ETV Bharat / state

ଭୁବନେଶ୍ୱର ଏମ୍ସରେ କର୍ମଶାଳା, ସାପକୁ ଅସ୍ତ୍ର ଭାବେ ବ୍ୟବହାର ଉପରେ ଚର୍ଚ୍ଚା

author img

By ETV Bharat Odisha Team

Published : Dec 17, 2023, 8:22 PM IST

Workshop on non-use of snakes: ସାପକୁ ଅପରାଧର ଅସ୍ତ୍ର ଭାବରେ ବ୍ୟବହାର ନକରିବା ନେଇ ଏମ୍ସରେ କର୍ମଶାଳା । ଦେଶରେ ସାପକୁ ଅସ୍ତ୍ର କରି ଘଟୁଛି ଅପରାଧ । ଓଡ଼ିଶା ମଧ୍ୟ ଏଇ ଭଳି ଅପରାଧ ମାମଲାରେ ପଛରେ ନାହିଁ । ଆଗକୁ ପଢ଼ନ୍ତୁ

ଭୁବନେଶ୍ୱର ଏମ୍ସରେ କର୍ମଶାଳା
ଭୁବନେଶ୍ୱର ଏମ୍ସରେ କର୍ମଶାଳା

ଭୁବନେଶ୍ୱର: ସାପକୁ ଅପରାଧର ଅସ୍ତ୍ର ଭାବରେ ବ୍ୟବହାର ନକରିବା ନେଇ ଏମ୍ସରେ କର୍ମଶାଳା । ଦେଶରେ ସାପକୁ ଅସ୍ତ୍ର କରି ଘଟୁଛି ଅପରାଧ । ଓଡ଼ିଶା ମଧ୍ୟ ଏଇ ଭଳି ଅପରାଧ ମାମଲାରେ ପଛରେ ନାହିଁ । ତେବେ କର୍ମଶାଳାରେ ଏନେଇ ଗୁରୁତ୍ଵ ଦିଆଯାଇଛି । ଏମ୍ସ ଭୁବନେଶ୍ୱର ଏବଂ ସ୍ନେକ ହେଲ୍ପ ଲାଇନର ସହଯୋଗିତାରେ ଏହି କର୍ମଶାଳା ଆୟୋଜିତ ହୋଇଛି । ଆଇନରେ ଥିବା ପ୍ରାବଧାନ ସହିତ ନ୍ୟାୟ ପ୍ରକ୍ରିୟା ଏହାର ସମାଧାନ ଏବଂ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବନ ଅଧିକାରୀ ମାନଙ୍କର ଦାୟିତ୍ଵ ଆଦି ବିଷୟରେ ଆଲୋଚନା ।

ଦେଶରେ ସାପକୁ ଅପରାଧର ଅସ୍ତ୍ର ଭାବରେ ବ୍ୟବହାର କରି ଅନେକ ଜଘନ୍ୟ ଅପରାଧ ଘଟେଇ ସାରିଲେଣି ଅପରାଧୀ । ଓଡ଼ିଶା ମଧ୍ୟ ଏଇଭଳି ଅପରାଧ ମାମଲାରେ ପଛେଇ ନାହିଁ । ଏନେଇ ଭୁବନେଶ୍ୱର ଏମ୍ସରେ ଆୟୋଜିତ ହୋଇଯାଇଛି ଏକ କର୍ମଶାଳା । ଏମ୍ସ ଭୁବନେଶ୍ୱର ଏବଂ ସ୍ନେକ ହେଲ୍ପ ଲାଇନର ସହଯୋଗିତାରେ ଏହି କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳାରେ ସାପକୁ ଅସ୍ତ୍ର ଭାବରେ ବ୍ୟବହାର ନକରାଯିବାକୁ ଗୁରୁତ୍ଵ ଦିଆଯାଇଛି । ତେବେ ନିକଟ ଅକ୍ଟୋବର ମାସରେ ଓଡ଼ିଶାରେ ଦୁଇଟି ଜଘନ୍ୟ ଅପରାଧ ଘଟିଥିଲା ।

ପ୍ରଥମରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଜଣେ ଲୋକ ତାର ୨୩ ବର୍ଷୀୟା ସ୍ତ୍ରୀ ଏବଂ ଦୁଇ ବର୍ଷୀୟା ଝିଅଙ୍କୁ ନାଗ ସାପ କାମୁଡେଇ ହତ୍ୟା କରିଥିଲା । ଦ୍ବିତୀୟ ଘଟଣାରେ ନୟାଗଡ ଜିଲ୍ଲାର ଓଡଗାଁ ଅଞ୍ଚଳରେ ଜଣେ ଯୁବକ ଜଣେ ନାବାଳିକାଙ୍କ ଘରେ ନାଗ ସାପ ଛାଡି ଭୟଭୀତ କରିବା ସହିତ ଅତ୍ୟାଚାର କରି ପୋକସୋ ଆଇନ ବଳରେ ଗିରଫ ହେଇଥିଲା । ଏହି ସବୁ ବିଷୟକୁ ଆଖିରେ ରଖି ଏହି କର୍ମଶାଳା ଆୟୋଜିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... କଠୋର ହେଲା ନିୟମ, ବିନା ପ୍ରେସ୍‌କ୍ରିପ୍ସନ୍‌ ଯାଞ୍ଚ୍‌ରେ ହୋଇପାରିବନି MRI କିମ୍ବା ସିଟି ସ୍କାନ୍‌

