କରି ବାଲିପାଟଣା ଥାନା ପୋଲିସ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାର ଆଇନଗତ ପ୍ରକ୍ରିୟାର ଆରମ୍ଭ ହୋଇଥିଲା । ପରିଶେଷରେ କୋର୍ଟ ଏହି ଘଟଣାର ବିଚାର କରି ପୋଲିସ ଅଭିଯୁକ୍ତ ଦର୍ଶାଇଥିବା ଏସକେ ଜାନ୍ନୁଙ୍କୁ ନିର୍ଦ୍ଦୋଷ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋକସୋ ଫ୍ରାଷ୍ଟଟ୍ରାକ କୋର୍ଟ ଜଜ ଭିକାରୀ ଚରଣ ରାଉତ ।

ଏହା ମଧ୍ୟ ପଢ଼ନ୍ତୁ: Naba Das Murder Case: ସହଜରେ ଖସିଯାଇପାରେ ଗୋପାଳ, FBI ତଦନ୍ତ ରିପୋର୍ଟ ହୋଇପାରେ ସହାୟକ !

ମାମଲାର କୌଣସି ତଥ୍ୟ ପ୍ରମାଣ ନଥିବାରୁ କୋର୍ଟ ଉକ୍ତ ଯୁବକଙ୍କୁ କ୍ଲିନଚିଟ ଦେଇଛନ୍ତି । ଏନେଇ ଏସ କେ ଜାନ୍ନୁଙ୍କ ପକ୍ଷରୁ ଲଢୁଥିବା ଓକିଲ ସ୍ବାଗତ ରାୟ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, "ପୋଲିସର ଭୁଲ ତଦନ୍ତ ପାଇଁ ଜଣେ ନୀରିହ ଲୋକ ଦଣ୍ଡ ପାଇଲା । ଏସ କେ ଜାନ୍ନୁଙ୍କ ବିରୋଧରେ ପୋଲିସ କୌଣସି ତଥ୍ୟ ପ୍ରମାଣ ପାଇନାହିଁ । ପୋଲିସ ଜବରଦସ୍ତି ତାଙ୍କୁ ଗିରଫ କରି ଜେଲ ଭିତରେ ରଖିଥିଲା । ତଦନ୍ତ ପରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି ।" ପୋଲିସର ଅପାରଗତା ପଦାରେ ପଡ଼ିଥିବା ଓକିଲ ସ୍ବାଗତ ରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 23, 2023, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.