ସାପକୁ ଅପରାଧର ଅସ୍ତ୍ର ଭାବରେ ବ୍ୟବହାର ନକରିବା ପାଇଁ ଆଇନରେ ଥିବା ପ୍ରାବଧାନ ସହିତ ନ୍ୟାୟ ପ୍ରକ୍ରିୟାରେ ଥିବା ବାଧା ବିଘ୍ନ, ତଦନ୍ତ ପ୍ରକ୍ରିୟା ଏବଂ ଏହାର ସମାଧାନ ଏବଂ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବନ ଅଧିକାରୀ ମାନଙ୍କର ଦାୟିତ୍ଵ ଆଦି ବିଷୟରେ ଆଲୋଚନା କରାଗଲା । ଆୟୋଜିତ କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୮୦ ଜଣ ସାପ ଉଦ୍ଧାରକାରୀ ସିଟି ଫରେଷ୍ଟ ଡିଭିଜନର ଜଣେ ଏସିଏଫ, ଜଣେ ରେଞ୍ଜରଙ୍କ ସମେତ ମୋଟ ୧୦ ଜଣ ଅଧିକାରୀ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀର କିଛି ପୋଲିସ ଅଧିକାରୀ ଏମ୍ସ ଭୁବନେଶ୍ବରର ଫରେନସିକ ବିଶେଷଜ୍ଞ, ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ, ବାରଙ୍ଗ ଥାନାର ଇନ୍ସପେକ୍ଟର ଆକାଶ ଚନ୍ଦ୍ର ରଣା, ଅନୁଗୋଳ ସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର କଲେଜର ଏସିଏଫ ଆଶୁତୋଷ ମଲ୍ଲିକ, ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଦି ଯୋଗଦେଇଥିଲେ ।

ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, “ଆଜି ଯାଏଁ ଭାରତରେ ଯେଉଠି ବି ସାପକୁ ନେଇ ହତ୍ୟାକାଣ୍ଡ ହୋଇଅଛି । ସବୁଠି କେହି ନା କେହି ସାପ ଧରାଳି ଅପରାଧରେ ସମ୍ପୃକ୍ତ ଥାଇ ପୋଲିସ ଦ୍ଵାରା ଗିରଫ ମଧ୍ୟ ହୋଇଛନ୍ତି । କିନ୍ତୁ, କବିସୂର୍ଯ୍ୟନଗର ଡବଲ ମର୍ଡର ଘଟଣାରେ ପ୍ରଥମ କରି ସ୍ନେକ ହେଲ୍ପ ଲାଇନ ଟିମ ଅପରାଧୀକୁ ଧରିବାରେ ପୋଲିସକୁ ସହାୟକ ହୋଇଥିଲା । ତେବେ ବନ ବିଭାଗ ଏଇ ଭଳି ମାମଲାରେ ବନ୍ୟ ପ୍ରାଣୀ ଆଇନର ସମିଚିନ ଦଫା ଲଗେଇ ନିଜ ଆଡୁ ମାମଲା ରୁଜୁ କରିବ ଆବଶ୍ୟକ ।’’

ଏମ୍ସ ଭୁବନେଶ୍ବରର ଫରେନସିକ ମେଡ଼ିସିନ ବିଭାଗର ଅତିରିକ୍ତ ପ୍ରଫେସର ସୁଦୀପ୍ତ ରଞ୍ଜନ ସିଂହ କହିଛନ୍ତି,“ ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ମାମଲାରେ ପୋଲିସ ପକ୍ଷରେ ସବୁଠାରୁ ବଡ ଅସୁବିଧା ହେଲା ଅସ୍ତ୍ରକୁ ସଂଗ୍ରହ କରି ରଖିବା । ଅନେକ ସମୟରେ ଅଳ୍ପ ଦିନ ଭିତରେ ସାପଟି ମରିଯାଇଥାଏ କିମ୍ବା ଲୋକମାନେ ସାପକୁ ମାରି ଦେବା ପରେ ଅସ୍ତ୍ରଟି ସବୁ ଦିନ ପାଇଁ ହଜି ଯାଇଥାଏ । ତେଣୁ ଏଇଭଳି ମାମଲାରେ ପୁଲିସ ବନ ବିଭାଗ ସହିତ ମିଶି କାମ କରିବା ଆବଶ୍ୟକ ।’’

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.